ରାମଚରିତମାନସ ପାଠ ଦୁନିଆର ସବୁଠାରୁ ଲମ୍ବା ଗୀତ: ଜଗଦୀଶ ପିଲ୍ଲାଇ କଲେ ବିଶ୍ୱ ରେକର୍ଡ…

ବାରାଣସୀ,୨୫।୫ : ଗୋଟିଏ ପଟେ ରାମଚରିତମାନସଙ୍କ ସମ୍ପର୍କରେ ରାଜନୈତିକ କରିଡରରେ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଧାର୍ମିକ କାଶୀ ସହରରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୧୩୮ ଘଣ୍ଟାରେ ୧୫ ହଜାରରରୁ ଅଧିକ ଚୌପାଇ ଗୁଡ଼ିକୁ ସଜାଇ ସେଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଛନ୍ତି ୧ ଏହି ଅବସରରେ ଜଗଦୀଶ ପିଲ୍ଲାଇଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉତ୍ତରପ୍ରଦେଶ ସରକାରର ଜଣେ ମନ୍ତ୍ରୀ ଦିନା ଶଙ୍କର ମିଶ୍ର ମଧ୍ୟ ପହଞ୍ଚିଥିଲେ। ଏହି ରାମଚରିତମାନସର ଏହି ଗୀତ ଶୁଣିଥିଲେ।

ଡକ୍ଟର ଜଗଦୀଶ ପିଲ୍ଲାଇ ବାରାଣସୀର ଜଣେ ଲେଖକ ଏବଂ ଗବେଷକ ଅଟନ୍ତି। ସେ ପୂର୍ବରୁ ଅନ୍ୟ କେତେକ ରେକର୍ଡ ସୃଷ୍ଟି କରିଛନ୍ତି। କିନ୍ତୁ ଏଥର ତାଙ୍କ ରେକର୍ଡକୁ ନେଇ ଅନେକ ଆଲୋଚନା ହେଉଛି। ଏଥର ରାମଚରିତ ମାନସର ଅଡିଓ ପଠନ ଗୀତ, ଯାହାକି କ୍ରମାଗତ ଭାବରେ ୧୩୮ ଘଣ୍ଟା, ୪୧ ମିନିଟ ୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। ଏହା ଦୁନିଆର ସବୁଠାରୁ ଲମ୍ବା ଗୀତ ହୋଇପାରିଛି । ଯେଉଁଥିରେ ଗିନିଜ ୱାଲର୍‌ଡ ରେକର୍ଡ ମଧ୍ୟ ମୋହର ଲଗାଇଛି। ଏହାପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ନାମରେ ଏକ ୧୧୫ ଘଣ୍ଟା ୪୫ ମିନିଟର ରେକର୍ଡ ଥିଲା ।

ଆପଲ ମ୍ୟୁଜିକ, ସ୍ପୋଟିଫ, ଆମାଜନ ମ୍ୟୁଜିକ ଇତ୍ୟାଦି ବିଶ୍ୱର ଅଫିସିଆଲ ମ୍ୟୁଜିକ ଚ୍ୟାନେଲଗୁଡିକ ଏହି ଗୀତକୁ ୧୦୦ ରୁ ଅଧିକ ପ୍ଲାଟଫର୍ମରେ ପ୍ରସାରିତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri