ରାମଚରିତମାନସ ପାଠ ଦୁନିଆର ସବୁଠାରୁ ଲମ୍ବା ଗୀତ: ଜଗଦୀଶ ପିଲ୍ଲାଇ କଲେ ବିଶ୍ୱ ରେକର୍ଡ…

ବାରାଣସୀ,୨୫।୫ : ଗୋଟିଏ ପଟେ ରାମଚରିତମାନସଙ୍କ ସମ୍ପର୍କରେ ରାଜନୈତିକ କରିଡରରେ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଧାର୍ମିକ କାଶୀ ସହରରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୧୩୮ ଘଣ୍ଟାରେ ୧୫ ହଜାରରରୁ ଅଧିକ ଚୌପାଇ ଗୁଡ଼ିକୁ ସଜାଇ ସେଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଛନ୍ତି ୧ ଏହି ଅବସରରେ ଜଗଦୀଶ ପିଲ୍ଲାଇଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉତ୍ତରପ୍ରଦେଶ ସରକାରର ଜଣେ ମନ୍ତ୍ରୀ ଦିନା ଶଙ୍କର ମିଶ୍ର ମଧ୍ୟ ପହଞ୍ଚିଥିଲେ। ଏହି ରାମଚରିତମାନସର ଏହି ଗୀତ ଶୁଣିଥିଲେ।

ଡକ୍ଟର ଜଗଦୀଶ ପିଲ୍ଲାଇ ବାରାଣସୀର ଜଣେ ଲେଖକ ଏବଂ ଗବେଷକ ଅଟନ୍ତି। ସେ ପୂର୍ବରୁ ଅନ୍ୟ କେତେକ ରେକର୍ଡ ସୃଷ୍ଟି କରିଛନ୍ତି। କିନ୍ତୁ ଏଥର ତାଙ୍କ ରେକର୍ଡକୁ ନେଇ ଅନେକ ଆଲୋଚନା ହେଉଛି। ଏଥର ରାମଚରିତ ମାନସର ଅଡିଓ ପଠନ ଗୀତ, ଯାହାକି କ୍ରମାଗତ ଭାବରେ ୧୩୮ ଘଣ୍ଟା, ୪୧ ମିନିଟ ୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। ଏହା ଦୁନିଆର ସବୁଠାରୁ ଲମ୍ବା ଗୀତ ହୋଇପାରିଛି । ଯେଉଁଥିରେ ଗିନିଜ ୱାଲର୍‌ଡ ରେକର୍ଡ ମଧ୍ୟ ମୋହର ଲଗାଇଛି। ଏହାପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ନାମରେ ଏକ ୧୧୫ ଘଣ୍ଟା ୪୫ ମିନିଟର ରେକର୍ଡ ଥିଲା ।

ଆପଲ ମ୍ୟୁଜିକ, ସ୍ପୋଟିଫ, ଆମାଜନ ମ୍ୟୁଜିକ ଇତ୍ୟାଦି ବିଶ୍ୱର ଅଫିସିଆଲ ମ୍ୟୁଜିକ ଚ୍ୟାନେଲଗୁଡିକ ଏହି ଗୀତକୁ ୧୦୦ ରୁ ଅଧିକ ପ୍ଲାଟଫର୍ମରେ ପ୍ରସାରିତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ, ୯।୫: ଦେଶରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ କରୋନାରେ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ହେଉନାହିଁ। କୋଭିଡ୍‌...

କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୫।୩ : ଜଣାଶୁଣା ଲେଖକ ତଥା ଲିରିସିଷ୍ଟ ଜାଭେଦ ଆଖତରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନୀ ମକଦ୍ଦମାରେ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ଗୁରୁବାର ଜାମିନ ମିଳିଛି।...

ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ...

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚେତାବନୀ, ଘର ବାହାରେ ପଢିବେ ହନୁମାନ ଚାଳିଶା

ମୁମ୍ବାଇ,୨୧ ।୪: ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ବୁଧବାର କହିଛନ୍ତି ସେ ୨୩ ଏପ୍ରିଲରେ ମୁମ୍ବାଇ ଆସିବେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ...

ରାଜୌରୀ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ଜମ୍ମୁ,୧୪।୧(ପି.ଟି.): ଜମ୍ମୁ-କଶ୍ମୀରର ରାଜୌରୀରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଥିବା ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।...

ପ୍ରତିଘଣ୍ଟାରେ ଦେଶରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୦।୧୧: ପ୍ରତି ଘଣ୍ଟାରେ ଦେଶରେ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୬ରେ...

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି...

ବିଦେଶୀ ପିଲାଙ୍କ ପାଇଁ ଆଇଆଇଟି-ଜେଇଇ

ନୂଆଦିଲ୍ଲୀ,୨୩।୫: ଆମେରିକା, ଭିଏତ୍‌ନାମ ସମେତ ୨୫ ଦେଶରେ ଏକସଙ୍ଗେ ଆଇଆଇଟି-ଜେଇଇ (ଆଇଆଇଟି ଯୁଗ୍ମ ପ୍ରବେଶିକା ପରୀକ୍ଷା) କରାଇବାକୁ ଭାରତ ସରକାର ଯୋଜନା କରିଛନ୍ତି। ଫଳରେ ବିଦେଶୀ...

Advertisement
Archives

Model This Week