Posted inଜାତୀୟ

ଅହଂକାରୀଙ୍କୁ ଅଟକାଇଲେ ରାମ

ଜୟପୁର,୧୫ା୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସଭାରେ ‘୪୦୦ ପାର୍‌’ ସ୍ଲୋଗାନ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୪୦ ଆସନରେ ସୀମିତ ହୋଇ ରହିଯାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍‌। ଏଭଳି ସ୍ଥିତିରେ ଭାଜପାକୁ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଢ଼ିବାକୁ ପଡ଼ିଛି। ଏହାକୁ ନେଇ ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଭାଜପାକୁ ଲଗାତର ଭାବେ ଟାର୍ଗେଟ କରିଆସୁଛି। ଅହଂକାର ଯୋଗୁ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରିଲା ନାହିଁ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ସୋମବାର ନାଗପୁର ମୁଖ୍ୟାଳୟରେ ସମାଲୋଚନା କରିଥିଲେ। ଏହାର ୩ ଦିନ ପରେ ଜୟପୁରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆର୍‌ଏସ୍‌ଏସ୍‌ର ଇନ୍ଦ୍ରେଶ କୁମାର ଗୈରିକ ଦଳର ଅହଂକାରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଭଗବାନ ରାମ ଅଂହକାରୀଙ୍କୁ ୨୪୦ରେ ଅଟକାଇଦେଲେ ବୋଲି ସେ କହିଛନ୍ତି।
ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠୁ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ମଧ୍ୟରେ ସବୁକିଛି ଠିକ୍‌ ଚାଲୁ ନ ଥିବା ଚର୍ଚ୍ଚା ହେଉଛି। ରାଜସ୍ଥାନର ଜୟପୁରସ୍ଥିତ କନୋଟାରେ ଗୁରୁବାର ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ଯୋଗଦେଇ ଭାଜପାକୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ଇନ୍ଦ୍ରେଶ କହିଛନ୍ତି, ଗଣତନ୍ତ୍ରରେ ରାମରାଜ୍ୟର ବିଧାନକୁ ଦେଖନ୍ତୁ। ରାମଙ୍କୁ ଭକ୍ତି କରୁଥିବା ଦଳ ସର୍ବବୃହତ୍‌ ଦଳରେ ପରିଣତ ହୋଇଥିଲା। କିନ୍ତୁ ସେମାନଙ୍କ ଅହଂକାର ଯୋଗୁ ଏହି ଦଳ ନିର୍ବାଚନରେ ୨୪୦ରେ ସୀମିତ ରହିଗଲା। ଭଗବାନ ରାମ ସେମାନଙ୍କୁ ଏତିକିରେ ଅଟକାଇଦେଲେ। ଏପରି କି ରାମ ‘ରାବଣ’ (ବିରୋଧୀ ଇଣ୍ଡିଆ ମେଣ୍ଟ)ର ମଧ୍ୟ ଭଲ କଲେ। ରାମଙ୍କ ବିରୋଧୀମାନେ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ହାସଲ କଲେ ବୋଲି କୌଣସି ଦଳର ନାଁ ନ ନେଇ ଇନ୍ଦ୍ରେଶ କହିଛନ୍ତି। ଏହା ପୂର୍ବରୁ ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟରେ ଉଦ୍‌ବୋଧନ ଦେବା ଅବସରରେ ଭାଗବତ କହିଥିଲେ, ପ୍ରକୃତ ସେବକ ଅହଂକାରୀ ହୋଇପାରିବେ ନାହିଁ। ଲୋକଙ୍କ ସେବା କରିବାରେ ବିନମ୍ରତାକୁ ସେ ଗୁରୁତ୍ୱ ଦେଇଥିଲେ। ସେ ନିର୍ବାଚନ ବେଳେ ଧ୍ରୁବୀକରଣ ପ୍ରଚାର କୌଶଳକୁ ସମାଲୋଚନା କରିଥିଲେ। ଲୋକେ ପରସ୍ପରକୁ କାଦୁଅ ଫିଙ୍ଗି, ଟେକ୍ନୋଲୋଜିର ଦୁରୁପଯୋଗ କରିବା ସହ ମିଥ୍ୟା ପ୍ରଚାର କରିବାକୁ ପଛାଇନାହାନ୍ତି। ନିର୍ବାଚନ ବେଳେ ଏହା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଭାଗବତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଜାତିଆଣ ହିଂସା ପ୍ରଭାବିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଆଇନଶୃଙ୍ଖଳା ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ କହିଥିଲେ। ନିକଟରେ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ରାଜନୈତିକ ବିଶ୍ଳେଷକ ରତନ ଶାରଦା ମଧ୍ୟ ‘ଅର୍ଗାନାଇଜର୍‌’ର ଏକ ସ୍ତମ୍ଭରେ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆର୍‌ଏସ୍‌ଏସ୍‌ର ସାପ୍ତାହିକ ମୁଖପତ୍ରରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସହ ଭାଜପାର ମେଣ୍ଟକୁ ସମାଲୋଚନା କରିଥିଲେ। ଏପରି ନିଷ୍ପତ୍ତି କାହିଁକି ନିଆଯାଇଥିଲା ବୋଲି ରତନ ନିଜ ଆଲେଖ୍ୟରେ ପ୍ରଶ୍ନ କରିଥିଲେ।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାଜପା ୨୪୦ ଆସନ ଜିତିଛି, ଯାହାକି ମ୍ୟାଜିକ୍‌ ନମ୍ବର ୨୭୨ରୁ ୩୨ କମ୍‌। ଏଭଳି ସ୍ଥିତିରେ ମୋଦିଙ୍କ ଦଳ ସଂଯୁକ୍ତ ଜନତା ଦଳ (ଜେଡିୟୁ), ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ଶିବସେନା(ଶିନ୍ଦେ) ଓ ଅନ୍ୟ ଛୋଟ ଦଳଗୁଡ଼ିକ ସହଯୋଗରେ ତୃତୀୟ ଥର ସରକାର ଗଢ଼ିବାରେ ସକ୍ଷମ ହୋଇଛି। ଏହି ଦୃଷ୍ଟିରୁ ଆର୍‌ଏସ୍‌ଏସ୍‌ ନେତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?