Posted inଜାତୀୟ

କେନ୍ଦ୍ର, ଏନ୍‌ଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୬(ପି.ଟି.): ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଓ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍‌ଟିଏକୁ ଜବାବ ମାଗିଛନ୍ତି। ହିତେନ ସିଂ କାଶ୍ୟପ ଓ ଅନ୍ୟମାନଙ୍କ ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ସନ୍ଦୀପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ସିବିଆଇ ଏବଂ ବିହାର ସରକାରଙ୍କୁ ମଧ୍ୟ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଅନ୍ୟ ପିଟିଶନଗୁଡ଼ିକ ସହ ଉପରୋକ୍ତ ପିଟିଶନ୍‌ର ଶୁଣାଣି ଜୁଲାଇ ୮ରେ ହେବ।
ଶୁକ୍ରବାର ଶୁଣାଣି ସମୟରେ ଛାତ୍ରମାନଙ୍କ ପକ୍ଷର ଜଣେ ଓକିଲ ସିବିଆଇ ତଦନ୍ତ ଏବଂ ଏନ୍‌ଇଇଟି କାଉନସେଲିଂ ସ୍ଥଗିତ ରଖିବା ପାଇଁ ଦାବି କରିବା ସହ ରାଜସ୍ଥାନର କୋଟା ଆତ୍ମହତ୍ୟା ପ୍ରସଙ୍ଗ ଉଠାଇବାରୁ ଖଣ୍ଡପୀଠ କ୍ଷୁବ୍ଧ ହୋଇଥିଲେ। ଅନାବଶ୍ୟକ ଭାବାବେଗ ସୃଷ୍ଟିକାରୀ ଯୁକ୍ତି ନ କରିବା ପାଇଁ ଜଷ୍ଟିସ୍‌ ନାଥ କହିବା ସହ କାଉନ୍‌ସେଲିଂ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ଏନ୍‌ଟିଏର ଜବାବ ଜରୁରୀ। ୧,୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ୍‌ ମାର୍କକୁ ବାତିଲ କରାଯାଇଥିବା କେନ୍ଦ୍ର ଏବଂ ଏନ୍‌ଟିଏ ଗୁରୁବାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ସେମାନେ ଚାହିଁଲେ ପୁନର୍ବାର ପରୀକ୍ଷା ଦେଇପାରିବେ ନଚେତ ସେମାନଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହରାଇବାକୁ ପଡ଼ିବ। ଏନ୍‌ଇଇଟି-ୟୁଜି ପରୀକ୍ଷା ବିବାଦକୁ ନେଇ ବିଭିନ୍ନ ହାଇକୋର୍ଟରେ ମାମଲାଗୁଡ଼ିକ ବିଚାରାଧୀନ ଥିବାରୁ ସେଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଏନ୍‌ଟିଏ ଆବେଦନ କରିଥିଲା। ଏହାର ଶୁଣାଣି କରି ଖଣ୍ଡପୀଠ ବିଭିନ୍ନ ଘରୋଇ ପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ମେ’ ୫ରେ ୨୪ ଲକ୍ଷ ଛାତ୍ରୀଛାତ୍ର ଦେଶର ୪,୭୫୦ ସେଣ୍ଟରରେ ଏନ୍‌ଇଇଟି-ୟୁଜି ପରୀକ୍ଷା ଦେଇଥିଲେ। ଜୁନ୍‌ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବା ଆଶା କରାଯାଉଥିବାବେଳେ ୪ ତାରିଖ ଲୋକ ସଭା ନିର୍ବାଚନ ଭୋଟଗଣନା ଦିନ ଘୋଷଣା କରାଯାଇଥିଲା। ବିହାର ଭଳି କେତେକ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍‌ ହେବା ସହ ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ୬୭ ଜଣ ପିଲା ୭୨୦ରୁ ୭୨୦ ନମ୍ବର ରଖିଥିଲେ, ଯାହା କି ଏନ୍‌ଟିଏ ଇତିହାସରେ ଅଭୂତପୂର୍ବ। ପ୍ରଥମ ର଼୍ୟାଙ୍କ୍‌ ପାଇଥିବା ୬୭ ପିଲାଙ୍କ ମଧ୍ୟରେ ହରିୟାଣାର ଫରିଦାବାଦସ୍ଥିତ ଗୋଟିଏ ସେଣ୍ଟରର ୬ ଜଣ ପରୀକ୍ଷାର୍ଥୀ ଥିଲେ। ଫଳରେ ପରୀକ୍ଷାରେ ଅନିୟମିତତା ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହେବା ସହ ସୁପ୍ରିମକୋର୍ଟ ଏବଂ ୭ ହାଇକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଏହି ପରୀକ୍ଷା ଉପରେ ୨୪ ଲକ୍ଷ ପିଲାଙ୍କ ଭବିଷ୍ୟତ ନିର୍ଭର କରୁଥିବାରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ କଂଗ୍ରେସ ଦାବି କରିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପର୍ଯ୍ୟନ୍ତ ଏହା ଉପରେ ନୀରବତା ଅବଲମ୍ବନ କରୁଥିବାରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନ୍‌ଇଇଟି ଦୁର୍ନୀତିକୁ ଚାପିଦେବା ପାଇଁ ମୋଦି ସରକାର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏନ୍‌ଟିଏ ଜରିଆରେ ଉଦ୍ୟମ ଆରମ୍ଭ କରିଥିବା ଖାର୍ଗେ ଶୁକ୍ରବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?