ସ୍ବାମୀଙ୍କ ନାଁର ଟାଟୁ ହଟାଇଲେ ରାଖୀ, କହିଲେ ଏମିତି

ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, ସେ ଚର୍ଚ୍ଚାରେ ରହିବା ପାଇଁ କୌଣସି ଉପାଉ ଛାଡ଼ନ୍ତି ନାହିଁ। ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଅନେକ ସମୟରେ ସେ ଚର୍ଚ୍ଚାକୁ ଆସିଥାନ୍ତି। ବର୍ତ୍ତମାନ ସେ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସ୍ବାମୀ ରିତେଶଙ୍କ ପ୍ରେମରେ ପାଗଳ ଥିବା ରାଖୀ ଏବେ ତାଙ୍କ ନାମର ଟାଟୁକୁ ଲିଭାଇବାକୁ ଲାଗିପଡ଼ିଛନ୍ତି।
ରାଖୀ ନିଜ ଡାହାଣ ପାର୍ଶ୍ୱ ଅଣ୍ଟା ଉପରକୁ ସ୍ବାମୀ ରିତେଶଙ୍କ ନାଁର ଟାଟୁ କରିଥିଲେ। ଏବେ ସେ ଏହି ଟାଟୁକୁ ଲେଜର୍‌ ଜରିଆରେ ସବୁ ଦିନ ପାଇଁ ହଟାଇ ଦେଇଛନ୍ତି। ଟାଟୁ ହଟାଇବା ବେଳର ଏକ ଭିଡିଓକୁ ରାଖୀ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଭିଡିଓରେ ରାଖୀ କହୁଛନ୍ତି, ‘ଆଜି ମୁଁ ମୋ ଦେହରୁ ରିତେଶଙ୍କ ନାମ ହଟାଇବାକୁ ଯାଉଛି। କେବଳ ଏତିକି ନୁହେଁ, ରାଖୀ ପ୍ରଶଂସକମାନଙ୍କୁ ମଧ୍ୟ କହିଛନ୍ତି ଯେ ପ୍ରେମରେ ପଡ଼ିବା ପରେ ପାଗଳ ହୋଇ କାହାର ନାଁକୁ ଟାଟୁ କରିବା ଠିକ୍‌ ନୁହେଁ। ପରେ ଏହାକୁ ହଟାଇବା କଷ୍ଟ ହୋଇପଡେ।’
ରାଖୀ ଓ ତାଙ୍କ ସ୍ବାମୀ ରିତେଶ ସିଂହଙ୍କୁ ବିଗ ବସ୍‌ ସିଜିନ-୧୫ରେ ଦେଖିବାକୁ ମିଳିଥିଲା। ଶୋ’ରେ ଦୁହିଁଙ୍କ ମଧ୍ୟରେ କୌଣସି ବିଶେଷ ପ୍ରେମ ସମ୍ପର୍କ ଥିବା ନଜର ଆସି ନ ଥିଲା। ଦୁହେଁ ପରସ୍ପର ସହ ପ୍ରାୟତଃ ଝଗଡା କରୁଥିଲେ। ଏହି ଶୋ’ରୁ ବାହାରକୁ ଆସିବାର କିଛି ଦିନ ପରେ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri