ଫଟୋଗ୍ରାଫରଙ୍କ ପ୍ରେମରେ ଉବୁଟୁବୁ ହେଲେଣି ଶ୍ରଦ୍ଧା, ଭାବି ଶ୍ୱଶୁର ବିବାହକୁ ନେଇ ଦେଲେ ସବୁଜ ସଙ୍କେତ

ବମ୍ବେ: ଫଟ୍ରୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ମୁହଁ ଖୋଲି କହୁ ନ ଥିଲେ ହେଁ ଉଭୟଙ୍କ ସମ୍ପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନିକଟରେ ମାଳଦ୍ୱୀପରେ ପ୍ରେମିକଙ୍କ ସହ ପ୍ରିୟାଙ୍କ ଶର୍ମାଙ୍କ ବିବାହରେ ସେ ଯୋଗଦେଇଥିଲେ। ଉଭୟ ବେଶ୍‌ ଖୁସି ଥିବା ନଜର ଆସିଥିଲା। ଯଦି ସବୁକିଛି ଠିକ୍‌ ଥାଏ ତେବେ ପ୍ରଶଂସକ ଖୁସି ଖବର ଶୀଘ୍ର ଶୁଣିବେ ବୋଲି ଏବେ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଶ୍ରଦ୍ଧା-ରୋହନଙ୍କ ବିବାହକୁ ନେଇ ମନକଥା କହିଛନ୍ତି ଭାବିଶ୍ୱଶୁର ରାକେଶ ଶ୍ରେଷ୍ଠା।

ରାକେଶ କହିଛନ୍ତି, ଉଭୟ କଲେଜ ବେଳର ବନ୍ଧୁ। ଏହାଛଡ଼ା ସେମାନଙ୍କର ଅନେକ ବନ୍ଧୁ ଜୁହୁରେ ରହୁଛନ୍ତି। ନିଜ ନିଜ କର୍ମ ଜୀବନରେ ସେମାନେ ଭଲ କରୁଛନ୍ତି। ଯଦି ସେମାନେ ଆଗକୁ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଖୁସିରେ ସବୁକିଛି କରିବାକୁ ମୁଁ ପ୍ରସ୍ତୁତ ଅଛି। ଏଥିରେ ଆପତ୍ତି କରିବାର ପ୍ରଶ୍ନ ଉଠୁନାହିଁ।

ପୂର୍ବରୁ ଶ୍ରଦ୍ଧାଙ୍କ ବାପା ଅଭିନେତା ଶକ୍ତି କପୁର ଝିଅଙ୍କ ବିବାହକୁ ସବୁଜ ସଙ୍କେତ ଦେଖାଇ ସାରିଛନ୍ତି। ସେ ଯାହା ବି କରନ୍ତୁ ସର୍ବଦା ସାଙ୍ଗରେ ଛିଡ଼ା ହେବେ ବୋଲି ଶକ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା

ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର...

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା।...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

ଏହି ଅଭିନେତ୍ରୀଙ୍କୁ ଜନ୍ମହେବା ପୂର୍ବରୁ ମାରିଦେବାକୁ ଚାହୁଁଥିଲେ ମା’

ମୁମ୍ବାଇ: ଟିଭି ଜଗତର ଚୁଲବୁଲି ଅଭନେତ୍ରୀ ତଥା କମେଡିକୁଇନ ଭାରତୀ ସିଂହ ଶନିବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀ ହେଉଛନ୍ତି ସେହି ଅଭିନେତ୍ରୀଙ୍କ...

ଅର୍ଜୁନଙ୍କ ଫିଲ୍ମରେ ନାହାଁନ୍ତି କେହି ନାୟିକା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌’ ପାଇଁ ଖୁବ୍‌ ବ୍ୟସ୍ତ। ଆସନ୍ତା ୨୪ତାରିଖରେ ଏହା...

ଆଖିବୁଜିଲେ ଏହି ଅଭିିନେତ୍ରୀ

ଅଭିନେତ୍ରୀ ତାର୍‌ଲା ଜୋଷୀଙ୍କ ପରଲୋକ ଘଟିଛି। ‘ସାରାଭାଇ ଭର୍ସେସ ସାରାଭାଇ’, ଏକ ହଜାରୋଁ ମେଁ ମେରୀ ବେହନା ହୈ ଭଳି ଅନେକ ସିରିଏଲରେ କାମ କରିଥିବା...

‘ଗୁଡ୍‌ ନ୍ୟୁଜ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍‌ କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ୩ମିନିଟ ୨୨...

୬୩ ବର୍ଷରେ ଜ୍ୟାକି ଶ୍ରଫ୍‌: ଜଗୁ ଦାଦାରୁ ପାଲଟିଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍‌ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍‌ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍‌ଗିର୍‌ଠାରେ...

Advertisement
Archives

Model This Week