ହିଂସ୍ର ହେଉଛି ‘ରାକେଶ’

ଢେଙ୍କାନାଳ ଅଫିସ, ୨୮ା୬:  ଜଙ୍ଗଲରେ ମୁକ୍ତ ହୋଇ ବୁଲୁଥିଲା ସେ। ହିଂସ୍ର ଆଚରଣ ତାକୁ ବନ୍ଦୀ କରିଦେଲା ଚିଡ଼ିଆଖାନାରେ। ପ୍ରଥମେ ଶିକୁଳିରେ ବନ୍ଧା ହୋଇ ରହିଲା। ଆଉ ଏବେ କ୍ରଲ୍‌ (ସ୍ବତନ୍ତ୍ର କାଠ ଖୁଆଡ଼)ରେ କାଟୁଛି ବନ୍ଦୀ ଜୀବନ। ହେଲେ କ୍ରଲ୍‌ର ବାତାବରଣରେ ନିଜକୁ ଖାପଖୁଆଇ ପାରୁନି ନରହନ୍ତା ଦନ୍ତାହାତୀ ‘ରାକେଶ’। ଧୀରେ ଧୀରେ ତା’ର ଆଚରଣ ହିଂସ୍ର ହେଉଛି। କେତେବେଳ ସେ ଗର୍ଜନ କରୁଛି ତ ଆଉ କେବେ ଶୁଣ୍ଢ ବଢ଼ାଇ କାଠ ଖୁଆଡ଼କୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ହାତୀର ଆଚରଣରେ ଏପରି ପରିବର୍ତ୍ତନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।
ତାଳଚେର ବନାଞ୍ଚଳରେ ଆତଙ୍କ ସୃଷ୍ଟି କରି ଗୋଟିଏ ଦିନରେ ୫ଜଣଙ୍କ ଜୀବନ ନେବା ପରେ ଗତ ଜାନୁୟାରୀ ୨୧ରେ ‘ରାକେଶ’କୁ ଟ୍ରାଙ୍କୁଲାଇଜ୍‌ କରି ଢେଙ୍କାନାଳ କପିଳାସ ଚିଡ଼ିଆଖାନାର ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ତାକୁ ପ୍ରଥମେ ଏକ ଖୋଲାମଣ୍ଡପରେ ୪ ଗୋଡ଼ରେ ଶିକୁଳି ପକାଇ ରଖାଯାଇଥିଲା। ଦିନକ ପରେ ହାତୀ ୩ଟି ଚେନ୍‌ ଛିଣ୍ଡାଇ ଦେଇଥିଲା। ଏହାପରେ ପୁଣି ଚେନ୍‌ ଅଣାଯାଇ ଚାରି ଗୋଡ଼କୁ ବନ୍ଧାଯାଇଥିଲା। ତେବେ ଶିକୁଳିରେ ଘଷି ହୋଇ ବାରମ୍ବାର ଗୋଡ଼ରେ କ୍ଷତ ସୃଷ୍ଟି ହେବାପରେ ‘ରାକେଶ’କୁ କ୍ରଲ୍‌ରେ ରଖି ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲା ବନ ବିଭାଗ। ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାଠ ଖୁଆଡ଼ ତିଆରି କରି ଦନ୍ତାକୁ ରଖାଯାଇଥିଲା। ହେଲେ କ୍ରଲ୍‌ରେ ରହିବାକୁ ଅମଙ୍ଗ ହେଉଛି ‘ରାକେଶ’। ବାରମ୍ବାର ଶୁଣ୍ଢ ଏବଂ ଦାନ୍ତ ଦ୍ୱାରା ଖୁଆଡ଼ ଭାଙ୍ଗିଦେବାକୁ ଉଦ୍ୟମ କରୁଛି। ଏଥିରେ ବିଫଳ ହେଲେ ଗର୍ଜନ ଛାଡୁଛି। ଅପରପକ୍ଷେ ଖୁଆଡ଼ ଭିତରେ ବନ୍ଧାଯାଇ ନ ଥିବାରୁ ‘ରାକେଶ’ କ୍ରଲ୍‌ ଭାଙ୍ଗି ବାହାରକୁ ବାହାରି ଆସିଲେ ଉଗ୍ରରୂପ ଦେଖାଇ କ୍ଷୟକ୍ଷତି କରିବା ଆଶଙ୍କା ରହିଛି। ଏହାକୁ ନେଇ ଚିନ୍ତାରେ ଥିବା ବନ ବିଭାଗ ଅଧିକାରୀମାନେ ଦନ୍ତାକୁ ନିକଟ ଭବିଷ୍ୟତରେ ଜଙ୍ଗଲରେ ଛାଡ଼ି ଦେବା ପାଇଁ ବିଚାର କରୁଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ‘ରାକେଶ’ କ୍ରଲ୍‌ ଭିତରେ ଗର୍ଜନ କରିବା ସହ କାଠକୁ ଶୁଣ୍ଢରେ ଭାଙ୍ଗିବାକୁ ଉଦ୍ୟମ କରୁଛି। ହାତୀକୁ ବାହାର ଜଙ୍ଗଲରେ ଛାଡ଼ିଦେବା ପାଇଁ ଚିନ୍ତା କରାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ
ହାତୀ ଭଳି ବିଶାଳକାୟ ଜୀବ ଜଙ୍ଗଲରେ ଦଳବଦ୍ଧ ଏବଂ ମୁକ୍ତ ଭାବେ ବିଚରଣ କରିବାକୁ ଭଲପାଏ। ହିଂସ୍ର ସ୍ବଭାବର ହାତୀକୁ ଆୟତ୍ତ କରିବାକୁ ଟ୍ରାଙ୍କୁଲାଇଜ୍‌ କରି ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଏ। ରେସ୍‌କ୍ୟୁ ସେଣ୍ଟରରେ ହାତୀର ଗତିବିଧି ଉପରେ ନଜର ରଖିବାକୁ ଶିକୁଳିରେ ବନ୍ଦୀ କରି ରଖାଯାଏ। ହେଲେ ଏହାଦ୍ୱାରା ହାତୀର ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଘା’ ହେବା ଆଶଙ୍କା ଥାଏ। କ୍ଷତର ଯନ୍ତ୍ରଣା ବଢ଼ିବା ସହ ହାତୀର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ। ‘ରାକେଶ’ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ଦୀର୍ଘ ୬ମାସ ଧରି ବନ୍ଦୀଜୀବନ କାଟିବା ପରେ ତାକୁ ଶିକୁଳି ମୁକ୍ତ କରାଯାଇଛି। କ୍ରଲ୍‌ ଭିତରେ ହାତୀ ଶୃଙ୍ଖଳମୁକ୍ତ ହୋଇଥିଲେ ବି ଛୋଟିଆ ଖୁଆଡ଼ର ପରିବେଶରେ ଖାପଖୁଆଇ ପାରୁନାହିଁ। ନିଜକୁ ବେଶି ବନ୍ଦୀ ମନେକରୁଛି। ଶିକୁଳି ଯୋଗୁ ହାତୀ ଶରୀରରେ ହୋଇଥିବା ଘା’ ଚିକିତ୍ସା କରିବାକୁ କ୍ରଲ୍‌ ବ୍ୟବସ୍ଥାକୁ ଏକ ବଳିଷ୍ଠ ମାଧ୍ୟମ ବୋଲି କୁହାଯାଉଛି। ତେବେ ଏହି ଅବରୁଦ୍ଧ କାଠ ଖୁଆଡ଼ରେ ‘ରାକେଶ’ର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। ତେଣୁ ସେ କ୍ରଲ୍‌ ଭିତରେ ଅସ୍ତବ୍ୟସ୍ତ ହେବା ସହ ଉତ୍‌କ୍ଷିପ୍ତ ହୋଇ ଗର୍ଜନ ଛାଡୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri