Posted inଜାତୀୟ

ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍‌ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଜୁନ ୧୦ ରେ ଅନୁଷ୍ଠିତ ହେବ। କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନଥିବାରୁ ହରିୟାଣା, ରାଜସ୍ଥାନ, କର୍ନାଟକ ଏବଂ ମହାରାଷ୍ଟ୍ର ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି।

ଉତ୍ତରପ୍ରଦେଶରେ ସମସ୍ତ ୧୧ ପ୍ରାର୍ଥୀ , ତାମିଲନାଡୁରେ ୬ ଜଣ, ବିହାରରେ ପାଞ୍ଚ ଜଣ, ଆନ୍ଧ୍ରପ୍ରଦେଶରେ ଚାରିଜଣ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ତିନିଜଣ, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ଦୁଇଜଣ ଏବଂ ଉତ୍ତରାଖଣ୍ଡରର ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଉତ୍ତରପ୍ରଦେଶରୁ ଏସପିର ଜାଭେଦ ଅଲୀ, ଆରଏଲଡିର ଜୟନ୍ତ ଚୌଧୁରୀ ଏବଂ ଏସପି ସମର୍ଥିତ କପିଲ ସିବଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଭାଜପାର ପୂର୍ବତନ ବିଧାୟକ ଡକ୍ଟର ରାଧା ମୋହନ ଦାସ ଅଗ୍ରୱାଲ, ପୂର୍ବତନ ବିଧାୟକ ସଂଗୀତା ଯାଦବ,ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଡ . କେ ଲକ୍ଷ୍ମଣ, ପୂର୍ବତନ ଏମ୍‌ପି ମିଥିଲେଶ କୁମାର, ଭାଜପାର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ, ମହିଲା ମୋର୍ଚ୍ଚାର ପୂର୍ବ ପ୍ରଦେଶ ଅଧ୍ୟକ୍ଷା ଦର୍ଶନା ସିଂ, ବିକାଶ କର୍ପୋରେଶନ ଅଧ୍ୟକ୍ଷ ବାବୁରାମ ନିଶାଦ, ରାଜ୍ୟ ସଭା ସଦସ୍ୟ ସୁରେନ୍ଦ୍ର କୁମାର ନାଗର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ରାଜ୍ୟସଭାରେ ପହଞ୍ଚିଛନ୍ତି।

ବିହାରରୁ ଆରଜେଡ଼ିର ମିସା ଭାରତୀ, ଫାୟାଜ ଅହମ୍ମଦ, ଭାଜପାର ସତୀଶ ଚନ୍ଦ୍ର ଦୁବେ ଶମ୍ଭୁ ଶରଣ ପଟେଲ ଏବଂ ଜେଡିୟୁରୁ ଖିରୁ ମହାତୋ ଜିତିଛନ୍ତି। ଓ୍ବାଏସଆର କଂଗ୍ରେସର ଭି ବିଡା ମସ୍ତାନ ରାଓ, ଆର କୃଷ୍ଣେୟା ଏବଂ ଏସ ନିରଂଜନ ରେଡ୍ଡୀ, ବିଜୟ ସାଇ ରେଡ୍ଡୀ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାରେ ପହଞ୍ଚିଛନ୍ତି। ପଞ୍ଜାବରୁ ଆମ ଆଦମୀ ପାର୍ଟିର ବଲବୀର ସିଂ ସେଚୱାଲ ଏବଂ ବ୍ୟବସାୟୀ ବିକ୍ରମଜିତ ସିଂ ସାହନି ଜିତିଛନ୍ତି।

ତାମିଲନାଡୁରୁ ଏଆଇଏଡିଏମ୍‌କେର ସିଭି ଶାନମୁଗମ ଏବଂ ଆର ଧରମାର, କଂଗ୍ରେସର ପି ଚିଦାମ୍ବରମ ଏବଂ ଡିଏମକେର ଆର ଗିରିରାଜନ, କେ.ଆର.ଏନ ରାଜେଶ କୁମାର ତଥା ଏସ୍‌ କଲ୍ୟାଣସୁନ୍ଦରମ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଝାଡ଼ଖଣ୍ଡରୁ କେବଳ ଜେଏମଏମରୁ ମାହୁଆ ମାଜି ଏବଂ ଭାଜପାର ଆଦିତ୍ୟ ସାହୁ ଜିତିଛନ୍ତି।

ମଧ୍ୟପ୍ରଦେଶରୁ ଭାଜପାର ସୁମିତ୍ରା ବାଲ୍ମକି , କବିତା ପାଟିଡା ଏବଂ କଂଗ୍ରେସରୁ ବିଜୟ ଟାଙ୍କା ରାଜ୍ୟସଭାରେ ପହଞ୍ଚିଛନ୍ତି। ଛତିଶଗଡରୁ କଂଗ୍ରେସର ରାଜୀବ ଶୁକ୍ଲା ଏବଂ ରଣଜିତ୍‌ ରଞ୍ଜନ ବିଜୟୀ ହୋଇଛନ୍ତି। ସେହିପରି ଭାଜପାର କଳ୍ପନା ସୋନୀ ଉତ୍ତରାଖଣ୍ଡରୁ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?