ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ

ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଟକ୍କର ଦେଲାଭଳି ପ୍ରାର୍ଥୀ କଂଗ୍ରେସ ଓ ଭାଜପାର ହେବା ଆବଶ୍ୟକ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।
ଅନ୍ୟପକ୍ଷେ ଭାଜପା ଅନ୍ତର୍ଦ୍ୱନ୍ଦ୍ୱରେ ବୁଡିରହିଥିବା ବେଳେ ନେତାଶୂନ୍ୟ ହୋଇ ପଡିଛି ରାଜନଗର କଂଗ୍ରେସ। ତେବେ ଏଠାରେ ତ୍ରିମୁଖୀ ଲଢେଇ ହେବାର ପ୍ରଶ୍ନ ଉଠୁନାନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜନଗର ଭାଜପାର ଏକାଧିକ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଇଛି। ହେଲେ ଏହାର କୁପ୍ରଭାବ ଭାଜପା କର୍ମୀଙ୍କ ଉପରେ ପଡୁଛି। ସେହି ଦଳର କର୍ମୀଙ୍କ ମନରେ ନିରାଶାଭାବ ଦେଖିବାକୁ ମିଳୁଛି। ଭାଜପାର ଗ୍ୟାରେଣ୍ଟି ଓ ବିଭିନ୍ନ ଘୋଷଣାକୁ ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବାକୁ ରହିଥିବା ବେଳେ ପ୍ରାର୍ଥୀ ଚୟନ ହୋଇ ନ ଥିବାରୁ କର୍ମୀମାନେ ହାତବାନ୍ଧି ବସିଛନ୍ତି। ଏଣେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଦଳ ଅଣ୍ଟା ଭିଡ଼ିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଭୋଟ ଭିକ୍ଷା କରାଯାଉଛି। କଂଗ୍ରେସର କର୍ମୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅପାରଗତା କହି ସମାଲୋଚନା କରିଛନ୍ତି। କଂଗ୍ରେସ ସରକାରକୁ ଆସିଲେ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଗ୍ୟାରେଣ୍ଟି ଦିଆଯିବ କହି ଭୋଟ ଭିକ୍ଷା କରିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ରାଜନଗର। ଯେତେବେଳେ ସାରା ରାଜ୍ୟର ଭୋଟର ବିଜୁ ପଟ୍ଟନାୟକଙ୍କଠାରୁ ମୁହଁ ଫେରାଇ ନେଇଥିଲେ ସେତେବେଳେ ରାଜନଗର ଭୋଟର ବିଜୁ ବାବୁଙ୍କୁ ଆପଣାଇ ନେବା ସହ ରାଜନୈତିକ ଜୀବନ୍ୟାସ ଦେଇଥିଲେ।
ସେବେଠାରୁ ଓଡ଼ିଶା ରାଜନୀତିରେ ରାଜନଗର ନିର୍ବାଚନମଣ୍ଡଳୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବିଜୁ ବାବୁଙ୍କ ଅନୁଗତ ତଥା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତି ଲଗାତାର ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେର୍କଡ କରିଥିଲେ। ବିଜେଡି ନଳିନୀଙ୍କ ସାଥ୍‌ ଛାଡିଦେବା ପରେ ସେ କଂଗ୍ରେସର ହାତ ଧରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ। ୨୦୦୯ରେ ବିଧାନସଭା ପୁର୍ନଗଠନ ପରେ ରାଜନଗର ବ୍ଲକର ୨୯ ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ନେଇ ନୂଆକରି ଗଠିତ ହୋଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ୭ଥରର ବିଧାୟକ ଥିବା ନଳିନୀ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ବାଦ ଚଖାଇଥିଲେ ବିଜେଡି ପ୍ରାର୍ଥୀ ଅଲେଖ ଜେନା। ଆଉ ୨୦୧୪ ନିର୍ବାଚନରେ ରାଜନଗର ନିର୍ବାଚନମଣ୍ଡଳୀର ଭୋଟର କଂଗ୍ରେସର ହାତ ଧରି ନଳିନୀଙ୍କ ପୁଅ ଅଂଶୁମାନଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ମାତ୍ର ଅଳ୍ପ କିଛି ଭୋଟରେ ବିଜେଡିର ଧ୍ରୁବ ସାହୁ ପରାଜିତ ହେବା ସହ ଗଡ଼ ରକ୍ଷା କରିବାରେ ବିଫଳ ହୋଇଥିଲେ । କିନ୍ତୁ ଧ୍ରୁବ ସାହୁ ୨୦୧୯ ରେ ରାଜନଗରର ରାଜନୀତିରେ ବଡ଼ ଧରଣର ହଲଚଲ ସୃଷ୍ଟି କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଗତ ୨୦୧୪ ରୁ ୨୦୨୪ ଦଶ ବର୍ଷରେ ଧ୍ରୁବ ସଙ୍ଗଠନକୁ ମଜଭୁତ କରି ରଖିଛନ୍ତି। ଅନ୍ୟପକ୍ଷେ ରାଜନଗର ନିର୍ବାଚନମଣ୍ଡଳୀରେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗଦେଇ କେନ୍ଦ୍ରାପଡା ଏମ୍‌ପି ଟିକେଟ୍‌ ପାଇ ରଣାଗନକୁ ଓହ୍ଲାଇଛନ୍ତି।
ଅନ୍ୟପକ୍ଷେ ଅଂଶୁମାନ କଂଗ୍ରେସ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଥିଲେ। ରାଜନଗର ନିର୍ବାଚନମଣ୍ଡଳୀରେ ତାଙ୍କର ଅଖଣ୍ଡ ପ୍ରଭାବ ଆଉ ପତିଆରା ରହିଛି। ଏବେ ସେ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ନେତା ଶୁନ୍ୟ ହୋଇପଡିଛି। ସେପଟେ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ, ସେନେଇ ଦଳର ଆଶାୟୀ ପ୍ରାର୍ଥୀମାନେ ବି ଆଶା ଆଶଙ୍କାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?