ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ

ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଟକ୍କର ଦେଲାଭଳି ପ୍ରାର୍ଥୀ କଂଗ୍ରେସ ଓ ଭାଜପାର ହେବା ଆବଶ୍ୟକ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।
ଅନ୍ୟପକ୍ଷେ ଭାଜପା ଅନ୍ତର୍ଦ୍ୱନ୍ଦ୍ୱରେ ବୁଡିରହିଥିବା ବେଳେ ନେତାଶୂନ୍ୟ ହୋଇ ପଡିଛି ରାଜନଗର କଂଗ୍ରେସ। ତେବେ ଏଠାରେ ତ୍ରିମୁଖୀ ଲଢେଇ ହେବାର ପ୍ରଶ୍ନ ଉଠୁନାନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜନଗର ଭାଜପାର ଏକାଧିକ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବା କୁହାଯାଇଛି। ହେଲେ ଏହାର କୁପ୍ରଭାବ ଭାଜପା କର୍ମୀଙ୍କ ଉପରେ ପଡୁଛି। ସେହି ଦଳର କର୍ମୀଙ୍କ ମନରେ ନିରାଶାଭାବ ଦେଖିବାକୁ ମିଳୁଛି। ଭାଜପାର ଗ୍ୟାରେଣ୍ଟି ଓ ବିଭିନ୍ନ ଘୋଷଣାକୁ ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବାକୁ ରହିଥିବା ବେଳେ ପ୍ରାର୍ଥୀ ଚୟନ ହୋଇ ନ ଥିବାରୁ କର୍ମୀମାନେ ହାତବାନ୍ଧି ବସିଛନ୍ତି। ଏଣେ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଦଳ ଅଣ୍ଟା ଭିଡ଼ିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ ଭୋଟ ଭିକ୍ଷା କରାଯାଉଛି। କଂଗ୍ରେସର କର୍ମୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅପାରଗତା କହି ସମାଲୋଚନା କରିଛନ୍ତି। କଂଗ୍ରେସ ସରକାରକୁ ଆସିଲେ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଗ୍ୟାରେଣ୍ଟି ଦିଆଯିବ କହି ଭୋଟ ଭିକ୍ଷା କରିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ରାଜନଗର। ଯେତେବେଳେ ସାରା ରାଜ୍ୟର ଭୋଟର ବିଜୁ ପଟ୍ଟନାୟକଙ୍କଠାରୁ ମୁହଁ ଫେରାଇ ନେଇଥିଲେ ସେତେବେଳେ ରାଜନଗର ଭୋଟର ବିଜୁ ବାବୁଙ୍କୁ ଆପଣାଇ ନେବା ସହ ରାଜନୈତିକ ଜୀବନ୍ୟାସ ଦେଇଥିଲେ।
ସେବେଠାରୁ ଓଡ଼ିଶା ରାଜନୀତିରେ ରାଜନଗର ନିର୍ବାଚନମଣ୍ଡଳୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବିଜୁ ବାବୁଙ୍କ ଅନୁଗତ ତଥା ରାଜନଗରର ଭୂମିପୁତ୍ର ନଳିନୀକାନ୍ତ ମହାନ୍ତି ଲଗାତାର ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେର୍କଡ କରିଥିଲେ। ବିଜେଡି ନଳିନୀଙ୍କ ସାଥ୍‌ ଛାଡିଦେବା ପରେ ସେ କଂଗ୍ରେସର ହାତ ଧରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ। ୨୦୦୯ରେ ବିଧାନସଭା ପୁର୍ନଗଠନ ପରେ ରାଜନଗର ବ୍ଲକର ୨୯ ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ନେଇ ନୂଆକରି ଗଠିତ ହୋଇଥିବା ରାଜନଗର ନିର୍ବାଚନମଣ୍ଡଳୀରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ୭ଥରର ବିଧାୟକ ଥିବା ନଳିନୀ ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ବାଦ ଚଖାଇଥିଲେ ବିଜେଡି ପ୍ରାର୍ଥୀ ଅଲେଖ ଜେନା। ଆଉ ୨୦୧୪ ନିର୍ବାଚନରେ ରାଜନଗର ନିର୍ବାଚନମଣ୍ଡଳୀର ଭୋଟର କଂଗ୍ରେସର ହାତ ଧରି ନଳିନୀଙ୍କ ପୁଅ ଅଂଶୁମାନଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ମାତ୍ର ଅଳ୍ପ କିଛି ଭୋଟରେ ବିଜେଡିର ଧ୍ରୁବ ସାହୁ ପରାଜିତ ହେବା ସହ ଗଡ଼ ରକ୍ଷା କରିବାରେ ବିଫଳ ହୋଇଥିଲେ । କିନ୍ତୁ ଧ୍ରୁବ ସାହୁ ୨୦୧୯ ରେ ରାଜନଗରର ରାଜନୀତିରେ ବଡ଼ ଧରଣର ହଲଚଲ ସୃଷ୍ଟି କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଗତ ୨୦୧୪ ରୁ ୨୦୨୪ ଦଶ ବର୍ଷରେ ଧ୍ରୁବ ସଙ୍ଗଠନକୁ ମଜଭୁତ କରି ରଖିଛନ୍ତି। ଅନ୍ୟପକ୍ଷେ ରାଜନଗର ନିର୍ବାଚନମଣ୍ଡଳୀରେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ଯୋଗଦେଇ କେନ୍ଦ୍ରାପଡା ଏମ୍‌ପି ଟିକେଟ୍‌ ପାଇ ରଣାଗନକୁ ଓହ୍ଲାଇଛନ୍ତି।
ଅନ୍ୟପକ୍ଷେ ଅଂଶୁମାନ କଂଗ୍ରେସ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଥିଲେ। ରାଜନଗର ନିର୍ବାଚନମଣ୍ଡଳୀରେ ତାଙ୍କର ଅଖଣ୍ଡ ପ୍ରଭାବ ଆଉ ପତିଆରା ରହିଛି। ଏବେ ସେ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ନେତା ଶୁନ୍ୟ ହୋଇପଡିଛି। ସେପଟେ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ, ସେନେଇ ଦଳର ଆଶାୟୀ ପ୍ରାର୍ଥୀମାନେ ବି ଆଶା ଆଶଙ୍କାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri