Posted inଖେଳ

ରାଜସ୍ଥାନରେ ଅଟକିଲା ଚେନ୍ନାଇ

ଆବୁଧାବି, ୨।୧୦: ଆଇପିଏଲରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକ୍ୱାଡଙ୍କ ଶତକ ଫିକା ପଡ଼ିଛି। ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ଚେନ୍ନାଇକୁ ପରାସ୍ତ କରିଛି। ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ ରନ କରିଥିଲା। ରାଜସ୍ଥାନ ୧୭.୩ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶିବମ ଦୁବେ ସର୍ବାଧିକ ୬୪(୪୨ ବଲ, ୪ ଚୌକା, ୪ ଛକା) ରନ କରି ଅପରାଜିତ ଥିବାବେଳେ ଯଶସ୍ବୀ ଜୟସ୍ବାଲ ୫୦, ଅଧିନାୟକ ସଞ୍ଜୁ ସାମସନ ୨୮ ଓ ଇଭିନ ଲିଓ୍ବିସ୨୭ ରନ କରି ଦଳକୁ ଜିତାଇଥିଲେ। ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୨ଟି ଉଇକେଟ ନେଇଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ଓପନିଂ ଯୋଡ଼ିରେ ୪୭ ରନ ସଂଗ୍ରହ କରି ଦୃଢ଼ ଭିତ୍ତି ପକାଇଥିଲା। ଦଳୀୟ ଆକ୍ରମଣର ନେତୃତ୍ୱ ନେଇଥିଲେ ଯୁବ ଓପନିଂ ବ୍ୟାଟର ଋତୁରାଜ ଗାଏକ୍ୱାଡ। ଫଳରେ ଫାଫ୍‌ ଡୁ’ପ୍ଲେସି ୨୫(୧୯ ବଲ, ୨ ଚୌକା, ୧ ଛକା), ସୁରେଶ ରାଇନା (୩), ମୋଇନ ଅଲୀ ୨୧(୧୭ ବଲ, ୧ ଚୌକା, ୧ ଛକା) ଓ ଅମ୍ବାତି ରାୟୁଡ଼ୁ ୨ ରନରେ ଆଉଟ ହୋଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା। ୧୯.୫ ଓଭର ବେଳକୁ ଋତୁରାଜ ୯୫ ରନରେ ଅପରାଜିତ ଥିଲେ। ତେଣୁ ତାଙ୍କ ପ୍ରଥମ ଆଇପିଏଲ ଶତକ ପୂରଣ ହେବ କି ନାହିଁ ତାହା ଦେଖିବାକୁ ଉତ୍କଣ୍ଠା ରହିଥିଲା। ମାତ୍ର ମୁସ୍ତାଫିଜୁର ରହମନଙ୍କ ଶେଷ ବଲ୍‌କୁ ସେ ଛକାରେ ପରିଣତ କରି ଆଇପିଏଲରେ ପ୍ରଥମ ଶତକ ହାସଲ କରିଥିଲେ। ୬୦ଟି ବଲ୍‌ର ସମ୍ମୁଖୀନ ହୋଇ ଋତୁରାଜ ୯ ଚୌକା ଓ ୫ ଛକା ସହାୟତାରେ ୧୦୧ ରନକରି ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡେଜା ମାତ୍ର ୧୫ ବଲ୍‌ରୁ ୩୨(୪ ଚୌକା, ୧ ଛକା)ରେ ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ରାହୁଲ ଟଓ୍ବୋଟିଆ ୩ଟି ଓ ଚେତନ ସାକାରିଆ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri