Posted inଖେଳ

ଆଇପିଏଲ୍‌ ଋତୁର ରାଜା

ଆବୁଧାବି,୨।୧୦: ଚଳିତ ଆଇପିଏଲ୍‌ର ଶନିବାର ଦ୍ୱିତୀୟ ମୁକାବିଲାରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ରନ୍‌ କରିଥିଲା। ରାଜସ୍ଥାନ ରୟାଲ୍ସ ଆଗରେ ୧୯୦ ରନ୍‌ର ବିଶାଳ ଟାଗେର୍ଟ ରହିଛି।

ସିଏସ୍‌କେ ପାଇଁ ମାପିଚୁପି ଇନିଂସ ଆରମ୍ଭ କରିଥିଲେ ରୁତୁରାଜ ଗାଏକ୍ୱାଡ ଓ ଫାଫ୍‌ ଡୁ’ ପ୍ଲେସି। ୬ ଓଭର ୫ ବଲ୍‌ରେ ଫାଫ୍‌ ଡୁ’ ପ୍ଲେସି ୨୫ ରନ୍‌ କରି ରାହୁଲ ତେୱାଟିଆଙ୍କ ବଲରେ ଷ୍ଟମ୍ପଡ ଆଉଟ ହୋଇଥିଲେ। କିଛି ସମୟ ପରେ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରାଇନା (୩) ରନ୍‌ କରି ରାହୁଲ ତେୱାଟିଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ ହୋଇଥିଲେ। ହେଲେ ରୁତୁରାଜ ଗାଏକ୍ୱାଡଙ୍କ ଧର୍ଯ୍ୟପୂର୍ଣ୍ଣ ଶତକୀୟ(୧୦୧ରନ୍‌ ୯ ଚଉକା, ୫ ଛକ୍କା) ଇନିଂସ ଫଳରେ ଚେନ୍ନାଇ ୧୮୯ ରନ୍‌ କରିଛି। ରବୀନ୍ଦ୍ର ଜାଡେଜା ୩୨ରନ୍‌ର(୪ଚଉକା, ୧ ଛକ୍କା) ଦମ୍‌ଦାର ଇନିଂସ ଖେଳିଥିଲେ।

ରାଜସ୍ଥାନ ରୟାଲ୍ସର ରାହୁଲ ତେୱାଟିଆ ୩ ଉଇକେଟ ନେଇଥିବା ବେଳେ ଚେତନ ସାକାରିଆ ଗୋଟିଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି

ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍‌ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ...

ଆଫଗାନିସ୍ତାନକୁ ହରାଇ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ମଙ୍ଗଳବାର ଖେଳାଯାଇଥିବା ବିଶ୍ୱକପ୍‌ର ୨୪ତମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି।...

ଆଇସିସି ଉପରେ ଖୁବ୍ଧ ସଚିନଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୨୮।୮: ବେନ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୩ୟ ଟେଷ୍ଟକୁ ଜିତି ଆଶେସ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି। ଏଥିନେଇ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ...

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ...

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବ ଭାରତ

ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ...

ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ

ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି।...

Advertisement
Archives

Model This Week