Posted inଜାତୀୟ

ରାଜସ୍ଥାନ ସରକାରଙ୍କୁ ଏବେ ଘୋଡ଼ା ବେପାର ଡର!

ଜୟପୁର,୧୩।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ୧୮ ମାସ ପୂରଣ ହୋଇଥିବା ବେଳେ ଏବେ ଏଥିରେ କାହାର ନଜର ଲାଗିଛି ବୋଲି ଆଲୋଚନା ହେଉଛି। ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଯାଉଥିବା ଦେଖାଯାଇଛି। ଇତି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି। ସୋମବାର ବିଧାୟକ ଦଳର ବୈଠକରେ ୧୦୭ ବିଧାୟକ ସାମିଲ ହୋଇଥିବା ବେଳେ ବୈଠକରୁ ବାହାରି ଏକ ବସ୍‌ରେ ଏମାନେ ବାହାରକୁ ଚାଲି ଯାଇଥିବା ଦେଖାଯାଇଛି। ତେବେ ଏମାନେ ଯିବା ସମୟରେ ଭିକ୍ଟ୍ରି ସାଇନ୍‌ ଦେଖାଇ ଯାଇଛନ୍ତି। ସେପଟେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା କହିଛନ୍ତି ରାଜସ୍ଥାନ ସରକାରରେ ସବୁ ଠିକ୍‌ ଚାଲିଛି। ପାଇଲଟଙ୍କ ସହ ସମ୍ପର୍କ କରାଯାଇଛି ଓ ତାଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି। ଅନ୍ୟପଟେ ପାଇଲଟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କଥା ପୂର୍ବରୁ ଆଲାଚନା ହେଉଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ସେ ତାଙ୍କର ନୂଆ ଦଳ ଗଠନ କରିପାରନ୍ତି। ସେପଟେ କେତେଜଣ ବିଧାୟକ ଭାଜପା ସହ ସମ୍ପର୍କ ରଖିଥିବାରୁ ଏବେ କଂଗ୍ରେସକୁ ଘୋଡ଼ା ବେପାର ଭୟ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି

ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ...

ହ୍ବାଟ୍ସଆପ୍‌, ଇମେଲ୍‌, ଫାକ୍ସରେ ଜାରି ହେବ ସମନ

ନୂଆଦିଲ୍ଲୀ,୧୧ା୭(ଆଇଏଏନ୍‌ଏସ୍‌): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍‌, ଇମେଲ୍‌ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ...

କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା...

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ...

ଗରିବଙ୍କୁ ୧ଲକ୍ଷ ମାଗଣା ମାସ୍କ

ଆଗ୍ରା,୨୦।୭: କରୋନା ସଂକ୍ରମଣ ବେଳକୁ ବେଳ ବ୍ୟାପି ଚାଲିଥିବା ବେଳେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। କିନ୍ତୁ...

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ...

ସିଏଏ-ଏନ୍‌ଆର୍‌ସି ଭୟ: କେଉଁଠି ଧୂଆଁ, କେଉଁଠି ନିଆଁ; ଆକ୍ରୋଶରୁ ଅରାଜକତା

ନୂଆଦିଲ୍ଲୀ/କୋଲକାତା, ୧୬ା୧୨: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବା ପରେ ଉପୁଜିଥିବା ଅଡ଼ୁଆ ନ ଛିଣ୍ଡୁଣୁ ଏହାକୁ ଜାତୀୟ ସ୍ତରରେ ପ୍ରୟୋଗ କରିବା...

ନଭେମ୍ବର ୨୫ରେ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନଭେମ୍ବର ୨୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶୁକ୍ରବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *