Posted inଜାତୀୟ

ରାହୁଲ ଗାନ୍ଧୀ-ଦିବ୍ୟା ମଦେରଣାଙ୍କ ଫଟୋକୁ ନେଇ ବୟାନବାଜି ଆରମ୍ଭ , ଟାର୍ଗେଟ କଲେ ମଦନ ଦିଲାୱର

ନୂଆଦିଲ୍ଲୀ,୪ ।୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ଏଣ୍ଟ୍ରି କରିବା ପୂର୍ବରୁ ଏହାକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଶନିବାର ବାଡମେରରେ ପହଞ୍ଚିଥିବା ଭାଜପାର ପ୍ରଦେଶ ମହାମନ୍ତ୍ରୀ ଓ ବିଧାୟକ ମଦନ ଦିଲାୱର ରାହୁଲ ଗାନ୍ଧୀ ମହିଳାଙ୍କୁ ଜାବୁଡି ଧରିବା ଘଟଣା ଅଶୋଭୀୟ ବୋଲି କହିଛନ୍ତି । ସେ ଏହାକୁ ଏକ ଅପରାଧ କହିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟରେ ରାହୁଲଙ୍କ ଗିରଫ ଦାବି କରିଛନ୍ତି । ତୋସିୟାରେ କଂଗ୍ରେସର ତେଜତର୍ରାର ବିଧାୟକ ଦିବ୍ୟା ମଦେରଣା ରାହୁଲ ଗାନ୍ଧୀଙ୍କ ମହାରାଷ୍ଟ୍ରରେ ପହଞ୍ଚିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ଏହି ସମୟରେ ରାହୁଲ ବିଧାୟିକା ଦିବ୍ୟାଙ୍କ ମଥାରେ ଚୁମ୍ବନ ଦେଇଥିଲେ ।
ଦିବ୍ୟା ଏହି ଫଟୋ ୨୩ ନଭେମ୍ବରରେ ଟୁଇଟ କରିଥିଲେ । ଏହାପରେ ଏହି ଫଟୋକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ଦିବ୍ୟା ମଦେରଣା ଓ ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ପ୍ରଥମେ ନାଗୌର ଏମପି ହନୁମାନ ବେନିୱାଲ କାହାର ନାଁ ନ ନେଇ ଖୁବ୍ କଟାକ୍ଷ କରିଥିଲେ । ସେ କହିଥିଲେ କୃଷକର ଝିଅ ରାହୁଲଙ୍କ ସହ ଲାଗି ଲାଗି ଫଟୋ ଉଠାଉଛନ୍ତି । କ’ଣ ସେ ମୁଖ୍ୟ ମନ୍ତ୍ରୀ ହେବେ କି । ଏହାପରେ ରାହୁଲ ଓ ଦିବ୍ୟାଙ୍କ ଫଟୋକୁ ନେଇ ଆହୁରି କେତେଜଣ ନେତା ବି କମେଣ୍ଟ କରିଛନ୍ତି ।
ଏହି ଘଟଣାକୁ ନେଇ ବିଧାୟକ ମଦନ ଦିଲାୱର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅପରାଧୀଙ୍କୁ ଅପରାଧ କରିବାକୁ ମୌଖିକ ନିର୍ଦ୍ଦେଶ ରହିଛି । ଏଠି ଅପରାଧୀ ଧନ ଲୁଟିବା, ମହିଳାଙ୍କୁ ଅପମାନ ଦେବା ଓ ବଳାତ୍କାର କରିବା ଭଳି ଘଟଣାକୁ ଅଣଦେଖା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପ୍ରସ୍ତୁତି: ୨ ବର୍ଷ ପାଇଁ ମିଳିବନି ଏମ୍‌ପି ଫଣ୍ଡ୍‌

ନୂଆଦିଲ୍ଲୀ,୬।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୨ ବର୍ଷ ପାଇଁ ଏମ୍‌ପି ଫଣ୍ଡ୍‌ ମିଳିବନି...

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ୧୪ ବିରୋଧୀ ଏକଜୁଟ…

ନୂଆଦିଲ୍ଲୀ,୨୮।୭: ପେଗାସସ୍‌ ମାମଲାକୁ ନେଇ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଲାଗି...

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୮୮୬ ମୃତ

ନୂଆଦିଲ୍ଲୀ,୭।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର...

ମସ୍‌ଜିଦ ନ ଯାଇ ଘରେ ଇଦ୍‌ ପାଳିଲେ ନକ୍‌ଭି

ନୂଆଦିଲ୍ଲୀ,୨୫।୫: ସାରା ଦେଶରେ ସୋମବାର ପାଳନ କରାଯାଇଛି ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବ। ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଏଥର...

ଦିଲ୍ଲୀ ଉପରେ ବନ୍ୟା ସଙ୍କଟ

ନୂଆଦିଲ୍ଲୀ,୧।୮: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଯମୁନାରେ ବିପଦ ସଂକେତ ୨୦୫.୩୩...

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ...

ଦେଶରେ ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ବିଶ୍ୱ ସହ ତାଳଦେଇ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ...

Advertisement
Archives

Model This Week