Posted inଖେଳ

ସନ୍ନ୍ୟାସ ନିଷ୍ପତ୍ତିରୁ ୟୁଟର୍ନ

କଲମ୍ବୋ,୧୩।୧: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟାରେ ନିଷ୍ପତ୍ତିରୁ ୟୁଟର୍ନ ନେଇଛନ୍ତି ଶ୍ରୀଲଙ୍କା ଖେଳାଳି ଭାନୁକା ରାଜପାକ୍ଷେ। ଏ ନେଇ ଶ୍ରୀଲଙ୍କା ବୋର୍ଡ ଗୁରୁବାର ଘୋଷଣା କରିଛି।

ଗତ ୩ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ରାଜପାକ୍ଷେ ଅବସର ନେଉଥିବା ବୋର୍ଡକୁ ଜଣାଇଥିଲେ। ପାରିବାରିକ ଦାୟିତ୍ୱ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଉଥିବା ଦର୍ଶାଇଥିଲେ ଇସ୍ତଫା ପତ୍ରରେ। ସନ୍ନ୍ୟାସ ପତ୍ରରେ ସେ ଲେଖିଥିଲେ, “ଜଣେ ଖେଳାଳି ଓ ସ୍ବାମୀ ଭାବେ ନିଜ ସ୍ଥିତିକୁ ବିଚାର କରିବା ପରେ ଆଗକୁ ଆସୁଥିବା ପିତୃତ୍ୱ ଦାୟିତ୍ୱ ଲାଗି ମୁଁ କ୍ରିକେଟରୁ ଦୂରେଇବାକୁ ନିଷ୍ପତ୍ତି ନେଇଛି”।

କିନ୍ତୁ ଗୁରୁବାର ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ନମଲ ରାଜପାକ୍ଷେ ଏବଂ ଜାତୀୟ ଚୟନକର୍ତ୍ତାଙ୍କ ପରାମର୍ଶ କ୍ରମେ ଭାନୁକା ନିଜ ଇସ୍ତଫା ପତ୍ରକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଭାନୁକା ଏପର୍ଯ୍ୟନ୍ତ ଦେଶ ଲାଗି ୫ ଦିନିକିଆ ଓ ୧୮ ଟି୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା...

୩ୟ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲ୍‌ରେ ଏହି ସଫଳତା ହାସଲ କରିବେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି...

ଟିମ୍‌ ଇଣ୍ଡିଆ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ

କଲମ୍ବୋ,୧୮।୭: ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗରେ ୨୬୩ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି ଶ୍ରୀଲଙ୍କା। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବୋଲରଙ୍କ ଜବରଦସ୍ତ...

ବିରଳ ରେକର୍ଡର ଅଧିକାରୀ ହେଲେ ଗେଲ୍‌

ମୁମ୍ବାଇ, ୧୨ା୪- ୟୁନିଭର୍ସ ବସ ଭାବେ ଜଣାଶୁଣା କ୍ରିସ୍‌ ଗେଲ୍‌ ସୋମବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର...

ଲୁଚିଛପି ବିବାହ କଲେ ଏହି ଭାରତୀୟ ଖେଳାଳି

ଭାରତୀୟ କ୍ରିକେଟର ଜୟଦେବ ଉନାଦକଟ ମଙ୍ଗଳବାର ତାଙ୍କ ବାନ୍ଧବୀ ରିନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ କେବଳ ନିକଟତର ବନ୍ଧୁ ଉପସ୍ଥିତ...

ଦୀପା ପିସିଆଇର ନୂଆ ସଭାପତି

ନୂଆଦିଲ୍ଲୀ, ୨।୨(ପି.ଟି.)- ପାରା ଅଲିମ୍ପିକ ଗେମ୍ସରେ ପଦକ ଜିତିଥିବା ପ୍ରଥମ ଓ ଏକମାତ୍ର ଭାରତୀୟ ମହିଳା ଆଥ୍‌ଲେଟ୍‌ ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ କମିଟି...

ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍‌ନେଶ, ମନୋରଞ୍ଜନ,...

ପ୍ରମୋଦ ଭଗତଙ୍କ ଟ୍ରିପଲ ବିଜୟ

ଭୁବନେଶ୍ୱର, ୧।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ପ୍ରମୋଦ ଭଗତ ଟ୍ରିପଲ ବିଜୟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତ...

Advertisement
Archives

Model This Week