ରାଜାବନ୍ଧ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର

ବାରିପଦା ଅଫିସ,୨୫।୪:ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ ପୋଖରିଆ ପଞ୍ଚାୟତ ରାଜାବନ୍ଧର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ନାରଣ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୫ବର୍ଷ ଧରି ଚାଲିଥିବା ବନ୍ଧ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହ ବିଲ୍‌ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହା ସହିତ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ତଥା ଅନିୟମିତତା ସମ୍ପର୍କରେ ସିବିଆଇ ଯାଞ୍ଚ କରିବାକୁ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ୱ ବନ୍ଧ ଚାରିପାଖରେ ୪ଗୋଟି ୱାର୍ଡର ୮ଟି ଗ୍ରାମ ରହିଛି। ଏହି ଗ୍ରାମର ଲୋକ ଓ ଗୃହପାଳିତ ପ୍ରାଣୀ ବନ୍ଧ ଉପରେ ନିର୍ଭର କରୁଥିବାରୁ ବନ୍ଧଟି ପୋତି ହେବାକୁ ବସିଥିଲା। ଏହାର ପଙ୍କ ଉଦ୍ଧାର ଓ ଉନ୍ନତୀକରଣ ନିମନ୍ତେ ବାରମ୍ବାର ଦାବି ପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୫ ବର୍ଷ ହେଲା ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଥିଲା। ସ୍ବଚ୍ଛତା ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୫୪ ଲକ୍ଷ ୩ ହଜାର ୩୭୯ ଟଙ୍କା ଅଟକଳକୁ ନେଇ ବ୍ୟୟ ବରାଦ ହୋଇଥିବା ବେଳେ ପରିବର୍ତ୍ତନ କାର୍ଯ୍ୟଧାରାକୁ ନେଇ ଗ୍ରାମବାସୀ ଚନ୍ଦ୍ର ମୋହନ ମୁର୍ମୁ, କୁଶ ମୁର୍ମୁ ପ୍ରମୁଖ ଅଭିଯୋଗ ଉଠାଇଛନ୍ତି। ପ୍ରତିବର୍ଷ ଅନୁଦାନ ଆସୁଥିବା ଅର୍ଥରାଶିରେ ବନ୍ଧର ଦୁଇ ପାର୍ଶ୍ୱ ଆଡ଼ିକୁ ସଫା କରି ମାଟିକୁ କାଟି ସମତଳ କରିବା ଏବଂ ବନ୍ଧର ପାଣି ଶୁଖାଇବା କାର୍ଯ୍ୟ କରାଯାଉଛି। ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଉ ନ ଥିବାରୁ ବନ୍ଧର ପାଣି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମର ନିମାଇଁ ଚରଣ ମାଣ୍ଡି, ଲକ୍ଷ୍ମଣ ମୁର୍ମୁ ସଙ୍ଗରାୟ ହେମ୍ବ୍ରମ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ପାଇଁ ସରକାରଙ୍କ ଜନହିତକର ଯୋଜନା ବାଟମାରଣା ହେଉଛି। ଏ ନେଇ ଯନ୍ତ୍ରୀ ତପନ କୁମାର ଘୋଷ କହନ୍ତି, ପ୍ରଥମ ଥର ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ବନ୍ଧର ପୁନରୁଦ୍ଧାର ପାଇଁ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏଥିରେ କେନାଲ ମରାମତି ସହିତ ବନ୍ଧର ପଙ୍କ ଉଦ୍ଧାର ଓ ଆଡିର ମରାମତି କାର୍ଯ୍ୟ କରାଯାଉଛି। ଏହି ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବ୍ଳକ୍‌ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବାରୁ ନିର୍ବାହୀଯନ୍ତ୍ରୀ ଜିଲାପାଳଙ୍କୁ ଜଣାଇବା ପରେ ଉକ୍ତ କାର୍ଯ୍ୟ ବନ୍ଦ କରାଯାଇଛି। ଏଥିରେ ଅସହିଷ୍ଣୁତା ଭାବ ଆଣି ଏପରି ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତକୁ ମୁଁ ସ୍ବାଗତ କରୁଛି। ତଦନ୍ତ ପରେ ସମସ୍ତ ଘଟଣା ଜଣାପଡ଼ିବ। ତେବେ ୧୫ଦିନ ମଧ୍ୟରେ ଉଚ୍ଚସ୍ତରୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri