ମିଠା ଦୋକାନୀଙ୍କୁ ଗୋଡାଇ ହାଣିବା ଘଟଣା: ଏନ୍‌କାଉଣ୍ଟର ଭୟରେ ଆତ୍ମସମର୍ପଣ କଲେ ରାଜା

ଭୁବନେଶ୍ୱର,୯ା୧୦(ବ୍ୟୁରୋ):ସାମନ୍ତରାପୁର ଛକରେ ମିଠା ଦୋକାନୀଙ୍କୁ ହତ୍ୟା କରିବା ଘଟଣାରେ ଜଣେ ଷଡ଼ଯନ୍ତ୍ରକାରୀ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ହେଲେ ଧଉଳି ଥାନା ବେହେରାସାହି ପ୍ଲଟ ନଂ-୮୫ରେ ରହୁଥିବା ରାଜକିଶୋର ବେହେରା ଓରଫ ରାଜା। ଏହି ହତ୍ୟା ଘଟଣା ଘଟିବା ପରେ ପୋଲିସ ପୁରା ଆକ୍ସନ ମୁଡ଼୍‌କୁ ଆସିଯାଇଥିଲା। ଏପରିକି ଜୋନ୍‌ ଏସିପି ବିଷ୍ଣୁ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୁରୀ,ପିପିଲି,ଖୋର୍ଦ୍ଧା,ବାଲିହନ୍ତା ଆଦି ସ୍ଥାନରେ ଚଢାଉ କରିଥିଲା। ଏହାସହ ବଳାରାମ ମିଠା ଦୋକାନୀଙ୍କ ପୁଅ ଦିଲ୍ଲୀ ବେହେରାଙ୍କୁ ମଧ୍ୟ ଉଠାଇ ଆଣି ପୋଲିସ ଥାନାରେ ପଚରାଉଚରା କରିଥିଲା। ପୋଲିସ ତାଙ୍କୁ ପଚରାଉଚରା ପରେ ଏହି ହତ୍ୟାପଛରେ ଷଡଯନ୍ତ୍ରକାରୀ ହେଉଛନ୍ତି ଦିଲ୍ଲୁଙ୍କୁ ପୁଅ ରାଜା। ତେଣୁ ପୋଲିସ ତାଙ୍କୁ ଧରିବା ପାଇଁ ଶିଶୁପାଳଗଡ଼,ଧଉଳିରେ ଚଢାଉ କରିଥିଲା। ତାଙ୍କ ଘରେ ପୋଲିସ ଚଢାଉ କରିବା ସମୟରେ ରାଜା ଥରେ ଖସିଯାଇଥିଲା। ତେଣୁ ପୋଲିସ ବିକାଶ ଦୁବେ ଭଳି ଏନ୍‌କାଉଣ୍ଟର କରିବ ବୋଲି ଏକ ମିଥ୍ୟ ପ୍ରଚାର କରିଥିଲା। ଏହି ଖବର ରାଜ ନିକଟରେ ପହଞ୍ଚିଥିଲା। ସେ ଜୀବନ ବଞ୍ଚାଇବା ପାଇଁ ବାଟ ଖୋଲିଥିଲା। ଏପରିକି ତାଙ୍କ ଓକିଲ ଲିଙ୍ଗରାଜ ଦାଶ ଏବଂ ଭକ୍ତଭୂଷଣ ବାରିଙ୍କ ସହଯୋଗାଯୋଗ କରିଥିଲା। ଓକିଲଙ୍କ କହିବା ଅନୁସରରେ ଗୁରୁବାର ଦିନ ୧୨ ସମୟରେ ଓକିଲ ଗାଡିରେ ବସି କୋର୍ଟକୁ ଯାଇଥିଲା ରାଜା। ଏହା ପୋଲିସ ଜାଣିପାରି ତାଙ୍କ ପିଛା କରିଥିଲେ। ହେଲେ କୋର୍ଟ ଭିତରକୁ ଅଭିଯୁକ୍ତ ରାଜା ଦୌଡି ପଶିଯିବା ପରେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ଶେଷରେ ତାଙ୍କୁ କୋର୍ଟ ଭିତରେ ଥିବା ପୋଲିସ ହାଜତରେ ରଖାଯାଇଥିଲା। ସବୁଠୁ ବଡ଼ କଥା ହେଲା ରାଜାଙ୍କ ମନରେ ଏନ୍‌କାଉଣ୍ଟରର ଭୟ ଏତେ ପଶିଯାଇଥିଲା ଯେ, ସେ ହାଜତ ଭିତରେ ବସିବା ସମୟରେ ଥରୁଥିବାର ଦେଖିବାକୁ ମିଳିଥିଲା। ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବା ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଶୁକ୍ରବାର ପୋଲିସ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବେ। ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା ପରେ ସେ କାହାକୁ ସୁପାରି କିଲର ଦେଇଥିଲେ। ସେମାନେ କିଏ। କେତେ ଟଙ୍କା ନେଇ ସେମାନଙ୍କୁ ଅଣାଯାଇଥିଲା ତାହା ସ୍ପଷ୍ଟ ହେବ। ଏହି ଷଡ଼ଯନ୍ତ୍ରରେ ରାଜା ଏକାକୀ ସପୃକ୍ତ ଅଛନ୍ତି ନା ତାଙ୍କ ବାପା ଦିଲ୍ଲୀ ସଂପୃକ୍ତ ଅଛନ୍ତି ତାହା ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ଏସିପି ବିଷ୍ଣୁ ପାତ୍ର କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି,ବଳରାମ ମିଠା ଦୋକାନୀରେ ପ୍ରଭାକର ବେହେରା ମୁଖ୍ୟମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବଳଦାମ ଦୋକାନ ବନ୍ଦ ହେବା ପରେ ପ୍ରଭାକର ଉକ୍ତ ଛକରେ ପାଲ ଟାଣି ଏକ ଉଠା ମିଠା ଦୋକାନ କରିଥିଲେ। ଏହାଦ୍ୱାରା ପରମୁହୂର୍ତ୍ତରେ ବଳାଦାମ ମିଠା ଦୋକାନ ବ୍ୟବସାୟ ମାନ୍ଦା ହୋଇଥିଲା। ଦିଲୁ ଏବଂ ତାଙ୍କ ପୁଅ ରାଜା ମୃତ ପ୍ରଭାକର ବେହେରା ଓରଫ ଜମ୍ବୁଙ୍କୁ ସାମନ୍ତରା ପୁର ଛକ ଛାଡି ଅନ୍ୟତ୍ର ଯାଇ ବେପାର କରିବାକୁ ଧମକ ଦେଇଥିଲେ। ସେ ନଯିବାରୁ ପୂର୍ବରୁ ଦୋକାନରେ ଭଙ୍ଗାରୁଜା କରିଥିଲେ। ଥାନାରେ ମାମଲା ହେବା ପରେ ଆପୋଷ ସମାଧାନ ହୋଇଥିଲା। ଶେଷରେ ଗତ ୪ ତାରିଖରେ ରାଜା ତାର ଦୁଇ ସହଯୋଗୀଙ୍କୁ ସୁପାରି କିଲର ଦେଇ ପ୍ରଭାକରଙ୍କୁ ହତ୍ୟା କରିଥିଲେ। ଫେରାର ଥିବା ଦୁଇ ସୁପାରି କିଲରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?