ମିଠା ଦୋକାନୀଙ୍କୁ ଗୋଡାଇ ହାଣିବା ଘଟଣା: ଏନ୍‌କାଉଣ୍ଟର ଭୟରେ ଆତ୍ମସମର୍ପଣ କଲେ ରାଜା

ଭୁବନେଶ୍ୱର,୯ା୧୦(ବ୍ୟୁରୋ):ସାମନ୍ତରାପୁର ଛକରେ ମିଠା ଦୋକାନୀଙ୍କୁ ହତ୍ୟା କରିବା ଘଟଣାରେ ଜଣେ ଷଡ଼ଯନ୍ତ୍ରକାରୀ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ହେଲେ ଧଉଳି ଥାନା ବେହେରାସାହି ପ୍ଲଟ ନଂ-୮୫ରେ ରହୁଥିବା ରାଜକିଶୋର ବେହେରା ଓରଫ ରାଜା। ଏହି ହତ୍ୟା ଘଟଣା ଘଟିବା ପରେ ପୋଲିସ ପୁରା ଆକ୍ସନ ମୁଡ଼୍‌କୁ ଆସିଯାଇଥିଲା। ଏପରିକି ଜୋନ୍‌ ଏସିପି ବିଷ୍ଣୁ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ପୁରୀ,ପିପିଲି,ଖୋର୍ଦ୍ଧା,ବାଲିହନ୍ତା ଆଦି ସ୍ଥାନରେ ଚଢାଉ କରିଥିଲା। ଏହାସହ ବଳାରାମ ମିଠା ଦୋକାନୀଙ୍କ ପୁଅ ଦିଲ୍ଲୀ ବେହେରାଙ୍କୁ ମଧ୍ୟ ଉଠାଇ ଆଣି ପୋଲିସ ଥାନାରେ ପଚରାଉଚରା କରିଥିଲା। ପୋଲିସ ତାଙ୍କୁ ପଚରାଉଚରା ପରେ ଏହି ହତ୍ୟାପଛରେ ଷଡଯନ୍ତ୍ରକାରୀ ହେଉଛନ୍ତି ଦିଲ୍ଲୁଙ୍କୁ ପୁଅ ରାଜା। ତେଣୁ ପୋଲିସ ତାଙ୍କୁ ଧରିବା ପାଇଁ ଶିଶୁପାଳଗଡ଼,ଧଉଳିରେ ଚଢାଉ କରିଥିଲା। ତାଙ୍କ ଘରେ ପୋଲିସ ଚଢାଉ କରିବା ସମୟରେ ରାଜା ଥରେ ଖସିଯାଇଥିଲା। ତେଣୁ ପୋଲିସ ବିକାଶ ଦୁବେ ଭଳି ଏନ୍‌କାଉଣ୍ଟର କରିବ ବୋଲି ଏକ ମିଥ୍ୟ ପ୍ରଚାର କରିଥିଲା। ଏହି ଖବର ରାଜ ନିକଟରେ ପହଞ୍ଚିଥିଲା। ସେ ଜୀବନ ବଞ୍ଚାଇବା ପାଇଁ ବାଟ ଖୋଲିଥିଲା। ଏପରିକି ତାଙ୍କ ଓକିଲ ଲିଙ୍ଗରାଜ ଦାଶ ଏବଂ ଭକ୍ତଭୂଷଣ ବାରିଙ୍କ ସହଯୋଗାଯୋଗ କରିଥିଲା। ଓକିଲଙ୍କ କହିବା ଅନୁସରରେ ଗୁରୁବାର ଦିନ ୧୨ ସମୟରେ ଓକିଲ ଗାଡିରେ ବସି କୋର୍ଟକୁ ଯାଇଥିଲା ରାଜା। ଏହା ପୋଲିସ ଜାଣିପାରି ତାଙ୍କ ପିଛା କରିଥିଲେ। ହେଲେ କୋର୍ଟ ଭିତରକୁ ଅଭିଯୁକ୍ତ ରାଜା ଦୌଡି ପଶିଯିବା ପରେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ଶେଷରେ ତାଙ୍କୁ କୋର୍ଟ ଭିତରେ ଥିବା ପୋଲିସ ହାଜତରେ ରଖାଯାଇଥିଲା। ସବୁଠୁ ବଡ଼ କଥା ହେଲା ରାଜାଙ୍କ ମନରେ ଏନ୍‌କାଉଣ୍ଟରର ଭୟ ଏତେ ପଶିଯାଇଥିଲା ଯେ, ସେ ହାଜତ ଭିତରେ ବସିବା ସମୟରେ ଥରୁଥିବାର ଦେଖିବାକୁ ମିଳିଥିଲା। ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବା ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଶୁକ୍ରବାର ପୋଲିସ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବେ। ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା ପରେ ସେ କାହାକୁ ସୁପାରି କିଲର ଦେଇଥିଲେ। ସେମାନେ କିଏ। କେତେ ଟଙ୍କା ନେଇ ସେମାନଙ୍କୁ ଅଣାଯାଇଥିଲା ତାହା ସ୍ପଷ୍ଟ ହେବ। ଏହି ଷଡ଼ଯନ୍ତ୍ରରେ ରାଜା ଏକାକୀ ସପୃକ୍ତ ଅଛନ୍ତି ନା ତାଙ୍କ ବାପା ଦିଲ୍ଲୀ ସଂପୃକ୍ତ ଅଛନ୍ତି ତାହା ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ଏସିପି ବିଷ୍ଣୁ ପାତ୍ର କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି,ବଳରାମ ମିଠା ଦୋକାନୀରେ ପ୍ରଭାକର ବେହେରା ମୁଖ୍ୟମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବଳଦାମ ଦୋକାନ ବନ୍ଦ ହେବା ପରେ ପ୍ରଭାକର ଉକ୍ତ ଛକରେ ପାଲ ଟାଣି ଏକ ଉଠା ମିଠା ଦୋକାନ କରିଥିଲେ। ଏହାଦ୍ୱାରା ପରମୁହୂର୍ତ୍ତରେ ବଳାଦାମ ମିଠା ଦୋକାନ ବ୍ୟବସାୟ ମାନ୍ଦା ହୋଇଥିଲା। ଦିଲୁ ଏବଂ ତାଙ୍କ ପୁଅ ରାଜା ମୃତ ପ୍ରଭାକର ବେହେରା ଓରଫ ଜମ୍ବୁଙ୍କୁ ସାମନ୍ତରା ପୁର ଛକ ଛାଡି ଅନ୍ୟତ୍ର ଯାଇ ବେପାର କରିବାକୁ ଧମକ ଦେଇଥିଲେ। ସେ ନଯିବାରୁ ପୂର୍ବରୁ ଦୋକାନରେ ଭଙ୍ଗାରୁଜା କରିଥିଲେ। ଥାନାରେ ମାମଲା ହେବା ପରେ ଆପୋଷ ସମାଧାନ ହୋଇଥିଲା। ଶେଷରେ ଗତ ୪ ତାରିଖରେ ରାଜା ତାର ଦୁଇ ସହଯୋଗୀଙ୍କୁ ସୁପାରି କିଲର ଦେଇ ପ୍ରଭାକରଙ୍କୁ ହତ୍ୟା କରିଥିଲେ। ଫେରାର ଥିବା ଦୁଇ ସୁପାରି କିଲରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri