ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର,୯।୧୦(ବ୍ୟୁରୋ)- ୧୯୯୯ ମହାବାତ୍ୟା ଠାରୁ ସ୍ଥାଣୁ ପାଲଟିଯାଇଥିବା ଓଡ଼ିଶାର ଏକମାତ୍ର ଫିଲ୍ମ ଶୁଟିଂ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’ ଚଳଚଞ୍ଚଳ ହୋଇଉଠିଛି। ଧାରାବାହିକ ଓ ବିଭିନ୍ନ କାର୍ଯ୍ୟକ୍ରମର ଶୁଟିଂ ସହ ଆଗାମୀଦିନରେ ଫିଲ୍ମ ଶୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରିଛି ଷ୍ଟୁଡିଓ। ଅଚଳ ହୋଇପଡ଼ିଥିବା ସେଟ୍‌ଗୁଡ଼ିକ ଏବେ ବ୍ୟବହାର ଉପଯୋଗୀ ହୋଇଛି। କେବଳ ଏତିକି ନୁହେଁ, ଦୁଇଟି ଚ୍ୟାନେଲ ସହ ଜଣେ ନାମୀ ପ୍ରଯୋଜକ ଏଠାରେ ନିଜର ଶୁଟିଂ ଆରମ୍ଭ କରିଛନ୍ତି। ଫଳରେ ମାସକୁ ପ୍ରାୟ ୫ଲକ୍ଷ ଟଙ୍କା ଷ୍ଟୁଡିଓରୁ ରୋଜଗାର ହେଉଛି। ଆଗୀମଦିନରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି। ଏହାହେଲେ କଳିଙ୍ଗ ଷ୍ଟୁଡିଓକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିବ ଏବଂ ୬ ମାସ ପରେ ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରୋଜଗାର ହୋଇପାରିବ ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି।
୨୦୧୮ରେ ସାମାନ୍ୟ ଅଣ୍ଟା ସଳଖି ଛିଡ଼ା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଗତ ଫନୀ ବାତ୍ୟାରେ ପୁଣିଥରେ ଭାଙ୍ଗିରୁଜି ଯାଇଥିଲା। ଷ୍ଟୁଡିଓ ଆଉକେବେ ନୂଆ ରୂପ ପାଇବ ତାହାକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା। ମାତ୍ର ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଟିଂ ପାଇଁ ଉପଯୁକ୍ତ ହୋଇପାରିଛି ଓଡ଼ିଶାର ଏହି ଐତିହାସିକ ଷ୍ଟୁଡିଓ। ଷ୍ଟୁଡିଓର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ରାସ୍ତା ଏବଂ ଭାଙ୍ଗିରୁଜି ଯାଇଥିବା ଏଡିଟିଂ ରୁମ୍‌ ଓ ଡବିଂ ବୁଥ୍‌ ସବୁକିଛି ନୂଆ ରୂପ ପାଇବ। ନୂଆ କରି ନିର୍ମାଣ ହୋଇଥିବା ଜମିଦାର୍‌ ଘର, କଟେଜ୍‌ ଓ ଭିଲେଜ୍‌ କମ୍ପ୍ଲେକ୍ସ ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ତାହାକୁ ପୁଣିଥରେ ସଜଡ଼ା ଯାଇଛି। ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ତ୍ରିପାଠୀ ଧରିତ୍ରୀକୁ କହିଛନ୍ତି, ଷ୍ଟୁଡିଓ ପରିସରରେ ଏକ ନୂତନ ବସ୍‌ ଷ୍ଟପ୍‌ ସହ ରେଲେଓ୍ବେ ଷ୍ଟେସନ ନିର୍ମାଣ କରାଯାଉଛି। ସେହିଭଳି ଶୁଟିଂ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ପୋଖରୀ ଓ ବସ୍ତି କରାଯିବାର ଯୋଜନା ରହିଛି। କଳାକାର ଏବଂ କର୍ମଚାରୀମାନଙ୍କ ଖାଇବା ପିଇବା ଲାଗି ଏହାମଧ୍ୟରେ ବ୍ୟବସ୍ଥା ନଥିବାରୁ ଏକ ମଲ୍ଟିପର୍‌ପୋଜ୍‌ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଉଛି। ଏଠାରେ ଲୋକେ ବସି ଖାଇବା ସହ ଶୁଟିଂ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। ଟେକ୍ନିସିଆନ୍‌ମାନେ ରହିବା ପାଇଁ ଏକ ଡର୍ମିଟୋରୀ ପ୍ରସ୍ତୁତ କରାଯାଉଛି। ଷ୍ଟୁଡିଓର ପ୍ରବେଶ ଓ ପ୍ରସ୍ଥାନ ପଥର ସୌନ୍ଦର୍ଯ୍ୟକରଣ କରାଯିବ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି) ଷ୍ଟୁଡିଓର ନବୀକରଣ କାର୍ଯ୍ୟ କରୁଥିବା ବେଳେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଛି। ଆଧୁନିକରଣ ଏବଂ ପୁନରୁଦ୍ଧାର ସହିତ ପୁରୁଣା ଯନ୍ତ୍ରପାତି ଓ ଆବଶ୍ୟକୀୟ ସରଞ୍ଜାମକୁ ନେଇ ମ୍ୟୁଜିୟମ୍‌ କରାଯିବ। ରେକର୍ଡିଂ ରୁମ୍‌କୁ ନିଜ ଅଧିନକୁ ଆଣି ଓଏଫ୍‌ଡିସି ଏହାର ଉନ୍ନତୀକରଣ କରିବ ଏବଂ ଭଡ଼ାରେ ଲଗାଇବ। ସେହିଭଳି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡବିଂ ବୁଥ୍‌କୁ ସଜଡ଼ା ଯାଇ ଏହାକୁ ଏକ ଫ୍ଲୋର୍‌ର ରୂପ ଦିଆଯିବ। ବର୍ତ୍ତମାନ ଥିବା ଦୁଇଟି ଫ୍ଲୋର୍‌କୁ ଦୁଇଟି ଚ୍ୟାନେଲ ନେଇଥିବା ବେଳେ ଆଗକୁ ଆଉ ଦୁଇଟି ନୂତନ ଫ୍ଲୋର୍‌ ନିର୍ମାଣ କରାଯିବ। ସେହିଭଳି ଆଗକୁ ଟେଲିଭିଜନ୍‌ ଶୁଟିଂଠାରୁ ଆରମ୍ଭ କରି ଚଳଚ୍ଚିତ୍ର ନିର୍ମାଣ ଏବଂ ଆଲ୍‌ବମ୍‌ ଶୁଟିଂ ପାଇଁ ମଧ୍ୟ ଯୋଜନା କରାଯାଇଛି। ଓଏଫ୍‌ଡିସି ନିକଟରେ ଏବେ ୪କୋଟି ବଜେଟ ଥିବାବେଳେ ତାହାକୁ ଏହି ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବ। ତେବେ ସମସ୍ତ କାର୍ଯ୍ୟ ବିନା ଟେଣ୍ଡରରେ ସରକାରୀ ସଂସ୍ଥା ଦ୍ୱାରା କରାଯାଉଥିବାରୁ ସ୍ବଚ୍ଛତା ଅବଲମ୍ବନ ହେଉଥିବା ତ୍ରିପାଠୀ କହିଛନ୍ତି। ସେହିଭଳି ଷ୍ଟୁଡିଓରୁ ହେଉଥିବା ଲାଭାଂଶକୁ ତାହାର ଉନ୍ନତିକରଣ କାର୍ଯ୍ୟରେ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?