ରାଇସୁଆଁ, ଟଣ୍ଟୋ ଏୟାରଷ୍ଟ୍ରିପ୍‌କୁ ଅଣଦେଖା

କେନ୍ଦୁଝର,୧୨।୧୦(ସ୍ବ.ପ୍ର.)-ଖଣିଖାଦାନ ସମୃଦ୍ଧ କେନ୍ଦୁଝର ଜିଲାରେ ଥିବା ବହୁ ପୁରୁଣା ଦୁଇ ଏୟାରଷ୍ଟ୍ରିପ୍‌ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇରହିଛି। କେନ୍ଦ୍ର ସରକାର ଉଡାନ ଯୋଜନାରେ ରାଜ୍ୟର ବିଭିନ୍ନ ଏୟାରଷ୍ଟ୍ରିପ୍‌ର ବିକାଶ ଓ ସମ୍ପ୍ରସାରଣ କରୁଥିବା ବେଳେ ଏହି ଜିଲାର ଏୟାରଷ୍ଟ୍ରିପ୍‌କୁ ଅଣଦେଖା କରାଯାଇଛି। ଖଣିଖାଦାନ ଲାଗି ବିଶ୍ୱରେ ପରିଚିତି ଲାଭ କରିଥିବା କେନ୍ଦୁଝର ଜିଲାକୁ ବହୁ କମ୍ପାନୀ ପ୍ରତିନିଧି ଯାତାୟାତ କରୁଥିବାରୁ ଏୟାରଷ୍ଟ୍ରିପ୍‌ର ବିକାଶ ସହ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ଫଳରେ ସବୁସ୍ତରର ଲୋକମାନେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନକୁ ସୁବିଧାରେ ଯିବା ଆସିବା କରିପାରନ୍ତେ। ଏହାସହ ସରକାର ମଧ୍ୟ ଲାଭବାନ ହୋଇପାରନ୍ତେ।
ରାଜାରାଜୁଡା ଅମଳରୁ ସଦର ବ୍ଲକ ରାଇସୁଆଁଠାରେ ଏନ୍‌ଏଚ୍‌ ୨୦ ପାର୍ଶ୍ୱରେ ଏକ ଏୟାରଷ୍ଟ୍ରିପ୍‌ ରହିଥିବା ବେଳେ ଅନ୍ୟଟି ଯୋଡ଼ା ବ୍ଲକର ଟଣ୍ଟୋଠାରେ ଏନ୍‌ଏଚ୍‌ ୭୨୦ ପାର୍ଶ୍ୱରେ ରହିଛି। ବହୁ ଉଚ୍ଚମାନର ଲୁହା ଓ ଅନ୍ୟାନ୍ୟ ଖଣିଜପଥର ରହିଥିବାରୁ ଏହି ଜିଲା ଉପରେ ଦେଶ ଓ ବିଦେଶର ଖଣି ସଂସ୍ଥାଙ୍କ ନଜର ରହିଛି । ଏଣୁ ଯାତାୟାତର ସୁବିଧା ପାଇଁ ଏୟାରଷ୍ଟ୍ରିପ୍‌ର ଆବଶ୍ୟକତା ଅଧିକ ରହିଛି । ସଡ଼କପଥରେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ଚଳାଚଳ ଯୋଗୁ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏୟାରଷ୍ଟ୍ରିପ୍‌ ଅନେକଙ୍କ ପାଇଁ ଆପାତକାଳୀନ ସମୟରେ ସୁବିଧାଜନକ ହୋଇପାରିବ।
ବେସାମରିକ ବିମାନ ଚଳାଚଳ ବିଭାଗ ଅଧୀନରେ ଥିବା ରାଇସୁଆଁ ଏୟାରଷ୍ଟ୍ରିପ୍‌ ପ୍ରାୟ ୩୮ ଏକର ଜମିରେ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୯୨୦ମିଟର ଲମ୍ବ ଓ ୩୦ ମିଟର ଓସାରର ରନ୍‌ଓ୍ବେ ରହିଛି। ବିଭିନ୍ନ ସମୟରେ ଖଣି କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ତଥା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ, ମନ୍ତ୍ରୀ ଓ ଅନ୍ୟାନ୍ୟ ଭିଆଇପିମାନେ ଏଠାରେ ଅବତରଣ କରିଥାନ୍ତି । ଏହାର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗ କରୁଛି । ସେହିପରି ଟଣ୍ଟୋ ଏୟାରଷ୍ଟ୍ରିପ୍‌ର ରକ୍ଷଣାବେକ୍ଷଣ ଘରୋଇ ଖଣି କମ୍ପାନୀକୁ ଦିଆଯାଇଛି । ଏହି ଏୟାରଷ୍ଟ୍ରିପ୍‌ ଲମ୍ବ ୧୧୧୨ ମିଟର, ପ୍ରସ୍ଥ ୮୦ ମିଟର। ରନ୍‌ଓ୍ବେର ଲମ୍ବ ୧୦୬୩ ମିଟର ।
ଖଣି ଅଞ୍ଚଳରୁ ଭୁବନେଶ୍ୱରର ଦୂରତ୍ୱ ପାଖାପାଖି ୩୦୦ କି.ମି. ଓ କେନ୍ଦୁଝରରୁ ଭୁବନେଶ୍ୱର ପାଖାପାଖି ୨୩୦କି.ମି.। ଏହି ଏୟାରଷ୍ଟ୍ରିପ୍‌ରେ ଯାତାୟାତ ଏବଂ ରୋଗୀ ନେବା ଆଣିବା ପାଇଁ ବେଶ୍‌ ଉପଯୋଗୀ । ଏଣୁ ଏହାର ସମ୍ପ୍ରସାରଣ କରାଯିବା ଜରୁରୀ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାୟକ କହିଛନ୍ତି । ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଲୁହା, ମାଙ୍ଗାନିଜ, ପାଇରୋଫିଲାଇଟ, କ୍ରୋମାଇଟ ଆଦି ଖଣି ରହିଛି। ଏହି ମାଟିରେ ସୁନା, ବକ୍ସାଇଟ, ପ୍ଲାଟିନମ ଆଦି ମୂଲ୍ୟବାନ ଧାତୁ ଥିବା ଚିହ୍ନଟ ହୋଇଛି। ସମଗ୍ର ବିଶ୍ୱର ନଜର ଏହି ଜିଲା ଉପରେ ଥିବା ବେଳେ ଆଗାମୀ ଦିନରେ ବହୁ ବଡ଼ ବଡ଼ କମ୍ପାନୀ ଏହି ଜିଲାରେ ବ୍ୟବସାୟ କରିବା ପାଇଁ ପୁଞ୍ଜି ବିନିଯୋଗ କରିବା ସମ୍ଭାବନା ରହିଛି। ଏଣୁ ଏୟାରଷ୍ଟ୍ରିପ୍‌ର ବିକାଶ କରାଗଲେ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ହୋଇପାରନ୍ତା ବୋଲି ଜିଲାର ବିଶିଷ୍ଟ ଶିଳ୍ପପତି ଦେବବ୍ରତ ବେହେରା କହିଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି, ନିଶ୍ଚିତ ଭାବେ ଏୟାରଷ୍ଟ୍ରିପ୍‌ଗୁଡିକର ବିକାଶ ହେଲେ ଜିଲାବାସୀ ସୁଫଳ ପାଇପାରିବେ। ସେଭଳି ପ୍ରସ୍ତାବ ଆସିଲେ ନିଶ୍ଚିତ ଭାବେ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri