ରାଇସୁଆଁ, ଟଣ୍ଟୋ ଏୟାରଷ୍ଟ୍ରିପ୍‌କୁ ଅଣଦେଖା

କେନ୍ଦୁଝର,୧୨।୧୦(ସ୍ବ.ପ୍ର.)-ଖଣିଖାଦାନ ସମୃଦ୍ଧ କେନ୍ଦୁଝର ଜିଲାରେ ଥିବା ବହୁ ପୁରୁଣା ଦୁଇ ଏୟାରଷ୍ଟ୍ରିପ୍‌ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇରହିଛି। କେନ୍ଦ୍ର ସରକାର ଉଡାନ ଯୋଜନାରେ ରାଜ୍ୟର ବିଭିନ୍ନ ଏୟାରଷ୍ଟ୍ରିପ୍‌ର ବିକାଶ ଓ ସମ୍ପ୍ରସାରଣ କରୁଥିବା ବେଳେ ଏହି ଜିଲାର ଏୟାରଷ୍ଟ୍ରିପ୍‌କୁ ଅଣଦେଖା କରାଯାଇଛି। ଖଣିଖାଦାନ ଲାଗି ବିଶ୍ୱରେ ପରିଚିତି ଲାଭ କରିଥିବା କେନ୍ଦୁଝର ଜିଲାକୁ ବହୁ କମ୍ପାନୀ ପ୍ରତିନିଧି ଯାତାୟାତ କରୁଥିବାରୁ ଏୟାରଷ୍ଟ୍ରିପ୍‌ର ବିକାଶ ସହ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ଫଳରେ ସବୁସ୍ତରର ଲୋକମାନେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନକୁ ସୁବିଧାରେ ଯିବା ଆସିବା କରିପାରନ୍ତେ। ଏହାସହ ସରକାର ମଧ୍ୟ ଲାଭବାନ ହୋଇପାରନ୍ତେ।
ରାଜାରାଜୁଡା ଅମଳରୁ ସଦର ବ୍ଲକ ରାଇସୁଆଁଠାରେ ଏନ୍‌ଏଚ୍‌ ୨୦ ପାର୍ଶ୍ୱରେ ଏକ ଏୟାରଷ୍ଟ୍ରିପ୍‌ ରହିଥିବା ବେଳେ ଅନ୍ୟଟି ଯୋଡ଼ା ବ୍ଲକର ଟଣ୍ଟୋଠାରେ ଏନ୍‌ଏଚ୍‌ ୭୨୦ ପାର୍ଶ୍ୱରେ ରହିଛି। ବହୁ ଉଚ୍ଚମାନର ଲୁହା ଓ ଅନ୍ୟାନ୍ୟ ଖଣିଜପଥର ରହିଥିବାରୁ ଏହି ଜିଲା ଉପରେ ଦେଶ ଓ ବିଦେଶର ଖଣି ସଂସ୍ଥାଙ୍କ ନଜର ରହିଛି । ଏଣୁ ଯାତାୟାତର ସୁବିଧା ପାଇଁ ଏୟାରଷ୍ଟ୍ରିପ୍‌ର ଆବଶ୍ୟକତା ଅଧିକ ରହିଛି । ସଡ଼କପଥରେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ଚଳାଚଳ ଯୋଗୁ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏୟାରଷ୍ଟ୍ରିପ୍‌ ଅନେକଙ୍କ ପାଇଁ ଆପାତକାଳୀନ ସମୟରେ ସୁବିଧାଜନକ ହୋଇପାରିବ।
ବେସାମରିକ ବିମାନ ଚଳାଚଳ ବିଭାଗ ଅଧୀନରେ ଥିବା ରାଇସୁଆଁ ଏୟାରଷ୍ଟ୍ରିପ୍‌ ପ୍ରାୟ ୩୮ ଏକର ଜମିରେ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୯୨୦ମିଟର ଲମ୍ବ ଓ ୩୦ ମିଟର ଓସାରର ରନ୍‌ଓ୍ବେ ରହିଛି। ବିଭିନ୍ନ ସମୟରେ ଖଣି କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ତଥା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ, ମନ୍ତ୍ରୀ ଓ ଅନ୍ୟାନ୍ୟ ଭିଆଇପିମାନେ ଏଠାରେ ଅବତରଣ କରିଥାନ୍ତି । ଏହାର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗ କରୁଛି । ସେହିପରି ଟଣ୍ଟୋ ଏୟାରଷ୍ଟ୍ରିପ୍‌ର ରକ୍ଷଣାବେକ୍ଷଣ ଘରୋଇ ଖଣି କମ୍ପାନୀକୁ ଦିଆଯାଇଛି । ଏହି ଏୟାରଷ୍ଟ୍ରିପ୍‌ ଲମ୍ବ ୧୧୧୨ ମିଟର, ପ୍ରସ୍ଥ ୮୦ ମିଟର। ରନ୍‌ଓ୍ବେର ଲମ୍ବ ୧୦୬୩ ମିଟର ।
ଖଣି ଅଞ୍ଚଳରୁ ଭୁବନେଶ୍ୱରର ଦୂରତ୍ୱ ପାଖାପାଖି ୩୦୦ କି.ମି. ଓ କେନ୍ଦୁଝରରୁ ଭୁବନେଶ୍ୱର ପାଖାପାଖି ୨୩୦କି.ମି.। ଏହି ଏୟାରଷ୍ଟ୍ରିପ୍‌ରେ ଯାତାୟାତ ଏବଂ ରୋଗୀ ନେବା ଆଣିବା ପାଇଁ ବେଶ୍‌ ଉପଯୋଗୀ । ଏଣୁ ଏହାର ସମ୍ପ୍ରସାରଣ କରାଯିବା ଜରୁରୀ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାୟକ କହିଛନ୍ତି । ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଲୁହା, ମାଙ୍ଗାନିଜ, ପାଇରୋଫିଲାଇଟ, କ୍ରୋମାଇଟ ଆଦି ଖଣି ରହିଛି। ଏହି ମାଟିରେ ସୁନା, ବକ୍ସାଇଟ, ପ୍ଲାଟିନମ ଆଦି ମୂଲ୍ୟବାନ ଧାତୁ ଥିବା ଚିହ୍ନଟ ହୋଇଛି। ସମଗ୍ର ବିଶ୍ୱର ନଜର ଏହି ଜିଲା ଉପରେ ଥିବା ବେଳେ ଆଗାମୀ ଦିନରେ ବହୁ ବଡ଼ ବଡ଼ କମ୍ପାନୀ ଏହି ଜିଲାରେ ବ୍ୟବସାୟ କରିବା ପାଇଁ ପୁଞ୍ଜି ବିନିଯୋଗ କରିବା ସମ୍ଭାବନା ରହିଛି। ଏଣୁ ଏୟାରଷ୍ଟ୍ରିପ୍‌ର ବିକାଶ କରାଗଲେ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ହୋଇପାରନ୍ତା ବୋଲି ଜିଲାର ବିଶିଷ୍ଟ ଶିଳ୍ପପତି ଦେବବ୍ରତ ବେହେରା କହିଛନ୍ତି। ଏନେଇ ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି, ନିଶ୍ଚିତ ଭାବେ ଏୟାରଷ୍ଟ୍ରିପ୍‌ଗୁଡିକର ବିକାଶ ହେଲେ ଜିଲାବାସୀ ସୁଫଳ ପାଇପାରିବେ। ସେଭଳି ପ୍ରସ୍ତାବ ଆସିଲେ ନିଶ୍ଚିତ ଭାବେ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?