Posted inଜାତୀୟ

ରାଇସିନା ରେସ୍‌

ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ୨୦୨୨ ଜୁଲାଇ ୧୮(ସୋମବାର)ରେ ଅନୁଷ୍ଠିତ ହେଉଛି। ପାର୍ଲାମେଣ୍ଟ ହାଉସ୍‌ରେ ଉଭୟ ଗୃହର ସଦସ୍ୟମାନେ ଭୋଟ ଦେବେ। ରାଜ୍ୟଗୁଡ଼ିକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀର ବିଧାୟକମାନେ ନିଜ ନିଜ ବିଧାନସଭାରେ ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ଇଲେକ୍ଟୋରାଲ କଲେଜର ୪,୮୦୯ ସଦସ୍ୟ ଭାଗନେଇ ଭୋଟ ଦେବେ। ବିଧାୟକମାନଙ୍କ ଭୋଟ ମୂଲ୍ୟ ଭିନ୍ନ ରହିଥାଏ। ୧୯୭୧ ଜନଗଣନା ଅନୁସାରେ ଗୋଟିଏ ରାଜ୍ୟର ଜନସଂଖ୍ୟା ହରଣ ବିଧାୟକଙ୍କ ସଂଖ୍ୟା ହରଣ ୧,୦୦୦ ହେଉଛି ବିଧାୟକଙ୍କ ଭୋଟର ମୂଲ୍ୟ। ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ୨୦୮। ୪୦୩ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୮୩,୮୨୪। ସେହିପରି ଝାଡ଼ଖଣ୍ଡ ଓ ତାମିଲନାଡ଼ୁ ବିଧାୟକଙ୍କ ଭୋଟ ମୂଲ୍ୟ ୧୭୬। ମହାରାଷ୍ଟ୍ରରେ ୧୭୫। ବିହାରରେ ୧୭୩, ଆନ୍ଧ୍ରପ୍ରଦେଶ ୧୫୯, ମଣିପୁର ୧୮, ଗୋଆ ୧୦, ନାଗାଲାଣ୍ଡ ୯, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ୮ ଏବଂ ସିକିମ୍‌ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବନିମ୍ନ ୭ ସ୍ଥିର କରାଯାଇଛି। ବିଧାନସଭାଗୁଡ଼ିକରୁ ମିଳୁଥିବା ମୋଟ ଭୋଟ ମୂଲ୍ୟ ୫,୪୩,୨୦୦ ଲକ୍ଷ ହୋଇଥିବାରୁ ରାଜ୍ୟ ସଭା ଓ ଲୋକ ସଭା ସଦସ୍ୟଙ୍କ ସଂଖ୍ୟା ୭୭୬ରେ ଏହାକୁ ହରଣ କଲେ ଏମ୍‌ପିଙ୍କ ଭୋଟ ସଂଖ୍ୟା ୭୦୦ ହେବ। ଜମ୍ମୁ-କଶ୍ମୀରରେ ବିଧାନସଭା ଭଙ୍ଗ କରାଯାଇ କେନ୍ଦ୍ରୀୟ ଶାସନ ଚାଲିଥିବାରୁ ଏଥର ଏହା ୭୦୮ରୁ ୭୦୦କୁ ଖସିଆସିଛି। ସେହିପରି ମୋଟ ବିଧାୟକଙ୍କ ଭୋଟ ସଂଖ୍ୟା ୫,୪୩,୨୩୧ ରହିଛି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ହେଉଛି ୧୦,୮୬,୪୩୧।

ନିର୍ବାଚନରେ ପାର୍ଲାମେଣ୍ଟର କୌଣସି ମନୋନୀତ ସଦସ୍ୟ କିମ୍ବା ବିଧାନ ପରିଷଦ ସଦସ୍ୟ ଭାଗନେଇ ନ ଥାଆନ୍ତି। ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ କ୍ରମାନ୍ବୟରେ ଭୋଟ ଦେଇପାରିବେ। ବାଲଟ ପେପରର ସ୍ତମ୍ଭ ୨ରେ ଥିବା ଶୂନ୍ୟସ୍ଥାନରେ ୧,୨,୩… ଲେଖି ମତଦାନ କରିବେ। ଏହି ପ୍ରିଫରେନ୍ସିଆଲ ବ୍ୟବସ୍ଥା ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ବ୍ୟବହୃତ ହୋଇ ନ ଥାଏ।

ଏମ୍‌ପିମାନଙ୍କୁ ସବୁଜ ଓ ବିଧାୟକଙ୍କୁ ଗୋଲାପି ରଙ୍ଗର ବାଲଟ ଦିଆଯିବ। ପ୍ରତ୍ୟେକ ବିଧାୟକ ଏବଂ ଏମ୍‌ପିଙ୍କ ଭୋଟ ମୂଲ୍ୟ ନିର୍ଦ୍ଧାରଣରେ ଏହି ପୃଥକ୍‌ ରଙ୍ଗିନ ବାଲଟ ପେପର ନିର୍ବାଚନ ଅଧିକାରୀ (ରିଟର୍ନିଂ ଅଫିସର)ଙ୍କୁ ସହାୟକ ହୋଇଥାଏ। ସେହିପରି ମତଦାନରେ ଗୋପନୀୟତା ରକ୍ଷା ପାଇଁ ନିର୍ବାଚନ କମିଶନ ଏମ୍‌ପି-ବିଧାୟକଙ୍କୁ ବାଇଗଣି କାଳି ଥିବା ସ୍ବତନ୍ତ୍ର ପେନ୍‌ ଦେବେ। ଉକ୍ତ କଲମକୁ ସେମାନେ ନିଜ ବାଲଟରେ ବ୍ୟବହାର କରିବେ।

୨୦୧୭ ଜୁଲାଇ ୧୭ରେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ନେତ୍ରୀ ମୈରା କୁମାରଙ୍କୁ ବିରୋଧୀ ପ୍ରାର୍ଥୀ କରିଥିଲେ। ଏହାର ଫଳାଫଳ ୨୦ ତାରିଖରେ ଆସିଥିଲା। ମୋଟ ୧୦,୬୯,୩୫୮ ଭୋଟ ମଧ୍ୟରୁ ରାମନାଥ ୭,୦୨,୦୪୪ ଭୋଟ ପାଇ ବିଜୟୀ ହୋଇଥିଲେ। ମୈରା କୁମାରଙ୍କୁ ୩,୬୭,୬୧୪ ଭୋଟ ମିଳିଥିଲା।

ଭାରତର ରାଷ୍ଟ୍ରପତି: କିଛି ତଥ୍ୟ

ମସିହାରେ ଭାରତ ସାଧାରଣତନ୍ତ୍ର ହେବା ପରଠାରୁ ଅଦ୍ୟାବଧି ୧୪ ଜଣ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ସମ୍ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି। କେବଳ ଡ. ରାଜେନ୍ଦ୍ର ପ୍ରସାଦ ୧୯୫୨ ପରେ ୧୯୫୭ରେ ପୁନଃ ନିର୍ବାଚିତ ହୋଇ ଦୁଇଥର ରାଷ୍ଟ୍ରପତି ହୋଇଥିଲେ।
ବାକିଥିବାବେଳେ ଦୁଇ ଜଣ ରାଷ୍ଟ୍ରପତି ଜାକିର ହୁସେନ ଓ ଫକିରୁଦ୍ଦିନ ଅଲି ଅହମ୍ମଦଙ୍କ ପରଲୋକ ହୋଇଥିଲା। ଉଭୟେ ୩ ବର୍ଷରୁ କମ୍‌ ସମୟ ରାଷ୍ଟ୍ରପତି ପଦରେ ରହିଥିଲେ।
ମେ’ ୩ରେ ଜାକିର ହୁସେନଙ୍କ ପରଲୋକ ପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ମହମ୍ମଦ ହିଦାୟତୁଲ୍ଲା ୩୫ ଦିନ ପାଇଁ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ।
ଅନ୍ୟ ୩୬ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଯିବାରୁ ନିଲମ ସଞ୍ଜୀବ ରେଡ୍ଡୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
୧୯୬୨ରେ ରାଷ୍ଟ୍ରପତି ନିର୍ବାଚିତ ହେବାରେ ଏସ୍‌. ରାଧାକ୍ରିଷ୍ଣନ୍‌ ହେଉଛନ୍ତି ପ୍ରଥମ। ପରେ ୧୯୬୭ରେ ଜାକିର ହୁସେନ ଏବଂ ୧୯୬୯ରେ ଭି.ଭି. ଗିରି ଉପରାଷ୍ଟ୍ରପତି ଥାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri