Posted inଜାତୀୟ

ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୧୮ା୭: ଭାରତର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଲାଗି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପ୍ରାକ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ଦ୍ରୌପଦୀଙ୍କ ସପକ୍ଷରେ ୬୦%ରୁ ଊର୍ଦ୍ଧ୍ୱ ଭୋଟ ଥିବାରୁ ତାଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ରହିଛି। ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଧାନସଭାଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏଥିପାଇଁ ବାଲଟ୍‌ ବାକ୍ସ ପହଞ୍ଚତ୍ସାରିଛି ଏବଂ ଭୋଟିଂ ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି। ଜୁଲାଇ ୨୧ (ଗୁରୁବାର)ରେ ଭୋଟ ଗଣତି କରାଯିବ।
ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ନୂଆ ରାଷ୍ଟ୍ରପତି ୨୫ ତାରିଖରେ ଶପଥ ନେବେ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୫୫ ଅନୁସାରେ ସୋମବାର ଭାରତର ପ୍ରଥମ ନାଗରିକଙ୍କୁ ବାଛିବା ପାଇଁ ନିର୍ବାଚନ କରାଯିବ। ଏଥିରେ ଇଲେକ୍ଟୋରାଲ କଲେଜ (ବିଧାନ ମଣ୍ଡଳୀ)ର ପ୍ରାୟ ୪,୮୦୯ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ମତଦାନ କରିବେ। ସେମାନଙ୍କ ମଧ୍ୟରେ ରାଜ୍ୟ ସଭାର ୨୩୩ ଓ ଲୋକ ସଭାର ୫୪୩ ସଦସ୍ୟ ଅଛନ୍ତି। ସେହିପରି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ହେଉଛି ୪୦୩୩। ବିଧାୟକମାନଙ୍କ ଭୋଟ ମୂଲ୍ୟ ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ଜନସଂଖ୍ୟା ଆଧାରରେ ସ୍ଥିର କରାଯାଇଥାଏ। ଉତ୍ତର ପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ୪୦୩ ରହିଥିବାବେଳେ ସିକିମ ଏମ୍‌ଏଲ୍‌ଏଙ୍କ ଭୋଟ ମୂଲ୍ୟ ହେଉଛି ୭। ଜମ୍ମୁ-କଶ୍ମୀର ବିଧାନସଭା ଭଙ୍ଗ ହୋଇଥିବାରୁ ପ୍ରତ୍ୟେକ ଏମ୍‌ପିଙ୍କ ଭୋଟ ମୂଲ୍ୟ ୭୦୮ରୁ ୭୦୦କୁ ଖସିଛି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ସମେତ ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଡିପି, ଜେଡିଏସ୍‌, ଶିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମ୍‌ଏମ୍‌ ସମର୍ଥନ ଘୋଷଣା କରିଛନ୍ତି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ତହିଁରୁ ଦ୍ରୌପଦୀଙ୍କୁ ୬.୬୭ ଲକ୍ଷରୁ ଅଧିକ ଭୋଟ ମିଳିପାରେ। ଏପରି ହେଲେ ପ୍ରାୟ ଦୁଇ-ତୃତୀୟାଂଶ ଭୋଟ ସହ ଦ୍ରୌପଦୀ ପ୍ରଥମ ଆଦିବାସୀ ମହିଳା ରୂପେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବେ। ସେହିପରି ସେ ସ୍ବାଧୀନୋତ୍ତର ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଲାଭ କରିବେ। ଅନ୍ୟପକ୍ଷେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ, ଡିଏମ୍‌କେ, ଏଆଇୟୁଏମ୍‌ଏଲ୍‌, ଆର୍‌ଜେଡି ଏବଂ ଏଏପି ଭଳି ବିରୋଧୀ ଦଳଗୁଡ଼ିକ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଦ୍ରୌପଦୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ବିରୋଧୀ ତାଙ୍କୁ ପ୍ରାର୍ଥୀ କରିଛନ୍ତି। ସୋମବାର ହେବାକୁ ଥିବା ଭୋଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮...

ଚାର୍‌ ଧାମ୍‌ ଯାତ୍ରା, ୧୩ ଦିନରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…

ଡେରାଡୁନ୍‌, ୧୬।୫ : ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ଆରମ୍ଭରୁ ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ...

ଫାଇଜର ଆଣିବ ବୁଷ୍ଟର

ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍‌-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍‌ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ...

ପତନର ଅଂଶୀଦାର ନ ହେଉ ପଶ୍ଚିମବଙ୍ଗ

କୋଲକାତା: ସ୍ଥାନୀୟ ନେତାଙ୍କ ବଦଳରେ କେନ୍ଦ୍ରୀୟ ନେତାଙ୍କୁ ବାଛି ପଶ୍ଚିମବଙ୍ଗ ‘ଜାତୀୟ ପତନ’ରେ ଅଂଶୀଦାର ନ ହେଉ ବୋଲି କହିଛନ୍ତି ନୋବେଲ ବିଜେତା ଅମର୍ତ୍ତ୍ୟ ସେନ।...

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫...

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା।...

ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା...

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ...

Advertisement
Archives

Model This Week