ସକାଳୁ ଉଠାଇଲେ, ସନ୍ଧ୍ୟାରେ ବସିଲେ

କେନ୍ଦୁଝର,୧୪ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ବର୍ଷ ଧରି କେନ୍ଦୁଝର ସହରରେ ଫୁଟ୍‌ପାଥ୍‌ ଜବରଦଖଲ ଯୋଗୁ ଦେଖାଦେଇଥିବା ଟ୍ରାଫିକ୍‌ ସମସ୍ୟାର ସାମୟିକ ଭାବେ ସମାଧାନ ହୋଇଛି। ବୁଧବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥ୍‌ରେ ଚଢ଼ିଯାଇଥିବା ବେଳେ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଥିଲା। ଘଟଣା ପରେ ଗୁରୁବାର ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପରେ ରାସ୍ତାରେ ଯାତାୟାତ ସୁବିଧା ହୋଇଛି। ତେବେ ସକାଳୁ ବ୍ୟବସାୟୀଙ୍କୁ ଉଠାଯାଇଥିବା ବେଳେ ସନ୍ଧ୍ୟାରେ ପୁଣି ଫୁଟ୍‌ପାଥରେ ବସି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ପୋଲିସ ମିଳିତ ସହଯୋଗରେ ଏହି ଉଚ୍ଛେଦ କରାଯାଇଛି। ବୁଧବାର ପରେ ବି ଗୁରୁବାର ସକାଳେ ଫୁଟ୍‌ପାଥ୍‌ରେ ବସି ପୂର୍ବ ଭଳି ବହୁ ସଂଖ୍ୟାରେ ବେପାରୀ ବିକ୍ରି କରୁଥିଲେ। ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଗାନ୍ଧୀଛକ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରୁ ସିରାଜୁଦ୍ଦିନ ଛକ ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ ଉପରେ ବସିଥିବା ବେପାରୀ ତଥା ରାସ୍ତାକଡ଼ରେ ଠେଲା ଲଗାଇ ବ୍ୟବସାୟ କରୁଥିବା ଫଳ, ଡ୍ରେସ୍‌, ଜୋତା, ଖାଦ୍ୟ ସାମଗ୍ରୀ ଆଦି ବ୍ୟବସାୟୀଙ୍କୁ ଉଠାଯାଇଥିଲା। ବ୍ୟବସାୟୀମାନଙ୍କୁ କୃଷକ ବଜାର ଏବଂ ଜେଲ ଛକ ରାସ୍ତାରେ ଥଇଥାନ କରାଯାଇଛି। ପ୍ରଥମ ଦିନରେ ୪୦ ବ୍ୟବସାୟୀ ଅନ୍ୟତ୍ର ପଠାଯାଇଛି। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମେଡିକାଲ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଫୁଟ୍‌ପାଥ୍‌ରେ ବ୍ୟବସାୟୀମାନେ ପୁଣି ବସିଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଜବରଦଖଲ ଉଚ୍ଛେଦ ଆଗକୁ ଚାଲୁ ରହିବ ବୋଲି ଟାଉନ ଥାନା ଅଧିକାରୀ ସୁନୀଲ କର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେରେ କେତେକ ଦୋକାନ ସମ୍ମୁଖରେ ଥିବା ଜାଗାରେ ଭଡ଼ା ଦେବା ଫଳରେ ବହୁ ଅସ୍ଥାୟୀ ଦୋକାନ ହୋଇଛି। ଫଳରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ସହାୟକ ଦୀପକ ବେହେରା କହିଛନ୍ତି। ମାତ୍ର ସନ୍ଧ୍ୟାରେ ବ୍ୟବସାୟୀ ପୁଣି ଫୁଟ୍‌ପାଥରେ ବସିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥରେ ଚଢ଼ିଯାଇଥିଲା। ଏଥିରେ ଜଣେ ମହିଳା ବ୍ୟବସାୟୀ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri