ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଏଥିଯୋଗୁ ଡମଶାଳା ନାଳାର କଅଁସଠାରୁ କଲରଙ୍ଗୀ ଏବଂ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ପାଣି କୌଣସି କ୍ଷେତ୍ରରେ ବ୍ୟବହାର ଉପଯୋଗୀ ହେଉନାହିଁ। ପକ୍ଷୀ, ଗୃହପାଳିତ ଓ ବନ୍ୟପ୍ରାଣୀ ସବୁ ଜୀବଜଗତ ଏହି ପାଣିକୁ ବ୍ୟବହାର କରି ବିପଦରେ ପଡୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀମାନେ ଖଣି କର୍ତ୍ତୃପକ୍ଷଙ୍କ ସହିତ ମାସିକ ସାଲିସ ଯୋଗୁ ନୀରବ ରହିଥିବା କୁହାଯାଉଛି। ଏପରି କି ମାସିକ କାରବାର ସମ୍ପର୍କରେ ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ୨୦୨୦ ନଭେମ୍ବରରେ ବେଦାନ୍ତ ସିଇଓଙ୍କୁ ଦେଇଥିବା ଇ-ମେଲରେ ଉଲ୍ଲେଖ ରହିଛି। କିନ୍ତୁ ଏଯାଏ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ସରକାରୀ ଅଧିକାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ବୃଦ୍ଧି ପାଉଥିବା କୁହାଯାଉଛି। ବର୍ତ୍ତମାନ ଉତ୍ପାଦିତ ଖଣିଗୁଡିକରେ ଲାଗିଥିବା ଜଳ ବିଶୋଧନାଗାର(ଇଟିପି) ବାହାରେ ଏହି ବିଷାକ୍ତ ପାଣି ଛଡାଯାଉଥିବାରୁ ଡମଶାଳା ନାଳର ପାଣି ଲାଲ ହୋଇଛି। ଏହିସବୁର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।
ସୁକିନ୍ଦା ଖଣି ଅଞ୍ଚଳରେ ବୋହିଯାଉଥିବା ବର୍ଷା ପାଣିର ଉପଯୁକ୍ତ ପରିଚାଳନା ପାଇଁ ୨୦୧୪ ଏପ୍ରିଲରେ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୧୪ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ହାଇକୋର୍ଟ ରାୟକୁ ନେଇ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌), ଏସ୍‌ପିସିବି ଓ ଯାଜପୁର ରୋଡ ମାଇନ୍ସ ବିଭାଗୀୟ ଅଧିକାରୀମାନେ ଏକ ଯୁଗ୍ମ ତଦନ୍ତ କରିଥିଲେ। ସେତେବେଳେ ଖଣି ପରିସରରେ ବୋହି ଯାଉଥିବା ବର୍ଷାପାଣିର ଉପଯୁକ୍ତ ପରିଚାଳନା ଆଦୌ ହେଉ ନ ଥିବା ତଦନ୍ତରେ ଜଣାପଡ଼ିଥିଲା। ମାଇନିଂ ପ୍ଲାନର ବିଭିନ୍ନ ସର୍ତ୍ତଗୁଡିକୁ କୌଣସି ଖଣି କମ୍ପାନୀ ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଏହି ତଦନ୍ତ ରିପୋର୍ଟ ପ୍ରକାଶ ପାଇବାପରେ ଏସ୍‌ପିସିବି ପକ୍ଷରୁ ପତ୍ରସଂଖ୍ୟା ୧୬୫୩୮/୧୬ା୧୦ା୨୦୧୫ରେ ସମସ୍ତ କାର୍ଯ୍ୟକ୍ଷମ ଖଣିରେ ବର୍ଷା ମାସ ପୂର୍ବରୁ ଉନ୍ନତମାନର ଇଟିପି ଓ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ଖଣି କମ୍ପାନୀମାନେ ନିର୍ଦ୍ଦେଶ ଅନୁଯାୟୀ ଇଟିପି ପ୍ରତିଷ୍ଠା କରିଥିଲେ। ହେଲେ କ୍ଷମତା ବାହାରେ ଅଧିକ ବର୍ଷାପାଣି ନିର୍ଗତ ହେଲେ ଇଟିପି ବାହାରେ ଛାଡ଼ି ଦେଉଛନ୍ତି। ବେଦାନ୍ତ ଦ୍ୱାରା ପରିଚାଳିତ ଫାକର ଓସ୍ତପାଳ ଖଣିରେ ୨୦୨୦ ନଭେମ୍ବରରେ ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣି ଇଟିପି ବାହାରେ ଡମଶାଳା ନାଳାକୁ ଛଡାଯାଇଥିବା ଅଭିଯୋଗ ହୋଇଛି। ଏହା ସିପିସିିବିରେ ତଦନ୍ତାଧୀନ ରହିଛି। ବର୍ତ୍ତମାନ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ବେଦାନ୍ତ ଫାକର ଓସ୍ତପାଳ ଖଣି ସମେତ ଟାଟା ମାଇନ୍ସ, ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି) ସୁକୁରୁଙ୍ଗି କ୍ରୋମାଇଟ ଖଣି, କମର୍ଦ୍ଦା ଖଣିରୁ ଲକ୍ଷାଧିକ ଘନମିଟର ନିକେଲ ମିଶ୍ରିତ ବିଷାକ୍ତ ପାଣି ଇଟିପିରେ ଉପଚାର ନ କରି ଡମଶାଳାରେ ଛଡାଯାଇଥିବା ଅଭିଯୋଗ ହେଉଛି। ଏହାବାଦ ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର ଗୁରୁଜଙ୍ଗ ପୋଲରେ ଏହି ବିଷାକ୍ତ ପାଣି ବୋହୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଯାଜପୁର ଜିଲାର ଗୁରୁଜଙ୍ଗ, କଅଁସ, ଓସ୍ତପାଳ, କାଳିଆପାଣି, ଚିରିଗୁଣିଆଁ, ଘାଗିଆସାହି, ଭୀମଟାଙ୍ଗର, କଲରଙ୍ଗୀ, ରାଆଁସୋଳ, ମଶସାହି, ହାତୀସାହି, କସୁମଘୁଟ, ସରୁଆବିଲ, କୁଚିଡାବାଙ୍କ, କମର୍ଦ୍ଦା ଏବଂ ଢେଙ୍କାନାଳ ଜିଲା ଭୁବନ ବ୍ଲକର କୃଷ୍ଣପୁର, ଓଡିଶ, ବାରୁଆ, ମଠଖୋକସା, ବାଲିଝାଟି ପ୍ରମୁଖ ଗ୍ରାମର ପ୍ରାୟ ୫୦ହଜାର ଲୋକ ଜଳ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଭୂତଳ ଜଳ ମଧ୍ୟ ଏଥିଯୋଗୁ ବହୁ ପରିମାଣରେ ପ୍ରଭାବିତ ହେଉଛି।
ଉଲ୍ଲେଖଯୋଗ୍ୟ, ଷ୍ଟେଟ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି (ଏସ୍‌ଇଆଇଏଏ)ର ତତ୍କାଳୀନ ଅଧ୍ୟକ୍ଷ ଏସ୍‌.ସି. ମହାନ୍ତି ପୂର୍ବରୁ ଏନେଇ ତାଗିଦା କରିଥିଲେ ହେଁ ଖଣି କର୍ତ୍ତୃପକ୍ଷ ତାକୁ ବେଖାତିର କରି ଆସୁଛନ୍ତି। ଏଥିରେ ଏସ୍‌ପିସିବି କର୍ତ୍ତୃପକ୍ଷ ପରୋକ୍ଷ ଭାବେ ସହଯୋଗୀ ପାଲଟିଥିବା ଅଭିଯୋଗ ହେଉଛି। ସୁକିନ୍ଦା ଖଣି ଅଞ୍ଚଳର ଗୀତାଞ୍ଜଳି ମହନ୍ତ, ରାଜାରାମ ମାରାଣ୍ଡି, ଦେବେନ୍ଦ୍ର ମହନ୍ତ, ଘାସିରାମ ହେମ୍ବ୍ରମ ପ୍ରମୁଖ କୁହନ୍ତି, ଜଳ ପ୍ରଦୂଷଣ ଆଇନକୁ କୌଣସି ଖଣି କମ୍ପାନୀ ମାନୁନାହାନ୍ତି। ଏଥର ଖଣି ପରିସରର ବର୍ଷାପାଣି ଜନଜୀବନକୁ ଦୁର୍ବିଷହ କରି ପକେଇଛି। ଏନେଇ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri