ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଏଥିଯୋଗୁ ଡମଶାଳା ନାଳାର କଅଁସଠାରୁ କଲରଙ୍ଗୀ ଏବଂ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ପାଣି କୌଣସି କ୍ଷେତ୍ରରେ ବ୍ୟବହାର ଉପଯୋଗୀ ହେଉନାହିଁ। ପକ୍ଷୀ, ଗୃହପାଳିତ ଓ ବନ୍ୟପ୍ରାଣୀ ସବୁ ଜୀବଜଗତ ଏହି ପାଣିକୁ ବ୍ୟବହାର କରି ବିପଦରେ ପଡୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀମାନେ ଖଣି କର୍ତ୍ତୃପକ୍ଷଙ୍କ ସହିତ ମାସିକ ସାଲିସ ଯୋଗୁ ନୀରବ ରହିଥିବା କୁହାଯାଉଛି। ଏପରି କି ମାସିକ କାରବାର ସମ୍ପର୍କରେ ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ୨୦୨୦ ନଭେମ୍ବରରେ ବେଦାନ୍ତ ସିଇଓଙ୍କୁ ଦେଇଥିବା ଇ-ମେଲରେ ଉଲ୍ଲେଖ ରହିଛି। କିନ୍ତୁ ଏଯାଏ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ସରକାରୀ ଅଧିକାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ବୃଦ୍ଧି ପାଉଥିବା କୁହାଯାଉଛି। ବର୍ତ୍ତମାନ ଉତ୍ପାଦିତ ଖଣିଗୁଡିକରେ ଲାଗିଥିବା ଜଳ ବିଶୋଧନାଗାର(ଇଟିପି) ବାହାରେ ଏହି ବିଷାକ୍ତ ପାଣି ଛଡାଯାଉଥିବାରୁ ଡମଶାଳା ନାଳର ପାଣି ଲାଲ ହୋଇଛି। ଏହିସବୁର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।
ସୁକିନ୍ଦା ଖଣି ଅଞ୍ଚଳରେ ବୋହିଯାଉଥିବା ବର୍ଷା ପାଣିର ଉପଯୁକ୍ତ ପରିଚାଳନା ପାଇଁ ୨୦୧୪ ଏପ୍ରିଲରେ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୧୪ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ହାଇକୋର୍ଟ ରାୟକୁ ନେଇ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌), ଏସ୍‌ପିସିବି ଓ ଯାଜପୁର ରୋଡ ମାଇନ୍ସ ବିଭାଗୀୟ ଅଧିକାରୀମାନେ ଏକ ଯୁଗ୍ମ ତଦନ୍ତ କରିଥିଲେ। ସେତେବେଳେ ଖଣି ପରିସରରେ ବୋହି ଯାଉଥିବା ବର୍ଷାପାଣିର ଉପଯୁକ୍ତ ପରିଚାଳନା ଆଦୌ ହେଉ ନ ଥିବା ତଦନ୍ତରେ ଜଣାପଡ଼ିଥିଲା। ମାଇନିଂ ପ୍ଲାନର ବିଭିନ୍ନ ସର୍ତ୍ତଗୁଡିକୁ କୌଣସି ଖଣି କମ୍ପାନୀ ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଏହି ତଦନ୍ତ ରିପୋର୍ଟ ପ୍ରକାଶ ପାଇବାପରେ ଏସ୍‌ପିସିବି ପକ୍ଷରୁ ପତ୍ରସଂଖ୍ୟା ୧୬୫୩୮/୧୬ା୧୦ା୨୦୧୫ରେ ସମସ୍ତ କାର୍ଯ୍ୟକ୍ଷମ ଖଣିରେ ବର୍ଷା ମାସ ପୂର୍ବରୁ ଉନ୍ନତମାନର ଇଟିପି ଓ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ଖଣି କମ୍ପାନୀମାନେ ନିର୍ଦ୍ଦେଶ ଅନୁଯାୟୀ ଇଟିପି ପ୍ରତିଷ୍ଠା କରିଥିଲେ। ହେଲେ କ୍ଷମତା ବାହାରେ ଅଧିକ ବର୍ଷାପାଣି ନିର୍ଗତ ହେଲେ ଇଟିପି ବାହାରେ ଛାଡ଼ି ଦେଉଛନ୍ତି। ବେଦାନ୍ତ ଦ୍ୱାରା ପରିଚାଳିତ ଫାକର ଓସ୍ତପାଳ ଖଣିରେ ୨୦୨୦ ନଭେମ୍ବରରେ ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣି ଇଟିପି ବାହାରେ ଡମଶାଳା ନାଳାକୁ ଛଡାଯାଇଥିବା ଅଭିଯୋଗ ହୋଇଛି। ଏହା ସିପିସିିବିରେ ତଦନ୍ତାଧୀନ ରହିଛି। ବର୍ତ୍ତମାନ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ବେଦାନ୍ତ ଫାକର ଓସ୍ତପାଳ ଖଣି ସମେତ ଟାଟା ମାଇନ୍ସ, ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି) ସୁକୁରୁଙ୍ଗି କ୍ରୋମାଇଟ ଖଣି, କମର୍ଦ୍ଦା ଖଣିରୁ ଲକ୍ଷାଧିକ ଘନମିଟର ନିକେଲ ମିଶ୍ରିତ ବିଷାକ୍ତ ପାଣି ଇଟିପିରେ ଉପଚାର ନ କରି ଡମଶାଳାରେ ଛଡାଯାଇଥିବା ଅଭିଯୋଗ ହେଉଛି। ଏହାବାଦ ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର ଗୁରୁଜଙ୍ଗ ପୋଲରେ ଏହି ବିଷାକ୍ତ ପାଣି ବୋହୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଯାଜପୁର ଜିଲାର ଗୁରୁଜଙ୍ଗ, କଅଁସ, ଓସ୍ତପାଳ, କାଳିଆପାଣି, ଚିରିଗୁଣିଆଁ, ଘାଗିଆସାହି, ଭୀମଟାଙ୍ଗର, କଲରଙ୍ଗୀ, ରାଆଁସୋଳ, ମଶସାହି, ହାତୀସାହି, କସୁମଘୁଟ, ସରୁଆବିଲ, କୁଚିଡାବାଙ୍କ, କମର୍ଦ୍ଦା ଏବଂ ଢେଙ୍କାନାଳ ଜିଲା ଭୁବନ ବ୍ଲକର କୃଷ୍ଣପୁର, ଓଡିଶ, ବାରୁଆ, ମଠଖୋକସା, ବାଲିଝାଟି ପ୍ରମୁଖ ଗ୍ରାମର ପ୍ରାୟ ୫୦ହଜାର ଲୋକ ଜଳ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଭୂତଳ ଜଳ ମଧ୍ୟ ଏଥିଯୋଗୁ ବହୁ ପରିମାଣରେ ପ୍ରଭାବିତ ହେଉଛି।
ଉଲ୍ଲେଖଯୋଗ୍ୟ, ଷ୍ଟେଟ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି (ଏସ୍‌ଇଆଇଏଏ)ର ତତ୍କାଳୀନ ଅଧ୍ୟକ୍ଷ ଏସ୍‌.ସି. ମହାନ୍ତି ପୂର୍ବରୁ ଏନେଇ ତାଗିଦା କରିଥିଲେ ହେଁ ଖଣି କର୍ତ୍ତୃପକ୍ଷ ତାକୁ ବେଖାତିର କରି ଆସୁଛନ୍ତି। ଏଥିରେ ଏସ୍‌ପିସିବି କର୍ତ୍ତୃପକ୍ଷ ପରୋକ୍ଷ ଭାବେ ସହଯୋଗୀ ପାଲଟିଥିବା ଅଭିଯୋଗ ହେଉଛି। ସୁକିନ୍ଦା ଖଣି ଅଞ୍ଚଳର ଗୀତାଞ୍ଜଳି ମହନ୍ତ, ରାଜାରାମ ମାରାଣ୍ଡି, ଦେବେନ୍ଦ୍ର ମହନ୍ତ, ଘାସିରାମ ହେମ୍ବ୍ରମ ପ୍ରମୁଖ କୁହନ୍ତି, ଜଳ ପ୍ରଦୂଷଣ ଆଇନକୁ କୌଣସି ଖଣି କମ୍ପାନୀ ମାନୁନାହାନ୍ତି। ଏଥର ଖଣି ପରିସରର ବର୍ଷାପାଣି ଜନଜୀବନକୁ ଦୁର୍ବିଷହ କରି ପକେଇଛି। ଏନେଇ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri