ଜବରଦଖଲ ପାଇଁ ସହରରେ ପଶିଲା ବର୍ଷା ପାଣି, ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ…

ଭଞ୍ଜନଗର,୨୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ମଧ୍ୟ ଦେଇ ଯାଇଥିବା ଜଳସମ୍ପଦ ବିଭାଗର କେନାଲ ଗୁଡ଼ିକୁ ଲୋକେ ଧିରେ ଧିରେ ଜବରଦଖଲ କରିନେଲେଣି। କେତେକ ସ୍ଥାନରେ ସରକାର ମଧ୍ୟ କେନାଲକୁ ଜବରଦଖଲ କରିଛି। ଏଥିସହ ପୁର୍ବ ପୁରୁଷରୁ ଥିବା ଅନେକ ବେସରକାରୀ ନାଳ ଗୁଡ଼ିକ ମଧ୍ୟ ଲୋକେ ଜବରଦଖଲ କରିନେଲେଣି।  ଲୋକେ ଘର କରିବା ସମୟରେ ବିନା ନକ୍ସାରେ ଘର କରୁଛନ୍ତି। ଅପରପକ୍ଷେ ବର୍ଷା ପାଣି ସମେତ ମଇଳା ପାଣି ନିଷ୍କାସନ ପାଇଁ  ନିର୍ଦ୍ଧାରିତ ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାର ପରିଣାମ ବର୍ଷା ହେଲେ ଲୋକେ ଭୋଗୁଛନ୍ତି। ଆଜକୁ ଦୁଇଦିନ ହେବ ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହୋଇ ପାରୁନାହିଁ। ତେଣୁ ଗୁରୁବାର ସାରେ ଭଞ୍ଜନଗର ସହର ଠାକୁରାଣୀ ମନ୍ଦିର ଅଞ୍ଚଳରେ କେତେକ ଘରେ ବର୍ଷା ପାଣି ପଶିଯାଇଥିବା ଜଣାପଡିଛି । ଏଥିସହ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି।
ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଞ୍ଜନଗର ସହରତଳି ଢୁଢ଼ୁଆ ମନ୍ଦିର ନିକଟରେ ବର୍ଷା ପାଣି ଠିକ ଭାବେ ଆଜି ନିଷ୍କାସିତ ହୋଇନଥିଲା। ତେଣୁ ଲୋକେ କେନାଲ ଆଢିକୁ ଭାଙ୍ଗି ଦେଇଥିଲେ। ଫଳରେ ଜମି ଏବଂ ରାସ୍ତାରେ ଅଟକି ରହିଥିବା ପାଣି ସବୁ କେନାଲ ଦେଇ ଠାକୁରାଣୀ ମନ୍ଦିର ଆଡ଼େ ଯାଇଥିଲା। ସେଠାରେ ଏକାଧିକ ସ୍ଥାନରେ କେନାଲ ଆଢ଼ି ଭାଙ୍ଗି ଘର ଭିତରକୁ ପାଣି ପଶିଯାଇଥିଲା। ଯାହାକୁ ନେଇ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ଜଳଭଣ୍ଡାର ଗୁଡିକରେ ପାଣି ନଥିବା ଯୋଗୁଁ କେନାଲ ଗୁଡ଼ିକରେ ପାଣି ଛଡ଼ା ଯାଇନାହିଁ। କିନ୍ତୁ ଲୋକେ ନିଜ ସୁବିଧା ପାଇଁ ଜମିର ପାଣି କେନାଲରେ ଛାଡ଼ିବା ଯୋଗୁଁ ସମସ୍ୟା ଉପୁଜିଛି। ତେଣୁ ଲୋକେ ଆଜି ଭଞ୍ଜନଗର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ସମସ୍ୟାର ସମାଧାନ କିଭଳି ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି।
ସୂଚନା ଯୋଗ୍ୟ ଯେ ଶ୍ରାବଣ ମାସରେ ମଧ୍ୟ ଜଳଭଣ୍ଡାର ଗୁଡିକ ଶୁଖିଲା ପଡ଼ିଛି। ଗୁରୁବାର ସକାଳ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୩୮:୮୪ ପ୍ରତିଶତ ପାଣି ମହଜୁଦ ଥିବା ବେଳେ ଡହ ରେ ୪୨: ୧୪ପ୍ରତିଶତ, ବାଘୁଆରେ ୨୦:୪୫ ପ୍ରତିଶତ ଏବଂ ସୋରଡ଼ା ଜଳଭଣ୍ଡାରରେ ୪୧:୩୦ ପ୍ରତିଶତ ପାଣି ମହଜୁଦ ଥିବା ଜଣାପଡିଛି ।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?