କାଳ ସାଜିଲା ଅଦିନିଆଁ ବର୍ଷା: କ୍ଷେତ, ମଣ୍ଡି ସବୁଠି ଧାନ ଗଜା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା ଚାଷୀଙ୍କ ଆର୍ଥିକ, ମାନସିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କ୍ଷେତ, ଖଳାରେ ରହିଥିବା ଧାନ କେବଳ ବର୍ଷାପାଣିରେ ଓଦା ହୋଇଛି, ତାହା ନୁହେଁ। କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ସବୁଠି ଧାନ ଗଜା ହେଲାଣି। ଏପରିକି କେତେକାଂଶରେ ଧାନରୁ ଗଛ ବାହାରିବା ମଧ୍ୟ ପରିଲକ୍ଷିତ ହୋଇଛି। ରବିଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଅଦିନିଆଁ ବର୍ଷା ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ଏଭଳି ଉଜାଡ଼ି ଦେଇଛି। ଅନ୍ୟପଟେ ଇନପୁଟ୍‌ ସବସିଡ଼ି କିମ୍ବା ବୀମା କ୍ଷତିପୂରଣ ସହାୟତା ମିଳିବା ନେଇ ଚାଷୀମାନେ ମନରେ ଆଶା ବାନ୍ଧିଛନ୍ତି। ଏହି ଆଶା ନେଇ ଜିଲାର ବିଭିନ୍ନ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ନମୁନା ସ୍ବରୂପ କ୍ଷତିଗ୍ରସ୍ତ ଧାନ ଧରି ନିୟମିତ ଜିଲାପାଳଙ୍କୁ ଫେରାଦ ହେଉଥିବା ଦେଖିବାକୁ ମିଳିଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ନୀରବତା ସମସ୍ତଙ୍କୁ ଚକିତ କରି ପକାଇଛି।

୧୨ ବ୍ଲକ ବିଶିଷ୍ଟ ବରଗଡ଼ ଜିଲାରେ ମେ ମାସର ସ୍ବାଭାବିକ ବୃଷ୍ଟିପାତ ସାଧାରଣତଃ ୨୭.୧ମି.ମି ରହିଥାଏ। କିନ୍ତୁ ଗତମାସ ଜିଲାରେ ହାରାହାରି ୧୨୨.୫ ମି.ମି ଅର୍ଥାତ୍‌ ସମୁଦାୟ ୧୪୬୮ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ତେବେ ଗତମାସ ୨୬ତାରିଖରୁ ୩୧ତାରିଖ ଯାଏ ଅଧିକ ବୃଷ୍ଟିପାତ ହୋଇଛି। ୨୬ତାରିଖ ୧୩୨.୨, ୨୭ତାରିଖ ୩୦, ୨୮ତାରିଖ ୧୭୯, ୨୯ତାରିଖ ୫୮.୧, ୩୦ତାରିଖ ୧୪୦.୫ ଏବଂ ୩୧ତାରିଖ ସର୍ବାଧିକ ୫୦୯.୨ ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଦୀର୍ଘ ୬ଦିନ ଧରି ଏଭଳି ବର୍ଷା ଲାଗି ରହିଥିଲା। ଏହାର ପ୍ରଭାବରେ ଧାନ ଅମଳ, ସଂଗ୍ରହ ପ୍ରକ୍ରିୟା ତ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି ହେବା ପୂର୍ବରୁ କ୍ଷେତ, ଖଳା ଏବଂ ମଣ୍ଡିରେ ଗଜା ହେବା ଘଟଣାରୁ ଚାଷୀମାନଙ୍କ କିଭିଳି କ୍ଷତି ହୋଇଥିବ, ତାହା ସହଜରେ ଅନୁମେୟ।

ଜିଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଚାଷୀଙ୍କ କ୍ଷେତ, ଖଳାରେ ଏଭଳି ସମସ୍ୟା ଦେଖାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟା ବାବଦକୁ ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) କୋଟିକୋଟି ଟଙ୍କା ଅସୁଲି କରୁଛନ୍ତି। କିନ୍ତୁ ଧାନମଣ୍ଡି ଭିତ୍ତିଭୂମି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି। ଫଳରେ ବର୍ଷା ହେଲେ ମଣ୍ଡିରେ ମଧ୍ୟ ଧାନ ସୁରକ୍ଷିତ ରହୁ ନାହିଁ ଏବଂ ଗଜା ହେଉଥିବା ପରିଲକ୍ଷିତ ହୋଇଛି। ବରଗଡ଼ ଆର୍‌ଏମ୍‌ସି ଅନ୍ତର୍ଗତ କଲାପାଣି ମଣ୍ଡିରେ ଏହା ଦେଖାଯାଇଛି। ଏହି ମଣ୍ଡିକୁ ବିକ୍ରି ପାଇଁ ଆଣିଥିବା ୨ଜଣ ଚାଷୀଙ୍କ ପ୍ରାୟ ୧୦୦ବସ୍ତା ଧାନ ବର୍ଷାରେ ଭିଜି ଯାଇଥିଲା। ପରେ ସେହି ଧାନରୁ ଗଜା ହେବା ସହିତ ଗଛ ବାହାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ସେହି ଧାନକୁ ଛାଡ଼ି ସମ୍ପୃକ୍ତ ଚାଷୀଙ୍କ ବାକିଧାନକୁ କିଣାଯାଇ ଥିବାବେଳେ ପ୍ରଭାବିତ ଧାନକୁ ଚାଷୀମାନେ ପୁଣି ଶୁଖାଇଛନ୍ତି। କେବଳ କଲାପାଣି ମଣ୍ଡି ନୁହେଁ, ଜିଲାର ଅନେକ ସ୍ଥାନରେ ଖୋଲାମଣ୍ଡି ରହିଛି। ସେଠାରେ ମଧ୍ୟ ଚାଷୀମାନଙ୍କ ସମସ୍ୟା ଏଭଳି ରହିଛି। ଏହି ଦୃଷ୍ଟିରୁ ମଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରା ନଗଲେ ଆଗାମୀ ଦିନରେ ମଧ୍ୟ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ ସୁଦ୍ଧା ସେମାନଙ୍କୁ ଏଭଳି କ୍ଷତି ସହିବାକୁ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?