ଯାତ୍ରୀଙ୍କୁ ଶୋଷୁଛି ରେଲଓ୍ବେ

ସମ୍ବଲପୁର,୮ା୭(ଶୁଭାଶିଷ ପାଢ଼ୀ): ଦେଶରେ ରେଳ ଏକ ପ୍ରମୁଖ ସେବା ଭାବେ ପରିଗଣିତ ହୋଇଥାଏ। ପରିବହନର ଅନ୍ୟାନ୍ୟ ମାଧ୍ୟମଠାରୁ ଅପେକ୍ଷାକୃତ ଭାବେ ଏହା ଶସ୍ତା ହୋଇଥିବାରୁ ଯାତ୍ରୀମାନେ ତାହାର ସୁବିଧା ନେଇଥାନ୍ତି। ହେଲେ କିଛିବର୍ଷ ହେବ ରେଲଓ୍ବେ ତା’ର କେତେକ ଭାଗକୁ ଧୀରେ ଧୀରେ ଘରୋଇକରଣ କରିବାକୁ ବସିଛି। ଏହାକୁ ନେଇ ପୂର୍ବରୁ ବିରୋଧ ହୋଇଆସୁଥିଲା। ଏପରି କି ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିଥିଲେ। ଷ୍ଟେଶନ ପରିଚାଳନା, ଠିକା କର୍ମଚାରୀ, ଯାତ୍ରୀଙ୍କୁ ଖାଦ୍ୟପାନୀୟ ଯୋଗାଇଦେବା ଭଳି ଅନେକ ଭାଗର ଘରୋଇକରଣ ହୋଇସାରିଛି। ଫଳରେ ଏହାର ବୋଝ ଯାତ୍ରୀଙ୍କ ଉପରେ ପଡୁଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ଥିବା ପ୍ରତୀକ୍ଷାଳୟରେ ପ୍ରିପେଡ୍‌ ସେବା ଲାଗୁ କରିଦିଆଯାଇଛି। ସମ୍ବଲପୁର ରେଳ ମଣ୍ଡଳ ଅଧୀନ ଟିଟିଲାଗଡ଼ ଓ ସମ୍ବଲପୁର ଷ୍ଟେଶନରେ ଜୁନ୍‌ ଶେଷ ସପ୍ତାହରୁ ଏହା ଲାଗୁ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀମାନେ ପରିବାର ସହ ପ୍ରତୀକ୍ଷାଳୟରେ ଟ୍ରେନ୍‌କୁ ଅପେକ୍ଷା କରୁଥିଲେ। ଶୀତତାପ ନିୟନ୍ତ୍ରିତ କୋଠରି ଥିବାବେଳେ ସମସ୍ତ ସୁବିଧା ରହିଥିଲା। ବିଶେଷକରି ମହିଳା ଯାତ୍ରୀମାନେ ସୁରକ୍ଷିତ ମଣୁଥିଲେ। ଟ୍ରେନ୍‌ ଆସିବା ପରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ। ଏବେ ଉକ୍ତ ପ୍ରତୀକ୍ଷାଳୟ ଘରୋଇ ଏଜେନ୍ସିକୁ ଦିଆଯାଉଛି। ଟିକେଟ ଥିବା ଯାତ୍ରୀମାନେ ପ୍ରତୀକ୍ଷାଳୟରେ ଅପେକ୍ଷା କଲେ ସମୟ ଅନୁସାରେ ଟଙ୍କା ଦେବାକୁ ପଡୁଛି। ପ୍ରଥମ ଘଣ୍ଟାରେ ୨୦ ଟଙ୍କା ସହ ଜିଏସ୍‌ଟି ଓ ତା’ ପର ଯେତିକି ଘଣ୍ଟା ରହିବେ ଘଣ୍ଟା ପ୍ରତି ୧୫ ଟଙ୍କା ଲେଖାଏ ଦେବାକୁ ପଡ଼ୁଛି। ସେହିପରି ୫ରୁ ୧୨ବର୍ଷର ଶିଶୁମାନଙ୍କ ପାଇଁ ପ୍ରଥମ ଘଣ୍ଟାରେ ୧୦ ଟଙ୍କା ରହିଥିବା ବେଳେ ଅଧିକ ସମୟ ଲାଗି ଘଣ୍ଟା ପ୍ରତି ୧୦ ଟଙ୍କା ରହିଛି।
ଏ ସମ୍ପର୍କରେ ପୂର୍ବତନ ଲୋକ ସଭା ସଦସ୍ୟ ତଥା ରେଳପଥ ଯାତ୍ରୀ ସୁବିଧା କମିଟି ପ୍ରାକ୍ତନ ଉପଦେଷ୍ଟା ଭବାନୀ ଶଙ୍କର ହୋତା କହିଛନ୍ତି, ଆଜି ଦିନରେ ରେଳ ବିଭାଗ ଦୁର୍ଭାଗ୍ୟଜନକ ସ୍ଥିତିରେ ଚାଲୁଛି। ଘରୋଇକରଣ କରାଯିବା ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଏହା ସମସ୍ତ ଶ୍ରେଣୀର ଯାତ୍ରୀଙ୍କ ଉପରେ ବୋଝ ହୋଇଛି। ଜଣେ ଯାତ୍ରୀ ଟିକେଟ କାଟିବା ପରେ ସର୍ବନିମ୍ନ ସେବା ଯୋଗାଇଦେବା ରେଳ ବିଭାଗର ଦାୟିତ୍ୱ। ହେଲେ ଶୋଷଣ କରାଯାଉଛି। ପାନୀୟ ଜଳ, ବିଶ୍ରାମ ଗୃହ, ଶୌଚାଳୟ, ଯାତ୍ରୀଙ୍କ ଧନଜୀବନ ସୁରକ୍ଷା ଦେବା ନିୟମ ମଧ୍ୟ ରହିଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟରେ ଅଧିକ ସୁବିଧା ଉପଲବ୍ଧ ରହୁଥିଲା। ହେଲେ ଏବେ ପ୍ରିପେଡ୍‌ ସେବା ଲାଗୁକରି ଘରୋଇ ଏଜେନ୍ସି ଜରିଆରେ ଯାତ୍ରୀଙ୍କୁ ଲୁଟ୍‌ କରାଯାଉଛି। ଏହା ବନ୍ଦ ହେବା ଉଚିତ ବୋଲି ସେ କହିଥିଲେ। ଯାତ୍ରୀ ଡା. ସଞ୍ଜୀବ କୁମାର ମିଶ୍ର କହିଛନ୍ତି, ୫ଦିନ ତଳେ ଭୁବନେଶ୍ୱର ଯିବା ପାଇଁ ସମ୍ବଲପୁର ଷ୍ଟେଶନ ପ୍ରତୀକ୍ଷାଳୟକୁ ଯାଇଥିଲି। ସେଠାରେ ପ୍ରିପେଡ ସେବା ଲାଗୁ ହୋଇଥିବା କର୍ମଚାରୀଙ୍କଠାରୁ ଜାଣିଥିଲି। କର୍ମଚାରୀମାନେ ଘଣ୍ଟା ପ୍ରତି ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ପରେ ଅସନ୍ତୋଷ ବ୍ୟକ୍ତ କରି ଫେରିଆସିଥିଲି। ଏହି ବ୍ୟବସ୍ଥା ଗ୍ରାହକମାନଙ୍କୁ ଶୋଷଣ କରିବା ଭଳି ହୋଇଛି। ସେବା ଯୋଗାଇବା ବଦଳରେ ବ୍ୟବସାୟ କରାଯାଉଛି ବୋଲି ସେ କହିଥିଲେ। ସମ୍ବଲପୁର ରେଳମଣ୍ଡଳ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି, ଏହି ପ୍ରିପେଡ୍‌ ସେବା ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି। ସମ୍ବଲପୁର ଓ ଟିଟିଲାଗଡ଼ ଷ୍ଟେଶନରେ ଏହା ଲାଗୁ ହୋଇଥିବାବେଳେ ଅନ୍ୟାନ୍ୟ ଷ୍ଟେଶନରେ ଏହି ବ୍ୟବସ୍ଥା କରାଯିବ। ଘରୋଇ ଏଜେନ୍ସିକୁ ଦିଆଯାଇଥିଲେ ମଧ୍ୟ ଯାତ୍ରୀମାନଙ୍କୁ ଉଚ୍ଚମାନର ସୁବିଧା ଯୋଗାଇ ଦିଆଯିବ। ଏହା ମଧ୍ୟରେ ଖବରକାଗଜ, ବସିବା ପାଇଁ ଆରାମଦାୟକ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ରହିଛି ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri