ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲା ରେଲୱେ, ଟେକ୍ନିକାଲ୍, ନନ୍-ଟେକ୍ନିକାଲ୍ ସମେତ ଗ୍ରୁପ-ଡି ପଦବୀରେ ସୁଯୋଗ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୮।୧: ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇଁ ଭାରତୀୟ ରେଲୱେ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା କରିବାକୁ ଯୋଜନା କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୧.୫ ଲକ୍ଷ ନୂତନ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇସାରିଛି।

ବୈଷ୍ଣବ ଆହୁରି ସୂଚନା ଦେଇଛନ୍ତି ଯେ ‘ଏହା ହେଉଛି ପ୍ରଥମ ପଦକ୍ଷେପ ଏବଂ ଟେକ୍ନିକାଲ୍, ନନ୍-ଟେକ୍ନିକାଲ୍ ଲୋକପ୍ରିୟ ବର୍ଗରେ ଏବଂ ଗ୍ରୁପ୍ ଡିରେ ଆଗକୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁକିଛି ଏକାଠି କରିବା ପରିବର୍ତ୍ତେ ଆମର ଉଦ୍ଦେଶ୍ୟ ହେଉଛି ବାର୍ଷିକ ପ୍ରକ୍ରିୟା କରିବା ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ସୁଯୋଗ ପାଇପାରିବେ।

ଏହି ସମୟରେ ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ବିଜ୍ଞପ୍ତି ଅନୁଯାୟୀ, ଆବେଦନ ସମୟସୀମା ଫେବୃଆରୀ ୧୯ ଯାଏ ରହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୫,୬୯୬ ପଦବୀ ପୁରଣ ହେବ।

ଏହି ନିଯୁକ୍ତି ପ୍ରକ୍ରିୟା ପାଞ୍ଚଟି ପର୍ଯ୍ୟାୟ ଦେଇ ଅନୁଷ୍ଠିତ ହେବ। ଏଥିରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି ୧), (ସିବିଟି ୨), କମ୍ପ୍ୟୁଟର ଆଧାରିତ ଆପ୍ଟିଚ୍ୟୁଡ୍ ଟେଷ୍ଟ (ସିବିଏଟି), ଡକ୍ୟୁମେଣ୍ଟ୍ ଭେରିଫିକେସନ୍ (ଡିଭି) ଏବଂ ମେଡିକାଲ୍ ପରୀକ୍ଷା (ଏମଇ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେବ ଭାରତ-ପାକିସ୍ତାନ ଯୁଦ୍ଧ! ଆମେରିକାର ବିପଦପୂର୍ଣ୍ଣ ଭବିଷ୍ୟବାଣୀ ପରେ ବିଶ୍ୱ ଛାନିଆ

ନୂଆଦିଲ୍ଲୀ,୫।୫: ଅପରେଶନ ସିନ୍ଦୁରର ବାର୍ଷିକୀ ପୂର୍ବରୁ, ଆମେରିକାରୁ ଏକ ବିପଦପୂର୍ଣ୍ଣ ଭବିଷ୍ୟବାଣୀ ଆସିଛି। ଏହା ଏକ ଭବିଷ୍ୟବାଣୀ ଯାହା ଗତ ବର୍ଷ ପାକିସ୍ତାନୀ ଶାସକମାନଙ୍କ ମୁହଁରେ ଦେଖାଯାଇଥିବା…

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ…

ଇରାନୀ ଡ୍ରୋନ ଆକ୍ରମଣରେ ୩ ଭାରତୀୟ ଆହତ ଘଟଣାକୁ ନେଇ ଚେତାବନୀ ଜାରି କଲା ଦେଶ

ନୂଆଦିଲ୍ଲୀ,୫।୫: ପଶ୍ଚିମ ଏସିଆର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନାହିଁ। ସୋମବାର (ମେ ୪) ଦିନ, ୟୁଏଇର ଫୁଜୈରାହ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରିଜ ଜୋନ (FOIZ) ରେ ଡ୍ରୋନ ଆକ୍ରମଣ…

ଦାଦନ ଖଟିବାକୁ କେରଳ ଯାଇଥିଲେ ଅଭିମନ୍ୟୁ, ପାଲଟିଲେ ଶବ

ଚିକିଟି,୫।୫(ପ୍ରକାଶ ଚନ୍ଦ୍ର ସାହୁ): କେରଳସ୍ଥିତ ଥିରୁଭାନନ୍ତପୁରମ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ରବିବାର ମୃତ୍ୟୁ ଘଟିଛି l ସେ ହେଲେ ଗଞ୍ଜାମ…

ବୈତରଣୀ ନଦୀ କୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ସୋମବାରଠୁ ଥିଲେ ନିଖୋଜ

ପାଟଣା,୫ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି…

ଆସାମରେ ହାରିଲେ ୩ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଜାଣନ୍ତୁ….

ଗୁଆହାଟୀ,୫ା୫: ଆସାମ ବିଧାନସଭା ନିର୍ୱାଚନରେ ୩ ପୂର୍ୱତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ, ପୂର୍ୱ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri