୮ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ

କେନ୍ଦୁଝର/ଯୋଡ଼ା, ୩ା୧୧ (ସ୍ବ.ପ୍ର/ଡି.ଏନ.ଏ): କେନ୍ଦୁଝର ଜିଲା ରାଜଖରସୁଆଁ ଠାରୁ ଡାଙ୍ଗୁଆପୋଷି ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ନିର୍ମାଣ ନିମନ୍ତେ ଦକ୍ଷିଣ ପୂର୍ବ ରେଳ ବିଭାଗର ଚକ୍ରଧରପୁର ଡିଭିଜନ ପକ୍ଷରୁ ୩ରୁ ୮ ତରିଖ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ଏ ସମୟରେ ମାଲବାହୀ ସମେତ ଯାତ୍ରୀବାହୀ ରେଳଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ବଡ଼ବିଲ-ପୁରୀ ଏବଂ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ (୧୮୪୧୫/୧୮୪୧୬) ଭାୟା ବାଂଶପାଣି-କେନ୍ଦୁଝର ପୂର୍ବତଟ ଯାତ୍ରୀବାହୀ ରେଳ ଚଳିତମାସ ୨ରୁ ୭ପର୍ଯ୍ୟନ୍ତ ବନ୍ଦ ରହିବ। ଟାଟା ନଗରଠାରୁ ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସ ରେଳ (୨୦୮୧୫) ୭ ତାରିଖ ଦିନ ବନ୍ଦ ରହିବ। ସେହିପରି ବିଶାଖାପାଟଣା-ଟାଟା ନଗର ଯାତ୍ରୀବାହୀ ରେଳ (୨୦୮୧୬) ୬ ତାରିଖରେ ବନ୍ଦ ରହିବ। ଟାଟାନଗର-ଗୋଆ-ଟାଟାନଗର ମେମୁ ଯାତ୍ରୀବାହୀ ରେଳ (୦୮୧୩୩/୦୮୧୩୪) ଚଳାଚଳ ୩, ୪, ୫, ୭, ୮ ତାରିଖ ଦିନ ବନ୍ଦ ରହିବ। ସେହିପରି ଟାଟାନଗର-ଗୋଆ-ଟାଟାନଗର ସ୍ବତନ୍ତ୍ର ଯାତ୍ରୀବାହୀ ରେଳ (୦୮୧୫୫/୦୮୧୫୬) ୩ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଟାଟାନଗର-ବଡ଼ବିଲ-ଟାଟାନଗର ସ୍ବତନ୍ତ୍ର ଯାତ୍ରୀବାହୀ ରେଳ (୦୮୧୨୩/୦୮୧୨୪) ୩ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ହାଓ୍ବାଡ଼ା-ବଡ଼ବିଲ-ହାଓ୍ବାଡ଼ା ଜନସତାବ୍ଦୀ ଏକ୍ସପ୍ରେସ (୧୨୦୨୧/୧୨୦୨୨) ୩ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ମୁଖ୍ୟ ଯାତ୍ରୀବାହୀ ପରିବହନ ପରିଚାଳକ ଆଶିଷ୍‌ ଭାଟିଆ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ପୁରୀ-ବଡ଼ବିଲ ଟ୍ରେନକୁ ଅନ୍ୟ ଟ୍ରେନ୍‌ ଭଳି ବାଂଶପାଣି କିମ୍ବା କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ ନ କରାଇ ବାତିଲ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?