୧୪ରେ ରେଳରୋକୋ ଆନ୍ଦୋଳନ

ପଦ୍ମପୁର, ୬।୮(ଡି.ଏନ.ଏ.): ବରଗଡ଼ ଜିଲା ରାଜବୋଡାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳି ନାହିଁ । ଚାଷୀଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି। ବର୍ତ୍ତମାନ ଜଳାଭାବ ଯୋଗୁ ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଛନ୍ତି। ଚାଷ କରିବାକୁ ଚାଷୀଙ୍କ ପାଖରେ ସମ୍ବଳ ନାହି। ପ୍ରାୟ ୭୦ ଶତକଡା ଚାଷୀ ଋଣ ଖିଲାପୀ ହୋଇସାରିଛନ୍ତି। ଅର୍ଥାଭାବରୁ ସାର, ବିହନ କିଣିବାକୁ ସମର୍ଥ ହେଉନାହାନ୍ତି। ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି। ଫଳରେ ଚାଷ ନଷ୍ଟ ହୋଇ ପୁନଶ୍ଚ ଏକ ମରୁଡିର ସୂଚନା ଦେଉଛି। ଏପରି ସମୟରେ ୨୦୨୧ ଖରିଫ ଋତୁର ମରୁଡି ସହାୟତା ଚାଷୀମାନଙ୍କୁ ପ୍ରଦାନ କରାଯାଇନାହିଁ। ଏଚଡିଏଫସି ଆଗ୍ରୋ କମ୍ପାନୀ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମଧୁଚନ୍ଦ୍ରିକା ଥିବା ହେତୁ ବୀମା କମ୍ପାନୀ ଚାଷୀଙ୍କୁ ବୀମାରାଶି ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଣୁ ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧୪ରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକୋ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ସମସ୍ତ ସରକାରୀ କଳକୁ ଅଚଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲା ବିଜେଡି-ଭାଜପା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ ଅଫିସ,୨୬।୧: ପୁରୀ ଜିଲା ବିଜୁ ଜନତା ଦଳ ପକ୍ଷରୁ ସିଂହଦ୍ବାର ଏମାର ଚକଡା ମଙ୍ଗୁ ମଠ ସମ୍ମୁଖରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ...

୩୫ ଚାଷୀ ଗଲେ ମହାରାଷ୍ଟ୍ର

ଚମ୍ପୁଆ,୧୧।୨(ଡି.ଏନ.ଏ.)- ଚାଷ ସମ୍ବନ୍ଧୀୟ ସୂଚନା ଓ ସର୍ବେକ୍ଷଣ ନିମନ୍ତେ ଚମ୍ପୁଆ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୩୫ ଜଣ ଚାଷୀଙ୍କୁ ମହାରାଷ୍ଟ୍ର ପଠାଯାଇଛି। ଚମ୍ପୁଆ, ଯୋଡା...

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ବାଲେଶ୍ୱର ଅଫିସ,୨୧।୯: ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ବାଲେଶ୍ୱର ମ୍ୟୁନିସିପାଲଟି ଅଧୀନ କାଞ୍ଜନବାଗ ପ୍ରାଥମିକ ବିଦ୍ୟାଳୟର ଜିଲାପରିଷଦ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଘରେ ଶନିବାର ଭିଜିଲାନ୍ସ...

ଥାନାରେ ଅଭିଯୋଗ କଲେ ତାମଡା ସେକ୍ରେଟାରି

ଅନୁଗୋଳ ସହର, ୭।୨ – ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ...

ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ନବରଙ୍ଗପୁର,୨୧।୪(ବି.ପ୍ର.): ନବରଙ୍ଗପୁରରେ ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ। ଏଠାରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି l ଏପରିକି ମଣ୍ଡଳ ଶ୍ରମ...

ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା...

ଶରଧାବାଲିରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ଶରଧାବାଲିରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ୍‌ ଅପରାହ୍ନ ୪ଟା ୧୦ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ...

ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ

ପୁରୀ ଅଫିସ୍‌,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ...

Advertisement
Archives

Model This Week