୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ ରାଜନୈତିକ ପାଳି ଉତ୍ଥାନପତ୍ତନରେ ଭରପୂର। ସେ ନିଜକୁ ବିରୋଧୀ ଦଳର ଏକ ଗମ୍ଭୀର ନେତା ଭାବେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କୁ ଏକାଧିକ ବାର ଭତ୍ସନା କରିଛନ୍ତି। ୟୁପିଏ ସରକାରର ଉଭୟ କାର୍ଯ୍ୟକାଳରେ ସେ କୌଣସି ପଦବୀ ଗ୍ରହଣ କରିନଥିଲେ। ଏମ୍‌ପି ଭାବେ ସେ ନିଜର ଦାୟିତ୍ୱ ପୂରଣ କରିଥିଲେ। ତେବେ ଜନ୍ମଦିନ ଅବସରରେ ଲୋକମାନେ ତାଙ୍କ ଉଜ୍ୱଳ ଭବିଷ୍ୟତର ଶୁଭକାମନା ଜଣାଉଛନ୍ତି।

ରାହୁଲ ୧୯୭୦ ଜୁନ୍‌ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ୨୦୧୭ ଡିସେମ୍ବର ୧୬ରୁ ୨୦୧୯ ଜୁଲାଇ ୩ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଥିଲେ। ଏହି ପଦରୁ ସେ ହଟିବା ପରେ ସୋନିଆ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଅଛନ୍ତି। ଆସନ୍ତୁ ଜାଣିବା ରାହୁଲଙ୍କ ଜୀବନ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ:

ଶିକ୍ଷା: ରାହୁଲ ନିଜର ପ୍ରାଥମିକ ଶିକ୍ଷା ଦିଲ୍ଲୀ ଏବଂ ଦେହରାଦୁନରେ ଶେଷ କରିଥିଲେ। ପରେ, ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କର ପରବର୍ତ୍ତୀ ପାଠପଢ଼ା ଘରେ ହୋଇଥିଲା। ସ୍ନାନକୋତ୍ତର କରିବା ପାଇଁ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ପରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ଏଠାରେ ରୋଲିନ୍ସ କଲେଜରେ ଏକ ଛଦ୍ମନାମ ରାହୁଲ ଭିଞ୍ଚି ରଖି ଅଧ୍ୟୟନ କରିଥିଲେ। କଲେଜ ଦିନରେ ତାଙ୍କ ଏହି ପରିଚୟ ବିଷୟରେ ବହୁତ କମ୍‌ ଲୋକ ଜାଣିଥିଲେ। ଏହାଛଡ଼ା ରାହୁଲଙ୍କ ପାଖରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ମଧ୍ୟ ଡ୍ରିଗ୍ରୀ ହାସଲ କରିଛନ୍ତି। ସେ ସ୍ନାତକ ସମାପ୍ତ କରିବା ପରେ ବ୍ରିଟେନର ଏକ ମ୍ୟାନେଜମେଣ୍ଟ କମ୍ପାନୀରେ କାର୍ଯ୍ୟ କରିଥିଲେ।

ପରିବାର:
ରାହୁଲ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବଡ଼ ପୁଅ। ତାଙ୍କର ସାନ ଭଉଣୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ।

ରାଜନୈତିକ ପାଳି:
ରାହୁଲଙ୍କ ରାଜନୈତିକ ଇନିଂସ ୨୦୦୪ରେ ଆରମ୍ଭ ହୋଇଥିଲା। ୨୦୧୩ରେ ରାହୁଲ କଂଗ୍ରେସର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଡିସେମ୍ବର ୨୦୧୭ରେ ସେ କଂଗ୍ରେସର ସଭାପତି ହୋଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନରେ ଦଳର ନିର୍ବାଚନ ପ୍ରଚାର ଦାୟିତ୍ୱ ନେଇଥିଲେ। କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଥିଲା। ସେ ୨୦୦୭ ସେପ୍ଟେମ୍ବର ୨୫ରୁ ୨୦୧୩ ଜାନୁୟାରୀ ୧୯ ଯାଏ କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ। ୨୦୧୯ ନିର୍ବାଚନରେ ସେ ଦୁଇଟି ସ୍ଥାନ ଆମେଥୀ ଏବଂ ଓ୍ବାୟାନାଡ଼ରୁ ପ୍ରତିନ୍ଦ୍ୱନ୍ଦିତା କରିଥିଲେ। ଆମେଥୀରେ ସେ ହାରିଥିବା ବେଳେ ଓ୍ବାୟାନାଡ ଆସନରୁ ବିଜେତା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?