Posted inଜାତୀୟ

‘ଆମେ ନରେନ୍ଦ୍ର ମୋଦିଙ୍କୁ ଡରିନାହୁଁ, ଯାହା କରିବାର ଅଛି କର’

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ଶୁଣ, ଆମେ ନରେନ୍ଦ୍ର ମୋଦିଙ୍କୁ ଭୟ କରୁନାହୁଁ। ଯାହା କରିବାର ଅଛି, ତାହା କର। କିଛି ଫରକ ପଡ଼ିବ ନାହିଁ। କିଛି ମିଳିବ ନାହିଁ। ତୁମେ ଯାହା କରିବାକୁ ଚାହୁଁଛ ତାହା କର। ଦେଶକୁ ସୁରକ୍ଷା ଦେବା, ଗଣତନ୍ତ୍ରର ସୁରକ୍ଷା, ଦେଶର ସମନ୍ବୟ ରକ୍ଷା କରିବା ମୋର କାମ ଏବଂ ମୁଁ ଏହା ଜାରି ରଖିବି।
ସୂଚନାଯୋଗ୍ୟ, ନୂଆଦିଲ୍ଲୀର ବାହାଦୂରଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସ୍‌ର ୟଙ୍ଗ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିଃ ଅଫିସରେ ମଙ୍ଗଳବାର ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ। ବୁଧବାର ଉକ୍ତ ଅଫିସକୁ ସେମାନେ ସିଲ୍‌ କରିଥିବା ନେଇ ସେଠାରେ ଏକ ଅର୍ଡର ଛାପିଛନ୍ତି। ଇଡିର ବିନା ଅନୁମତିରେ ଉକ୍ତ ପରିସରକୁ ଖୋଲାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏନେଇ ଜଣେ ଇଡି ଅଧିକାରୀ କହିଛନ୍ତି, ହେରାଲ୍ଡ ଅଧିକାରୀମାନଙ୍କୁ ଆମେ ସହଯୋଗ ପାଇଁ ଡାକିଥିଲୁ। କିନ୍ତୁ ସେମାନେ ତଲାସିରେ ସହଯୋଗ କରି ନ ଥିଲେ। ଅନ୍ୟ କୌଣସି ବିକଳ୍ପ ନ ପାଇ ଆମେ ଏହାକୁ ସିଲ୍‌ କରିଛୁ। ଯେପରି ପ୍ରମାଣ ନଷ୍ଟ ନ ହେବ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି। ନିକଟରେ ଇଡି ପକ୍ଷରୁ ସୋନିଆ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଏକାଧିକ ପର୍ଯ୍ୟାୟରେ ଜେରା କରାଯାଇଥିଲା। ଅଫିସ ସିଲ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ଏଭଳି ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ। ମୋଦି ସରକାର ଆମ ମୁହଁ ବନ୍ଦ କରିପାରିବେ ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି। ଇତିମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦିଲ୍ଲୀ ପୋଲିସ ସୋନିଆଙ୍କ ଘର ବାହାରେ ଏବଂ ଏଆଇସିସି ମୁଖ୍ୟାଳୟ ରାସ୍ତାରେ ବ୍ୟାରିକେଡ୍‌ କରିଛି। ଏହାର ରହସ୍ୟ କ’ଣ ବୋଲି ଜୟରାମ ରମେଶ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri