Posted inଜାତୀୟ

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ମୋଦି ସରକାର ସୁଟ-ବୁଟ ବାଲା ବନ୍ଧୁଙ୍କୁ ୮,୭୫,୦୦୦କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଆଉ ଏବେ ଅନ୍ନଦାତାଙ୍କ ପୁଞ୍ଜି ସଫା କରିବାରେ ଲାଗିପଡିଛନ୍ତି । ଏହା ପଥମଥର ନୁହେଁ ବରଂ କୃଷି ଆଇନକୁ ନେଇ ମୋଦି ସରକାରଙ୍କ ବିରୋଧରେ ଯେବେଠାରୁ କୃଷକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ସେବେଠାରୁ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଦେଶର କୃଷକଙ୍କୁ ସମ୍ମାନ କରନ୍ତି ନାହିଁ । ଆଉ ବାରମ୍ବାର ବୈଠକ କରି କୃଷକଙ୍କୁ ଠକିବାକୁ ଚାହୁଁଛନ୍ତି ମୋଦି ସରକାର । ରାହୁଲ କହିଥିଲେ ମୋଦି ଯଦିଓ ଦେଶର ପ୍ରଧାନମନ୍ତ୍ରୀ କିନ୍ତୁ ତାଙ୍କ ରିମୋଟ କଣ୍ଟ୍ରୋଲ କେତେଜଣ ପୁଞ୍ଜିପତିଙ୍କ ହାତରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ ସରିବା ପରେ ଅଫ୍‌ ଏୟାର ହେଲା ‘ନମୋ ଟିଭି’

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଅଫ୍‌ ଏୟାର ହୋଇଯାଇଛି ‘ନମୋ ଟିଭି’। ମାର୍ଚ୍ଚ ୩୧ରୁ ଅନ୍‌ ଏୟାର ହୋଇଥିବା ଏହି ଚ୍ୟାନେଲରେ...

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା।...

ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା

ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର...

ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ

ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର...

ଟିଏମସିରେ ଯୋଗ ଦେଲେ ଅଭିନେତ୍ରୀ ନଫିସା ଅଲ୍ଲୀ

ପାଣାଜୀ,୨୯।୧୦:ଅଭିନେତ୍ରୀ ନଫିସା ଅଲ୍ଲୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ...

ଉତ୍ତରକାଶୀକୁ ରିଲିଫ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୧।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ବାଦଲ ଫାଟିବା ଯୋଗୁ ସହରରେ ବନ୍ୟା ବିତ୍ପାତ ଦେଖାଦେଇଛି। ଫଳରେ ବୁଧବାର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ...

ସବୁ ଘରକୁ ଏଲ୍‌ପିଜି ସଂଯୋଗରେ ପ୍ରଥମ ରାଜ୍ୟ ହିମାଚଳ ପ୍ରଦେଶ

ଶିମ୍‌ଲା,୨୭।୧୨: ହିମାଚଳ ପ୍ରଦେଶର ପ୍ରତି ଘରକୁ ମିଳିଲା ଏଲ୍‌ପିଜି କନେକଶନ। ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘୋଷଣା କରିବା ସହ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା...

ମଳଦ୍ୱାରରେ ଲୁଚାଇଥିଲେ ୪୨ ଲକ୍ଷର ସୁନା

ନୂଆଦିଲ୍ଲୀ,୨୮।୯: ଇମ୍ଫାଲ ବିମାନ ବନ୍ଦରରେ ସୋମବାର କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଜଣେ ଯାତ୍ରୀଙ୍କଠାରୁ ୯୦୦ ଗ୍ରାମର ସୂନା ପେଷ୍ଟ ଜବତ କରାଯାଇଛି। ଜବତ...

Advertisement
Archives

Model This Week