Posted inଖେଳ

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର ହେଡ୍‌ କୋଚ୍‌ ହେବାର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ କ୍ରିକେଟ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)ର ଉଦ୍ୟମ ପରେ ସେ ଏବେ ରାଜି ହୋଇଥିବା କୁହାଯାଉଛି। ଯୁବ ଖେଳାଳିଙ୍କ ଆଗମନ ଯୋଗୁ ଭାରତୀୟ ଦଳରେ ପରିବର୍ତ୍ତନ ଦେଖାଦେଇଛି। ସେମାନେ ଦ୍ରାବିଡଙ୍କ ସହ କାମ କରିଛନ୍ତି। ଏଣୁ ଖେଳାଳିମାନେ ଦ୍ରାବିଡଙ୍କ ପଥରେ ଚାଲି ନୂଆ ଉପଲବ୍ଧି ହାସଲ କରିବେ ବୋଲି ଆଶା କରାଯାଉଛି।

ଶୁକ୍ରବାର ସୌରଭ ଗାଙ୍ଗୁଲି ଏବଂ ଜୟ ଶାହାଙ୍କ ସହ ଦ୍ରାବିଡଙ୍କର ଏକ ବୈଠକ ହୋଇଥିଲା। ବୈଠକ ପରେ ଦ୍ରାବିଡ ମୁଖ୍ୟ କୋଚ୍‌ ପଦ ସମ୍ଭାଳିବା ନେଇ ସହମତି ପ୍ରକାଶ କରିଛନ୍ତି। ଟି-୨୦ ବିଶ୍ୱକପ୍‌ ପରେ ସେ ଏହି ଦାୟିତ୍ୱ ନେବେ। ଦୁଇ ବର୍ଷ ଯାଏ ସେ ଏହାକୁ ପରିଚାଳନା କରିବେ। ଅପରପକ୍ଷେ ପରାସ ମହମ୍ବ୍ରେକୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ସେ ଭରତ ଅରୁଣଙ୍କ ସ୍ଥାନ ନେବେ। ତେବେ ଉଭୟଙ୍କ ନିଯୁକ୍ତି ନେଇ ବିସିସିଆଇ ପକ୍ଷରୁ ଆଧିକାରୀକ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ସେହିଭଳି ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧରଙ୍କ ବଦଳି ନେଇ ନିଷ୍ପତ୍ତି ନିଆଯାଇନାହିଁ। ଏଥିସହ ବିକ୍ରମ ରାଠୋର ଦଳର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ।

କହିରଖୁଛୁ,ଭାରତୀୟ ଦଳର ମୁଖ୍ୟ ପ୍ରଶକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‌ ପରେ ଏହି ୩ଜଣ ଇସ୍ତଫା ଦେବେ। ଦ୍ରାବିଡ ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ମୁଖ୍ୟ ଅଛନ୍ତି। ସେ ଏହି ପଦରୁ ଇସ୍ତଫା ଦେବେ। ଗତ ଜୁଲାଇରେ ଶ୍ରୀଲଙ୍କା ଗସ୍ତ ସମୟରେ ଦ୍ରାବିଡ ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ଦଳ ଶ୍ରୀଲଙ୍କାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଜିତିଥିବା ବେଳେ ଟି-୨୦ ସିରିଜରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri