Posted inଖେଳ

ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଡ୍ରାଭିଡ୍‌

କାନପୁର,୨୯।୧୧: ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ଏବେ ବି ବଦଳି ନ ଥିବା ପ୍ରମାଣ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ପାଇଁ ସ୍ପୋର୍ଟିଂ ପିଚ୍‌ ପ୍ରସ୍ତୁତ କରିଥିବା ଗ୍ରୀନ ପାର୍କ ଗ୍ରାଉଣ୍ଡଷ୍ଟାଫଙ୍କୁ ୩୫ ହଜାର ଟଙ୍କା ଦେବା ନେଇ ଘୋଷଣା କରିଛନ୍ତି।

ଖରାପ ଆଲୋକ ଓ ଭାରତୀୟ ସ୍ପିନରଙ୍କ ସମ୍ମୁଖୀନ ହୋଇ ଟିମ୍‌ ଇଣ୍ଡିଆ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଭାରତରେ ଜନ୍ମିତ ଏଜାଜ ପଟେଲ ଓ ରଚିନ ରବୀନ୍ଦ୍ର। ଦୁହେଁ ଶେଷ ପର୍ଯ୍ୟନ୍ତ ଖେଳି ମ୍ୟାଚ୍‌କୁ ଡ୍ର’ କରି ଦେଇଥିଲେ।

“ଆମେ ବିଧିବଦ୍ଧ ଭାବେ ଏକ ଘୋଷଣା କରୁଛୁ। ରାହୁଲ ଡ୍ରାଭିଡ୍‌ ବ୍ୟକ୍ତିଗତ ଭାବେ ଆମ ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି” ବୋଲି ପ୍ରଥମ ମ୍ୟାଚ୍‌ ପରେ ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଫୋକସ୍‌ରେ ପଞ୍ଚାୟତ, ପୌର ନିର୍ୱାଚନ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତା ମା’ ଅଞ୍ଚଳେଶ୍ୱରୀ ମନ୍ଦିର ପରିସରରେ ରବିବାର ଭାଜପା ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ…

୧୦ ଟଙ୍କା ନିଅ ଝାଲମୁଢ଼ି ଦିଅ… ଦିଦିଙ୍କ ଗଡ଼ରେ ମଜା ନେଲେ ମୋଦି

କୋଲକାତା,୧୯ା୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପ୍ରଚାର ସମୟରେ ସେ ପାରମ୍ପରିକ ବଙ୍ଗାଳୀ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

ଗାଧୋଇବାକୁ ଯାଇ ଭଞ୍ଜନଗର ଜଳଭଣ୍ଡାରରେ ବୁଡିଗଲେ ୬ ସାଙ୍ଗ, ୨ମୃତ

ଭଞ୍ଜନଗର,୧୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ…

୨୦୨୭ ବିଶ୍ୱକପ୍‌ ପୂର୍ୱରୁ ବିସିସିଆଇର ବଡ଼ ନିଷ୍ପତ୍ତି: ଆଉ ବର୍ଷେ ମୁଖ୍ୟ ଚୟନକର୍ତ୍ତା ରହିବେ ଅଗରକର

ନୂଆଦିଲ୍ଲୀ,୧୯ା୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି। ସେ ଆସନ୍ତାବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ।…

ରିଲ୍ସ କରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସିପଡି ଯୁବକ ଗୁରୁତର

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି…

ଟିଭି ଦେଖିବାକୁ ମନାକଲେ ମା’, ଝୁଲିପଡିଲେ ନାବାଳିକା

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା କୁପୁରା ଅଞ୍ଚଳରେ ଅଭାବନୀୟ ଘଟଣା । ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ନାବାଳିକା । ମୃତକ…

ଓଲଟିଲା ମାଛ ବୋଝେଇ ଅଟୋ

ବାଲିଗୁଡ଼ା,୧୯ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ମୁସୁକୁଲିସ୍ଥିତ ବୁଲାଣି ନିକଟରେ ରବିବାର ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri