Posted inଜାତୀୟ

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ, ଜିଲାପି ଖାଇଲେ ରାହୁଲ ଗାନ୍ଧୀ, ହେଲେ ଟେଷ୍ଟ ନେଇଗଲେ ମୋଦି। ହରିୟାଣାରେ ଭାଜପାର ଜବରଦସ୍ତ ବିଜୟ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ ଜିଲାପି। ତେବେ ହରିୟାଣା କ୍ଷମତା ରାଜନୀତିରେ କ’ଣ ଏଇ ଜିଲାପିର କାହାଣୀ? ଆସନ୍ତୁ ଜାଣିବା…

ଗତକାଲି ହରିୟାଣା ଭୋଟ ଗଣତି ଆରମ୍ଭରୁ ଜିଲାପି ଟ୍ରେଣ୍ଡ କରୁ ନଥିଲା। କିନ୍ତୁ ଭାଜପା ଆଗୁଆ ହେବା ମାତ୍ରେ ଜିଲାପି ଟ୍ରେଣ୍ଡ କରିଥିଲା । ହଠାତ୍‌ ଭାଜପା ନେତାମାନେ ଜିଲାପି ଖାଇବା ସହ କଂଗ୍ରେସ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ଜିଲାପି ପାର୍ସଲ କରାଯାଇଥିଲା। ଜିଲାପି ପଠାଇବାର କାରଣ ହେଉଛି ଭାଜପାର ହରିୟାଣା ହ୍ୟାଟ୍ରିକ। କଂଗ୍ରେସକୁ ଜାଟ ଭୂମିରେ ଝଟକା ଲାଗିବା ପରେ ସୋସିଆଲ ମିଡିଆରେ ରାହୁଲଙ୍କୁ ଭାଜପା ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି। ସେମାନେ କହିବାରେ ଲାଗିଛନ୍ତି, ଜିଲାପି ତେରା, ହରିୟାଣା ମେରା। ଆଉ କେହି କେହି ଫଟୋର କ୍ୟାପସନ ରଖୁଛନ୍ତି, ଜିଲାପି ରେଡି ହେ।

ଏକଜିଟ ପୋଲ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜିଲାପି ବଣ୍ଟା ଚାଲିଥିଲା। ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ଭାଜପା ଶିବିରରେ ଜମିଥିଲା ଜିଲାପିର ଆସର। ବିଜୟ ଉତ୍ସବ ପାଇଁ ନିଜେ ଜିଲାପି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଆପଣ ଭାବୁଥିବେ ହରିୟାଣା ନିର୍ବାଚନ ଫଳାଫଳ ସହ ଜିଲାପିର ସଂପର୍କ କଣ? କଥା ହେଉଛି, ହରିୟାଣା ଗୋହାନାରେ ଖୁବ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜିଲାପି। ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜିଲାପିର ଓଜନ ଗୋଟାକୁ ପ୍ରାୟ ଅଢେଇ ଶହ ଗ୍ରାମ।
ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ ଜିଲାପି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି। କହିଥିଲେ, ଏଭଳି ଜିଲାପି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।

ଏହାକୁ କାଉଣ୍ଟର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଇଣ୍ଡିଆ ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି। ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ କି ଜିଲାପି? ଆଉ ଏବେ ହରିୟାଣାରେ ଭାଜପାର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜିଲାପି ଫର୍ମୁଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ସହ ମୁହାଁ ମୁହିଁ ବେଳେ ଜଣେ ଆତଙ୍କବାଦୀ ମୃତ

କୁପଓ୍ବାରା,୬।୧୧: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି। କୁହାଯାଉଛି ଯେ ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ...

ଭାଜପାର ବଡ଼ ଆକ୍ସନ, ୪୦ ନେତା ବହିଷ୍କୃତ

ମୁମ୍ବାଇ,୬।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଭୋଟ ଦେବା ପୂର୍ବରୁ ମଧ୍ୟ ଭାଜପା ଦଳର ୪୦ ନେତା ଓ କର୍ମୀଙ୍କୁ ବହିଷ୍କାର...

ହତ୍ୟା ଅଭିଯୁକ୍ତଙ୍କୁ ଧରାଇଦେଲା ମାଛି:ଜାଣନ୍ତୁ କେମିତି

ଜବଲପୁର,୬ା୧୧:ମଧ୍ୟପ୍ରଦେଶର ଜବଲପୁର ଜିଲା ଚରଗାଓଁସ୍ଥିତ ଦେଓରି ତାପରିଆ ଗ୍ରାମରେ ମାଛି ଦ୍ୱାରା ଏକ ହତ୍ୟା ମାମଲାର ସମାଧାନ ହୋଇପାରିଛି। ମାଛି ଯୋଗୁ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ...

ବଡ଼ ଖବର: ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଯୋଗୀ! ଏମିତି କହିଦେଲେ…

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ଉପନିର୍ବାଚନ ପରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଇସ୍ତଫା ଦେବା ନିଶ୍ଚିତ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିଧାୟକ ହାଜି ରାଫିକ...

ସିଦ୍ଦାରାମାୟାଙ୍କୁ ହାଇକୋର୍ଟ ନୋଟିସ

ବେଙ୍ଗାଲୁରୁ,୬ା୧୧: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦୁର୍ନୀତି ମାମଲାରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀ, ଶାଳକ ମଲ୍ଲିକାର୍ଜୁନ...

ୟୁପି ମଦ୍ରାସା ଆଇନ ବୈଧ

ନୂଆଦିଲ୍ଲୀ,୬।୧୧: ମୁସଲମାନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନ, ୨୦୦୪ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି। ଆଲ୍ଲାହାବାଦ...

ଅଧା ରହିଗଲା ଶାରଦାଙ୍କ ସ୍ବପ୍ନ

ବାରାଣସୀ,୬।୧୧: ରାମଲଲାଙ୍କୁ ଦେଖିବା ପରେ ମୋତେ ଦରବାରକୁ କୋର୍ଟକୁ ମଧ୍ୟ ଯିବାକୁ ପଡିବ । ମୋତେ ତାଙ୍କ ପାଦତଳେ ପ୍ରଣାମ କରିବାକୁ ପଡିବ, ଦେଖିବା ଏହି...

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri