ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ସେହିପରି କେତୁ ସିଂହ ରାଶିରୁ କର୍କଟ ରାଶିକୁ ଗତି କରିବେ। ଏହି ଦୁଇ ଗ୍ରହଙ୍କ ରାଶି ପରିବର୍ତ୍ତନର ପ୍ରଭାବ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିପାରେ ବୋଲି ଜ୍ୟୋତିଷ ମତ ରହିଛି। ତେବେ ରାଶି ପରିବର୍ତ୍ତନ ପୂର୍ବରୁ କିଛି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିପାରେ। ଜ୍ୟୋତିଷୀୟ ମତ ଅନୁସାରେ, ଏହି ସମୟରେ ଏହି ରାଶିର ଲୋକଙ୍କ କ୍ୟାରିୟର, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ଆସିପାରେ।

ବୃଷ ରାଶିଙ୍କ ପାଇଁ ସମୟ ଅନୁକୂଳ ରହିପାରେ। କ୍ୟାରିୟରକୁ ନେଇ ଆପଣଙ୍କ ଆଶା ପୂରଣ ହେବାର ସମ୍ଭାବନା ଥିବା ଜ୍ୟୋତିଷୀୟ ମତ ରହିଛି। ବ୍ୟବସାୟୀଙ୍କୁ ନୂଆ ଡିଲ ମିଳିବା ସହ ପ୍ରଭାବଶାଳୀ ଲୋକଙ୍କ ସହ ଯୋଗାଯୋଗ ବଢ଼ିପାରେ। ଘର କିମ୍ବା ସମ୍ପତ୍ତି ସମ୍ପର୍କିତ କୌଣସି ପୁରୁଣା ମାମଲାରେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ଆସିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭର କିଛି ସୁଯୋଗ ସୃଷ୍ଟି ହୋଇପାରେ।

ସିଂହ ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ରହିପାରେ। ଅନେକ ମନୋକାମନା ପୂରଣ ହେବାର ଯୋଗ ଥିବା ଜ୍ୟୋତିଷୀୟ ଆକଳନ କରାଯାଉଛି। ବେକାର ଯୁବକ-ଯୁବତୀଙ୍କ ପାଇଁ ନୂଆ ଚାକିରି ସୁଯୋଗ ଆସିପାରେ। ମନପସନ୍ଦ ଚାକିରି ମିଳିବାର ମଧ୍ୟ ସମ୍ଭାବନା ରହିପାରେ। ସମ୍ପତ୍ତି ସମ୍ପର୍କିତ କାମରେ ସଫଳତା ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇପାରେ। ପରିଶ୍ରମ ଓ ସଠିକ ଦିଗରେ କରାଯାଇଥିବା ପ୍ରୟାସରୁ ଲାଭ ମିଳିବାର ସୁଯୋଗ ରହିପାରେ।

ତୁଳା ରାଶିଙ୍କ ପାଇଁ ସମ୍ପତ୍ତି କିଣାକିଣିରେ ଭଲ ସୁଯୋଗ ଆସିପାରେ। ଦୀର୍ଘ ସମୟ ଧରି ଅଟକି ରହିଥିବା କୌଣସି କାମରେ ମଧ୍ୟ ଗତି ଆସିବାର ସମ୍ଭାବନା ରହିଛି। ଛାତ୍ରୀଛାତ୍ରଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ ଓ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ। ତେବେ ମନପସନ୍ଦ ଫଳ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିପାରେ। ସୃଜନଶୀଳ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇପାରନ୍ତି। ଏଥିରୁ ଭଲ ନାମ ଓ ପରିଚୟ ମିଳିବାର ସମ୍ଭାବନା ରହିପାରେ। ପରିବାରରେ ମଧ୍ୟ ଆପଣଙ୍କ ପ୍ରଭାବ ବଢ଼ିପାରେ।

ଧନୁ ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ନୂଆ ସୁଯୋଗ ନେଇ ଆସିପାରେ। ଚାକିରିଆମାନଙ୍କ ପରିଶ୍ରମ ଉପରେ ବରିଷ୍ଠ ଅଧିକାରୀଙ୍କ ନଜର ପଡ଼ିପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିପାରେ। ସିନିୟର ଓ ସହକର୍ମୀଙ୍କଠାରୁ ଆଶା କରାଯାଉଥିବା ସହଯୋଗ ମିଳିପାରେ। କ୍ୟାରିୟରକୁ ନେଇ ମଧ୍ୟ ଭଲ ମାର୍ଗଦର୍ଶନ ପାଇବାର ସୁଯୋଗ ରହିଛି। ଏହି ସମୟରେ କ୍ୟାରିୟରରେ ପରିବର୍ତ୍ତନ ଓ ଆଗକୁ ବଢ଼ିବା ପାଇଁ ଅନେକ ନୂଆ ସୁଯୋଗ ମିଳିପାରେ। ସମ୍ପର୍କରେ ପରସ୍ପର ବିଶ୍ୱାସ ଓ ଆକର୍ଷଣ ମଧ୍ୟ ବଢ଼ିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?