ରାଗିଂ ନା ହିଂସା ବିଳାସ

ଶୈଳେନ୍ଦ୍ର ଦ୍ୱିବେଦୀ

ନିକଟରେ ରାଗିଂ ଅଭିଯୋଗରେ ଗଞ୍ଜାମ ପୋଲିସ କିଛି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧୨ ଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କୃତ କରାଯାଇଛି। ସମ୍ପୃକ୍ତ କଲେଜର ଅଧ୍ୟକ୍ଷ କହିଛନ୍ତି, ରାଗିଂ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ପରିଚୟ ନେଇ ଆଉ ଦ୍ୱନ୍ଦ୍ୱ ନାହିଁ ଏବଂ ସେମାନଙ୍କୁ ବହିଷ୍କୃତ କରିବା ନିଷ୍ପତ୍ତି ଶୃଙ୍ଖଳା କମିଟି ନେଇଛି। ଏଣେ ପୋଲିସ କର୍ତ୍ତୃପକ୍ଷ କହିଛନ୍ତି, ଘଟଣାର ଦିନକ ପରେ ଖଲ୍ଲିକୋଟ ଜୁନିୟର କଲେଜରେ ଆଉ ଏକ ରାଗିଂ ଘଟଣା ଦୃଷ୍ଟିକୁ ଆସିଛି।
ମୂଳତଃ ‘ରାଗିଂ’ ପଶ୍ଚିମା ସଂସ୍କୃତିର ଅଂଶ, ଯାହା ଅତୀତରେ ବରିଷ୍ଠ ଓ କନିଷ୍ଠମାନଙ୍କ ମଧ୍ୟରେ ପାରସ୍ପରିକ ବିଚାର-ବିମର୍ଶ ଭାବରେ ଆରମ୍ଭ ହୋଇଥିଲା, ଯାହା ବିଶୁଦ୍ଧ କୌତୁକ ବି ଥିଲା। ତାହା ସମୟ କ୍ରମେ ଅମାନବିକ ଏବଂ ନୃଶଂସ ବ୍ୟବହାରରେ ରୂପାନ୍ତରିତ ହୋଇଛି। ଦେଶ ବିଦେଶରେ କିଛି ମର୍ଯ୍ୟାଦାବନ୍ତ ଶିକ୍ଷାନୁଷ୍ଠାନ ରାଗିଂ ଘେରରୁ ମୁକ୍ତ ନୁହେଁ। ସମାଜଶାସ୍ତ୍ରୀମାନେ କହନ୍ତି, ରାଗିଂର ରହିଛି ଦୀର୍ଘ ସାମାଜିକ, ଶାରୀରିକ ଓ ରାଜନୈତିକ ପ୍ରସ୍ଥ। କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ରାଗିଂ ନିଷେଧ ପାଇଁ ଆଇନ / ନିର୍ଦ୍ଦେଶନାମା ରହିଛି। ଯାହା ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ର ବା ଜଣେ ଛାତ୍ରୀକୁ ମାନସିକ/ଶାରୀରିକ ନିର୍ଯାତନା ଦେବ, ଭୟ ଉଦ୍ରେକ କରିବ, ଜଣଙ୍କୁ ଇଚ୍ଛା ବିରୋଧରେ କିଛି କରିବା ପାଇଁ ବାଧ୍ୟ କରିବ, ତାହା ଦଣ୍ଡନୀୟ। ଶିକ୍ଷାନୁଷ୍ଠାନ ବା ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଆଇନ/ବିଧି ବ୍ୟବସ୍ଥା ଅନୁସାରେ ଓ ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରାରେ ରାଗିଂ ପାଇଁ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୦୯ରେ ରାଗିଂକୁ ନେଇ ନୀତି ନର୍ଦ୍ଧାରଣ କରିଛନ୍ତି। ସେଇ ମର୍ମରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ‘ଆଣ୍ଟି ରାଗିଂ’ କମିଟି ଗଠନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, କେରଳ ବିଶ୍ୱବିଦ୍ୟାଳୟ ବନାମ କାଉନସିଲ ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କ ମାମଲାରେ ୨୦୦୭ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ, ଯାହାର ଅନୁପାଳନ ପରବର୍ତ୍ତୀ ସମୟରେ ହେଉଥିଲେ ହେଁ ସ୍ଥିତିରେ ଲକ୍ଷଣୀୟ ସୁଧାର ନାହିଁ। ୨୦୧୭ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ (ମେଡିକାଲ କଲେଜ ଓ ଇଞ୍ଜିନିୟରିଙ୍ଗ କଲେଜ ଅନ୍ତର୍ଭୁକ୍ତ) ଅନ୍ତତଃ ୪୦ ପ୍ରତିଶତ ଛାତ୍ର ରାଗିଂର ଶିକାର ହୁଅନ୍ତି। ଗବେଷକଙ୍କ ମତ, ଭାରତରେ ରାଗିଂ ପ୍ରାକ୍‌-ସାଧୀନତା କାଳରୁ ରହିଛି। ଇଂରେଜମାନେ ଆର୍ମି କଲେଜରେ ଏହା ଆରମ୍ଭ କରିଥିଲେ ମୃଦୁ ପରିହାସ ଭାବରେ। ୧୯୬୦ ପର୍ଯ୍ୟନ୍ତ ରାଗିଂ ସହିତ ହିଂସାକାଣ୍ଡ ସଂପୃକ୍ତ ନ ଥିଲା, କିନ୍ତୁ ୧୯୮୦ ମସିହା ବେଳକୁ ଏହା ରୀତିମତ ହିଂସ୍ର ବ୍ୟବହାରର ରୂପ ନେଲା। ୧୯୯୦ ବେଳକୁ ଘରୋଇ ମେଡିକାଲ ଏବଂ ଇଞ୍ଜିନୟରିଙ୍ଗ କଲେଜଗୁଡ଼ିକରେ ରାଗିଂର ପ୍ରଚଣ୍ଡ ପ୍ରଭାବ ବାରିହୋଇ ପଡୁଥିଲା। ୧୯୯୭ରେ ସର୍ବାଧିକ ରାଗିଂ ଘଟଣା ରେକର୍ଡ ହୋଇଥିଲା ତାମିଲନାଡୁରେ ଏବଂ ଏହା ପ୍ରଥମ ରାଜ୍ୟ ଯାହା ରାଗିଂକୁ ନିଷିଦ୍ଧ କରିଛି। ୨୦୦୧ରେ ସୁପ୍ରିମକୋର୍ଟ ରାଗିଂ ‘ବେଆଇନ’ ବୋଲି ସ୍ପଷ୍ଟ କରିଥିଲେ।
ପ୍ରାଚୀନ ଗ୍ରୀସ୍‌ରେ ସପ୍ତମ ଶତାବ୍ଦୀ ଶେଷ ଆଡକୁ ରାଗିଂର ପ୍ରଚଳନ ଥିଲା। ସେତେବେଳେ ଏହାର ଏକ ସାମାଜିକ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଏ। ପୁରୁଣା ଖେଳାଳିମାନେ ନୂଆ ଖେଳାଳିମାନଙ୍କ ସହିତ ଥଟ୍ଟା ମଜା କରିବେ, ଯାହା ନୂଆ ଖେଳାଳିମାନଙ୍କୁ କିଛିମାତ୍ରାରେ ଅପମାନିତ କରିପାରେ, କିନ୍ତୁ ଟିମ୍‌ରେ ମିଶିବା ପାଇଁ ଏବଂ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଉତ୍ସାହିତ କରିବ। ଖେଳକୁଦର ମୈଦାନରୁ ରାଗିଂ କ୍ରମେ ସମ୍ପ୍ରସାରିତ ହୋଇଥିଲା ସୈନ୍ୟବାହିନୀକୁ ଏବଂ ପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ। ୧୮୦୦ ଆଡକୁ ସିଧାସଳଖ ମାନବ ଅଧିକାରର ଉଲ୍ଲଂଘନ ବୋଲି ସାବ୍ୟସ୍ତ ହେଲା। ରାଗିଂ ଯୋଗୁ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଥିଲା ନ୍ୟୁୟର୍କରେ ୧୮୭୩ରେ। ପ୍ରଥମ ବିଶ୍ୱ ଯୁଦ୍ଧ ପରେ ସ୍ଥିତି ଆହୁରି ଖରାପ ହେଲା।
ମନସ୍ତତ୍ୱବିତ୍‌ଙ୍କ ମତ, ରାଗିଂରେ ବରିଷ୍ଠ ଛାତ୍ରମାନେ ଏକ ଭିନ୍ନ ଧରଣର କର୍ତ୍ତୃତ୍ୱ ଜାହିର କରନ୍ତି କନିଷ୍ଠମାନଙ୍କ ଉପରେ। ଯେତେବେଳେ ଉପର ବ୍ୟାଚର ପିଲା ତା’ ତଳ ବ୍ୟାଚ ପିଲାକୁ କ୍ୟାଣ୍ଟିନରୁ କଫି କି କୋକାକୋଲା ଆଣିବାକୁ କୁହେ ଏବଂ କନିଷ୍ଠ ଜଣକ ତାହା ପାଳନ କରେ ସେତେବେଳେ ବରିଷ୍ଠ ଜଣକ ମନେକରେ ତା’ର ପ୍ରଭୁତ୍ୱ ସାବ୍ୟସ୍ତ ହୋଇଛି, କିନ୍ତୁ ରାଗିଂ ଏହି ସ୍ତରରେ ଅଟକି ରହେ ନାହିଁ। କନିଷ୍ଠ ଉପରକୁ ପ୍ରତିକ୍ରିୟାଶୀଳ ହୁଏ ତ ମନେ ହୋଇ ନ ପାରେ, କିନ୍ତୁ ବରିଷ୍ଠର ହୁକୁମ ମାନି କ୍ୟାଣ୍ଟିନରୁ କଫି ଆଣିବାକୁ ସହଜରେ ସେ ଗ୍ରହଣ କରିପାରେ ନାହିଁ। ଭାବେ, ଆସନ୍ତା ବର୍ଷ ଯେତେବେଳେ ତଳ କ୍ଲାସ ପିଲାଙ୍କୁ ରାଗିଂ କରିବା ସୁଯୋଗ ତା’ ପାଇଁ ମିଳିବ ସେ ପ୍ରତିଶୋଧ ନେବ। ଏକାଧିକ ଅଧ୍ୟୟନ ଇଙ୍ଗିତ କରିଛି, ଏକଦା ପରିହାସ ସ୍ତରରୁ ଉଦ୍ଭବ ରାଗିଂ ରୀତିମତ ଏକ ହିଂସ୍ର କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏଇ କେଇମାସ ଭିତରେ ଓଡ଼ିଶାରେ ରାଗିଂକୁ ନେଇ ଅନ୍ତତଃ ୨ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। ଜୁଲାଇ ୨୦୨୨ରେ ବିଜେବି ସ୍ବୟଂଶାସିତ କଲେଜରେ ଜଣେ ଛାତ୍ରୀ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ଏବଂ ପୂର୍ବରୁ ଏପ୍ରିଲରେ ଭୀମ ଭୋଇ ମେଡିକାଲ କଲେଜରେ ଜଣେ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଥିଲେ। ଉଭୟ ମାମଲାର ଅଭଯୋଗ ସମାନ ଥିଲା – ସେମାନେ ବରିଷ୍ଠ ଛାତ୍ରମାନଙ୍କ ଦ୍ୱାରା ନିର୍ଯାତିତ। ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା, ଓଡ଼ିଶା ସବୁବେଳେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ରହୁଛି, ଯେଉଁଠି ରାଗିଂ ସର୍ବାଧିକ। ରାଜ୍ୟ ସରକାର ଆଣ୍ଟି ରାଗିଂ ସେଲ ପ୍ରତି ଶିକ୍ଷାନୁଷ୍ଠାନରେ ଗଠନ କରିଛନ୍ତି। ତେବେ କଲେଜ କର୍ତ୍ତୃପକ୍ଷ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଢିଲା। ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ, ଛତିଶଗଡ଼, ତ୍ରିପୁରା, ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ, ଗୋଆ ଏବଂ ଜମ୍ମୁ ଓ କଶ୍ମୀରରେ ରାଗିଂ ନିଷେଧ ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଆଇନ ଆଣିଥିଲେ ହେଁ ଆଖିଦୃଶିଆ ଉନ୍ନତି ନାହିଁ। ୟୁଜିସି ତଥ୍ୟ ମୁତାବକ ୨୦୨୧ରେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୫୧୧ଟି ରାଗିଂ ଘଟଣା ରେକର୍ଡ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ଥିଲା ୨୧୯। ଗବେଷକମାନେ କହନ୍ତି, ହିଂସା ଅସ୍ବାଭାବିକ ଭାବରେ ଆମର ଜୀବନଧାରାରେ ଯେମିତି ପରିବର୍ତ୍ତିତ ହେଉଛି!
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri