Posted inଜାତୀୟ

ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ମୁମ୍ବାଇ/ନୂଆଦିଲ୍ଲୀ,୧ା୭:ଜୁନ୍‌ ୨୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବେ ମୁଖ୍ୟମନ୍ତ୍ରୀ। ଏହା ହେଉଛି ମହାରାଷ୍ଟ୍ର ରାଜନୀତିରେ ପ୍ରଥମାଶ୍ଚର୍ଯ୍ୟ। ଦ୍ୱିତୀୟ ବିସ୍ମୟକର କଥା ହେଲା ବର୍ତ୍ତମାନ ଯାଏ ବିରୋଧୀ ଦଳ ନେତା ଭୂମିକାରେ ଥିବା ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା। ଏଭଳି ବିସ୍ମୟକର ରାଜନୈତିକ ଘଟଣାକ୍ରମ ସମ୍ଭବତଃ କେବଳ ମହାରାଷ୍ଟ୍ରରେ ସମ୍ଭବ।
ଏକନାଥ ସିନ୍ଧେ ଗୋଆରୁ ମୁମ୍ବାଇକୁ ଫେରିବା ପରେ ଦେବେନ୍ଦ୍ର ଫଡ୍‌ନବିସଙ୍କ ଘରେ ଉଭୟଙ୍କ ମଧ୍ୟରେ ମନ୍ତ୍ରଣା ହୋଇଥିଲା। ପରେ ନିଜ ନିଜ ସମର୍ଥକମାନଙ୍କୁ ଧରି ଦୁହେଁ ରାଜଭବନକୁ ଯାଇ ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଭେଟିଥିଲେ। ଗଣମାଧ୍ୟମ ଆଗରେ ଫଡ୍‌ନବିସ କହିଲେ, ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ। ମୁଁ କ୍ୟାବିନେଟରେ ସାମିଲ ହେବି ନାହିଁ। କିନ୍ତୁ ଏହାର ୩ ଘଣ୍ଟା ନ ବିତୁଣୁ ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ହଠାତ୍‌ ଶପଥ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। କାରଣ ପୂର୍ବରୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବା ଜଣେ ଜାତୀୟ ଦଳର ନେତାଙ୍କ ପାଇଁ ଏହା ଆଦୌ ଶୋଭନୀୟ ନୁହେଁ, ଯଦିଓ ରାଜନୀତିରେ ସବୁକିଛି ସମ୍ଭବ।
ରାଜଭବନରେ ସିନ୍ଧେ ମରାଠୀ ଭାଷାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେ ଓ ନିଜ ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ସମର୍ଥକମାନେ ବାଲ୍‌ ଠାକ୍‌ରେ ଓ ଦିଘେଙ୍କ ନାମରେ ସ୍ଲୋଗାନ ଦେଇଥିଲେ। ସମସ୍ତେ ମନେକରିଥିଲେ, ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଗଲା। କିନ୍ତୁ ହଠାତ୍‌ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳର ଦୃଶ୍ୟ ଟେଲିଭିଜନ ସିଧାପ୍ରସାରଣରେ ଦେଖି ଦେଶବାସୀ କାବା ହୋଇଯାଇଥିଲେ। ଫଡ୍‌ନବିସ ମନା କରିବା ସତ୍ତ୍ୱେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ କୁଆଡ଼େ ଭାଜପା ମୁଖିଆ ଜେ.ପି. ନଡ୍ଡା ନିର୍ଦ୍ଦେଶ ଦେଇଥିଲେ। ବିଶ୍ଳେଷକଙ୍କ ମତରେ ନଡ୍ଡା ରାତି ୭ଟାରେ ଫଡ୍‌ନବିସଙ୍କୁ ଫୋନ୍‌ କରି ଉପମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ। ଫଡ୍‌ନବିସ ଅନିଚ୍ଛା ସତ୍ତ୍ୱେ ପଦାବନତିକୁ ଗ୍ରହଣ କରିନେଇଥିଲେ। କାରଣ ମହାରାଷ୍ଟ୍ରର ସାମ୍ପ୍ରତିକ ରାଜନୀତିରେ କେତେବେଳେ ବି କିଛି ଘଟିପାରେ। କ୍ଷମତା ପାଇଁ କେହି କାହା ହାତ ବି ଧରିପାରନ୍ତି।
ଏକନାଥ ସିନ୍ଧେଙ୍କ ବିଦ୍ରୋହ ଯୋଗୁ ମହା ବିକାଶ ଅଘାଡ଼ି ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ଜାଣି ୨୦୨୨ ଜୁନ୍‌ ୩୦ରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜୁନ୍‌ ୩୦ ପର୍ଯ୍ୟନ୍ତ ତାଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଥିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର। ଅଜିତ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କୁ ଧରି ଦେବେନ୍ଦ୍ର ଫଡ୍‌ନବିସ କ୍ଷମତା ଦଖଲର ବିଫଳ ପ୍ରୟାସ କରିଥିଲେ ୨୦୧୯ ନଭେମ୍ବର ୨୩ରେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବାର ମାସେ ବିତିବା ପରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାତି ପାହିଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। କିନ୍ତୁ ରାତି ପାହିବାକୁ ଦିଆଗଲା ନାହିଁ। କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା। ରାଜ୍ୟପାଳ ଭଗତସିଂ କୋଶିୟାରୀ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ସୁପାରିସ କରିଥିଲେ। ଫଡ୍‌ନବିସ ଓ ଅଜିତଙ୍କୁ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ମହାରାଷ୍ଟ୍ରର ଏହି କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। ରାଜ୍ୟପାଳଙ୍କ ମନ୍ଦ ଉଦ୍ଦେଶ୍ୟଯୁକ୍ତ ଓ ପକ୍ଷପାତି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିଥିବାବେଳେ ଶରଦ ପାଓ୍ବାର କହିଥିଲେ, ଅଜିତଙ୍କ ନିଷ୍ପତ୍ତି ସହ ତାଙ୍କ ଦଳ ଏକମତ ନୁହେଁ।
ଉପରୋକ୍ତ ରାଜନୈତିକ ଘଟଣାକ୍ରମଗୁଡ଼ିକର ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ବୁଝାପଡ଼ୁଛି ଯେ, ସିନ୍ଧେଙ୍କୁ ଭାଜପା ମୁଖ୍ୟମନ୍ତ୍ରୀ କରାଇଛି ସିନା, କିନ୍ତୁ ତାଙ୍କ ପ୍ରତି ଗୈରିକ ଦଳର ପୂର୍ଣ୍ଣ ଆସ୍ଥା ନାହିଁ। ଅନ୍ୟଥା ୧୦୬ ବିଧାୟକଙ୍କ ସମର୍ଥନ ଥିବା ଭାଜପାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୫୦ ଏମ୍‌ଏଲ୍‌ଏଙ୍କୁ ଧରି ବିଦ୍ରୋହ କରିଥିବା ଜଣେ ନେତାଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ କରାଇ ନ ଥାଆନ୍ତା ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ଏମିତିରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ୍‌ ଏହି ସରକାରର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇବା ଅମୂଳକ ମନେହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?