ନଳିତା, ଧନିଚା ବିହନ ନାହିଁ: ଚାଷୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ ହେଉଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ୨୦୧୫ ମସିହାରେ ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା। ଏହାକୁ ଲକ୍ଷ୍ୟକରି ସହର ନିକଟ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ମାତ୍ର ତନ୍ତୁ ଜାତୀୟ ଫସଲ ପାଇଁ ଚଳିତବର୍ଷ କେନ୍ଦ୍ରାପଡ଼ା ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଅଦ୍ୟାବଧି ଯୋଗାଇ ଦିଆଯାଇନାହିଁ। ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ୍‌ ସପ୍ଲାଏ କର୍ପୋରେଶନ (ଓଏସ୍‌ଏସ୍‌ସି) ପକ୍ଷରୁ ନଳିତା, ମେସ୍ତା, ଧନିଚା ବିହନ ଯୋଗାଇ ଦିଆଯାଇଥିଲା। ଏହି ବିହନକୁ ଜିଲାର ପ୍ରାୟ ୭ ହଜାର ଚାଷୀ କ୍ରୟକରି ଖେତରେ ଚାଷ କରିଥିଲେ। ନଳିତା ଓ ମେସ୍ତା ବିହନ ସଂଗ୍ରହକୁ କର୍ପୋରେଶନ ଏବେ ବନ୍ଦ କରିଦେଇଛି। ଫଳରେ ଚାଷୀଙ୍କୁ ଏ ପ୍ରକାର ବିହନ ଯୋଗାଇବା ସମ୍ଭବ ହେଉନାହିଁ। ସେହିପରି ଚଳିତବର୍ଷ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡା କହିଛନ୍ତି, କେନ୍ଦ୍ରାପଡ଼ାର ମାଟି ନଳିତା ଓ ମେସ୍ତା ଚାଷ ପାଇଁ ଉପଯୁକ୍ତ। ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ କାଉଁରିଆ କାଠି ବିକ୍ରି କରି ବେଶ୍‌ କିଛି ପଇସା ହାତକୁ ଆସୁଥିଲା। ମାତ୍ର କୃଷି ବିଭାଗର ଅପାରଗତା ହେତୁ ଏହି ଚାଷ ବନ୍ଦ ହେବାକୁ ବସିଛି। କୃଷକ ନେତା ଗୟାଧର ଧଳ କହିଛନ୍ତି, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ। ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍‌ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ। ଚାଷୀ ଖେତରେ ପ୍ରଥମ ଗାର ହଳ କରିବା ସମୟରେ ଧନିଚା ଗଛ ମାଟିରେ ମିଶି ଜୈବିକ ଖତରେ ପରିଣତ ହୁଏ। ଫଳରେ ଧାନ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା ପଡ଼େନାହିଁ। ସେହିପରି ଧନିଚା ଗଛ ପିତା ହେତୁ ଧାନଗଛରେ ରୋଗପୋକ ନଷ୍ଟ ହୋଇଥାନ୍ତି। ତେବେ କୃଷି ବିଭାଗ ଅକ୍ଷୟ ତୃତୀୟାଠାରୁ ଧାନ ସହ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ବିହନ ଜିଲାକୁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ଦେଇଛନ୍ତି। ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କହିଛନ୍ତି, ୨୦୧୫ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣାଯାଇଥିଲା। ଏବେ ବଜାରରେ ଏହି ମଞ୍ଜିକୁ ୯୦ ଟଙ୍କା ଦେଇ କିଣିବାକୁ ପଡୁଛି। ପାରିପଙ୍ଗରାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ରମାମଣି ସାମଲ କୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବନ୍ଦ ପାଇଁ ଘୋଷଣା ହୋଇଛି। ଏହି ଘୋଷଣା ଆମ ପରି ଝୋଟ କୁଟିରଶିଳ୍ପୀଙ୍କ ପାଇଁ ବରଦାନ ସଦୃଶ। ତେବେ ଜିଲାରେ ଏବେ ଝୋଟ ଉତ୍ପାଦନ କମିଛି। ଏ ପରିସ୍ଥିତିରେ ଝୋଟ ଉତ୍ପାଦନ ପାଇଁ ନଳିତା ବିହନ ନ ମିଳିବା ଦୁଃଖଦ ଘଟଣା। ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ଅଛି। ଏଠାରୁ ଝୋଟ ନ ମିଳିଲେ ବାହାରୁ ଝୋଟ କିଣିବାକୁ ପଡ଼ିବ। ଫଳରେ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହ ବିକ୍ରିରେ ଅସୁବିଧା ସୃଷ୍ଟି ହେବ। ନଳିତା ଚାଷ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri