Posted inଜାତୀୟ

ପ୍ରିଭେସି ସୁରକ୍ଷା ନେଇ ପ୍ରଶ୍ନ

ଜମ୍ମୁ/ନୂଆଦିଲ୍ଲୀ,୧୨ା୧୨ : ଜମ୍ମୁ-କଶ୍ମୀର ପ୍ରଶାସନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ନେଇ ଏକ ଯଥାର୍ଥ ଡେଟାବେସ୍‌ ପ୍ରସ୍ତୁତି ପାଇଁ ଯୋଜନା କରୁଛି। ତଦନୁଯାୟୀ ସବୁ ପରିବାରକୁ ଏକ ସ୍ବତନ୍ତ୍ର ଆଲ୍‌ଫା-ନ୍ୟୁମେରିକ୍‌ କୋଡ୍‌ ଥିବା ପରିଚୟପତ୍ର ପ୍ରଦାନ କରାଯିବ। ଉପତ୍ୟକାରେ ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ ଯୋଜନା ସକାଶେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଭାଜପା ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ ଡିଜିଟାଲ ଡେଟାବେସ୍‌ର ସୁରକ୍ଷା ଏବଂ ଆଇଡି ପ୍ରସ୍ତୁତି ପଛରେ କେନ୍ଦ୍ର ସରକାରଙ୍କ ଅଭିସନ୍ଧି ଉପରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

ରେଆସି ଜିଲା କତ୍ରାରେ ଆୟୋଜିତ ଇ-ଗଭର୍ନାନ୍ସ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଜମ୍ମୁ-କଶ୍ମୀର ଲୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଡିଜିଟାଲ ଜେଆଣ୍ଡକେ ଭିଜନ ଡକ୍ୟୁମେଣ୍ଟ ଜାରି କରିଛନ୍ତି। ଏହି ଅବସରରେ ଜମ୍ମୁ-କଶ୍ମୀରରେ ବସବାସ କରୁଥିବା ସମସ୍ତ ପରିବାରର ଏକ ବାସ୍ତବ, ସତ୍ୟାପିତ ଓ ଭରସାଯୋଗ୍ୟ ଡେଟାବେସ୍‌ ପ୍ରସ୍ତୁତ କରିବା ନେଇ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଛି। ଭିଜନ୍‌ ଡକ୍ୟୁମେଣ୍ଟ ଅନୁସାରେ ପ୍ରତି ପରିବାରକୁ ‘ଜେକେ ଫାମିଲି ଆଇଡି’ ନାମରେ ଅକ୍ଷର ଓ ଅଙ୍କ ସମ୍ବଳିତ ଏକ ପରିଚୟପତ୍ର ପ୍ରଦାନ କରାଯିବ। କେଉଁ ପରିବାର ସରକାରୀ ସୁବିଧା ପାଇବାକୁ ଯୋଗ୍ୟ ଓ କେଉଁ ଫାମିଲି ଅଯୋଗ୍ୟ ତାହା ଉକ୍ତ ଆଇଡିରୁ ଜାଣିହେବ। ଡେଟାବେସ୍‌ ଗୋଟିଏ ଗୋଟିଏକରି ସମସ୍ତ ପରିବାରକୁ ଚିହ୍ନଟ କରିବା ସହ ଏକ ଡିଜିଟାଲ ଫର୍ମାଟରେ ସେମାନଙ୍କ ମୌଳିକ ତଥ୍ୟ ସଂଗ୍ରହ କରିବ। କିନ୍ତୁ ଏଥିପାଇଁ ସମ୍ପୃକ୍ତ ପରିବାରର ସମ୍ମତି ଆବଶ୍ୟକ। ଡେଟା ପ୍ରୋଟେକ୍ସନ କ୍ଷେତ୍ରରେ ପ୍ରଯୁଜ୍ୟ ସମସ୍ତ ଆଇନ ଓ ନିୟମ ଏଥିରେ ଲାଗୁ ହେବ। ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଡେଟାକୁ ସୁରକ୍ଷା ଦେବା ଏବଂ ଏହାକୁ ନେଇ ରହିଥିବା ବିପଦକୁ ଏଡ଼ାଇବା ଲାଗି ଜମ୍ମୁ-କଶ୍ମୀର ସରକାର ଏକ ସୂଚନା ନିରାପତ୍ତା ନୀତି ପ୍ରଣୟନ ଉପରେ କାର୍ଯ୍ୟ କରିବେ। ଏଥିସହ ସାଇବର ସିକ୍ୟୁରିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଟି ବିଭାଗ କମିଶନର ସେକ୍ରେଟାରି ପ୍ରେରଣା ପୁରୀ ସୂଚନା ଦେଇଛନ୍ତି। ହରିୟାଣାର ‘ପରିବାର ପେହଚାନ୍‌ ପତ୍ର’ ଭଳି ଏହା କାର୍ଯ୍ୟ କରିବ। ଏହି କାର୍ଡ ପାଇବା ପରେ କୌଣସି ପରିବାର ବା ବ୍ୟକ୍ତିଙ୍କୁ ପ୍ରତି ଯୋଜନାର ସୁବିଧା ହାସଲ ଲାଗି ଆଉ ଆବେଦନ କରିବାକୁ ପଡ଼ିବ ନାହିଁ। ଡେଟାବେସ୍‌ ଥରେ ଯାଞ୍ଚ ହୋଇଗଲେ କୌଣସି ସେବା ପାଇବାକୁ ଜଣେ ହିତାଧିକାରୀ ଅନ୍ୟ କୌଣସି ଦସ୍ତାବିଜ ଦାଖଲ କରିବା ଅନାବଶ୍ୟକ ବୋଲି ପ୍ରେରଣା କହିଛନ୍ତି।

କଂଗ୍ରେସ, ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଏହି ପଦକ୍ଷେପକୁ ବିରୋଧ କରିଛନ୍ତି। କଂଗ୍ରେସର ମୁଖ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ରବୀନ୍ଦ୍ର ଶର୍ମା ସରକାରଙ୍କ ଉଦ୍ଦେଶ୍ୟ ଏବଂ ସାଇବର ଆକ୍ରମଣରୁ ଏଭଳି ଡିଜିଟାଲ ଡେଟାବେସ୍‌କୁ ସୁରକ୍ଷା ଦେବା ପାଇଁ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସରକାର ସବୁ ବିଷୟରେ ମୁଣ୍ଡ ପୂରାଇ ଦେଖିବାକୁ କାହିଁକି ଚାହୁଁଛନ୍ତି। ଆଧାର ଜରିଆରେ ସେମାନେ ପର୍ଯ୍ୟାପ୍ତ ଡେଟା ରଖି ପ୍ରତ୍ୟକ୍ଷ ବ୍ୟାଙ୍କ ହସ୍ତାନ୍ତର (ଡିବିଟି) ମୋଡ୍‌ରେ ସୁବିଧାଗୁଡ଼ିକ ଯୋଗାଉଛନ୍ତି। ଚାଇନା ପକ୍ଷରୁ କରାଯାଉଥିବା ସାଇବର ଆକ୍ରମଣ ଏବଂ ଏମ୍‌ସ ସର୍ଭରରେ ରାନ୍‌ସମ୍‌ଓ୍ବେର ଆଟାକ୍‌ ଭଳି ସ୍ଥିତି ଉପୁଜିଲେ ଲୋକଙ୍କ ବ୍ୟକ୍ତିଗତ ଡେଟାକୁ ସୁରକ୍ଷା ଦେବା ବଡ଼ ଚ୍ୟାଲେଞ୍ଜ ହୋଇଯିବ ବୋଲି ରବୀନ୍ଦ୍ର କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଦଳ ଏନ୍‌ସିର ପ୍ରାଦେଶିକ ଅଧ୍ୟକ୍ଷ ରତନଲାଲ ଗୁପ୍ତା ଏହି କସରତକୁ ‘ସମ୍ବଳର ଅଣଉତ୍ପାଦନଶୀଳ ବ୍ୟବହାର’ ବୋଲି ଅଭିହିତ କରିଛନ୍ତି। ରତନଲାଲ କହିଛନ୍ତି, ଆଧାର ମାଧ୍ୟମରେ ସରକାର ସମସ୍ତ ନାଗରିକଙ୍କ ତଥ୍ୟ ସଂଗ୍ରହ କରି ରଖିଛନ୍ତି। ତେଣୁ ଆଉ ଗୋଟିଏ ଡେଟାବେସ୍‌ ପ୍ରସ୍ତୁତ କରିବା ଫଳପ୍ରଦ ହୋଇ ନ ପାରେ। ଲୋକେ ମୌଳିକ ସୁବିଧା ପାଉ ନ ଥିବାବେଳେ ପ୍ରଶାସନ କର୍ମଚାରୀମାନଙ୍କୁ ତଥ୍ୟ ସଂଗ୍ରହରେ ବ୍ୟସ୍ତ କରିଦେଇଛି। ସେହିପରି ଏହି ତଥ୍ୟାବଳୀ ଜରିଆରେ ସରକାର କାହାକୁ ଚିହ୍ନଟ କରିବାକୁ ଚାହୁଁଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିଡିପି ପ୍ରଶ୍ନ କରିଛି।

ଜମ୍ମୁ-କଶ୍ମୀରରେ ଅନେକ ସମସ୍ୟା ରହିଛି, ଯାହାକୁ ସରକାର ଅଣଦେଖା କରୁଛନ୍ତି। ଏବେ ସରକାର ଏହି ଡେଟାବେସ୍‌ ଜରିଆରେ କେଉଁମାନଙ୍କୁ ଚିହ୍ନଟ କରିବାକୁ ଚାହୁଁଛନ୍ତି ବୋଲି ପିଡିପି ନେତା ବୀରେନ୍ଦ୍ର ସିଂ ସୋନୁ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଭାଜପା ଏହାକୁ ସ୍ବାଗତ କରିବା ସହ କହିଛି ଯେ, ବିଭିନ୍ନ ଯୋଜନାର ସୁବିଧା ଏବଂ ପ୍ରମାଣପତ୍ର ପାଇବା ପାଇଁ ଯେଉଁମାନଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି, ଡେଟାବେସ୍‌ ଥରେ ପ୍ରସ୍ତୁତ ହୋଇଗଲେ ସେମାନେ ଉପକୃତ ହେବେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ନ ଥିବା ଅନେକ ପରିବାର ୨୦୧୧ ଜନଗଣନାରେ ସାମିଲ ହୋଇଥିବା ଦର୍ଶାଇ ଏହାକୁ ତ୍ରୁଟିପୂର୍ଣ୍ଣ କହି ଅଭିଯୋଗ ଆଣୁଥିବା ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଭାଜପା ଯୁକ୍ତି ବାଢ଼ିଛି। ହରିୟାଣାରେ ପୂର୍ବରୁ ଏପରି ଫାମିଲି ଡେଟାବେସ୍‌ ପ୍ରଚଳିତ ଥିବାରୁ ଚିନ୍ତା କରିବାର କାରଣ ନାହିଁ ବୋଲି ଭାଜପା ପକ୍ଷରୁ କୁହାଯାଇଛି।
ବରିଷ୍ଠ ପୋଲିସ ଅଧୀକ୍ଷକ (ସୁରକ୍ଷା) ଏମ୍‌.ଓ୍ବାଇ. କିଚ୍‌ଲୁ କହିଛନ୍ତି, ଡେଟାକୁ ଡିଜିଟାଲି ଷ୍ଟୋରେଜ କରାଗଲେ ସାଇବର ଆକ୍ରମଣ ହୋଇପାରେ। ଦେଶରେ ଲୋକଙ୍କ ପ୍ରଭେସି ଉଲ୍ଲଂଘନ ନେଇ ଯେଉଁସବୁ ଅସୁବିଧା ଉପୁଜୁଛି ଆମେ ଜମ୍ମୁ-କଶ୍ମୀରରେ ମଧ୍ୟ ସମାନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବୁ। ସରକାରଙ୍କ ପକ୍ଷରୁ ଯେତେବେଳେ କୌଣସି ତଥ୍ୟାବଳୀ ପ୍ରସ୍ତୁତ କରାଯାଏ, ବିଶେଷଜ୍ଞମାନଙ୍କ ଦ୍ୱାରା ତାହାର ଆଇଟି ଅଡିଟ୍‌ କରାଯାଇଥାଏ। ଯେତେଦୂର ଡେଟା ପ୍ରୋଟେକ୍ସନ କଥା ଉଠୁଛି ଜମ୍ମୁ-କଶ୍ମୀର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ଆଇନର ଧାରା ୭୦ ବଳରେ ଖୁବ୍‌ଶୀଘ୍ର ଏକ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି। ସରକାରୀ ଅଫିସ୍‌ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକର ସୂଚନା ବ୍ୟବସ୍ଥା ସୁରକ୍ଷିତ ବୋଲି ଏହାଦ୍ୱାରା ଘୋଷଣା କରାଯାଇପାରିବ। କୌଣସି ସମୟରେ ତଥ୍ୟ ଲିକ୍‌ ହେଲେ ପ୍ରଘଟକାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡ ଦିଆଯିବ। ବର୍ତ୍ତମାନ ଜମ୍ମୁ ଜିଲା ପ୍ରଶାସନ ଘର ଘର ବୁଲି ଏକ ସାମାଜିକ-ଅର୍ଥନୈତିକ ସର୍ବେକ୍ଷଣ ଚଳାଇଛି। ଦିଲ୍ଲୀଭିତ୍ତିକ ଏକ କନ୍‌ସଲ୍‌ଟାନ୍ସି ଫାର୍ମ ସହାୟତା ନେଇ ପ୍ରାୟ ୯,୦୦୦ ପରିବାରର ସର୍ଭେ କରାଯାଇଥିବା କିଚ୍‌ଲୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?