ଶୋଷ ମେଣ୍ଟାଉଛି ଚୁଆପାଣି

ଯୋଡ଼ା,୨୩ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ରହିଛି। ଏଠାରେ ଥିବା ଖଣିରୁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଏହା ସହ ଜିଲା ଖଣିଜ ପାଣ୍ଠିରେ ଅଜସ୍ର ଟଙ୍କା ରହିଛି। ତଥାପି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟା ସୁଧୁରିପାରୁନାହିଁ। ଏଠାକାର ଲୋକେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି। ଯୋଡ଼ା ବ୍ଲକ୍‌ କାଳିମାଟି ପଞ୍ଚାୟତରେ ୫ ମାସ ହେବ ପାନୀୟ ଜଳ ପ୍ରକଳ୍ପ ପାଇପ ଫାଟିଯିବାରୁ ସ୍ଥାନୀୟ ବାସିନ୍ଦା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛି। ବାରମ୍ବାର ଅଭିଯୋଗ ପରେ ବି ମରାମତି ହେଉ ନ ଥିବାରୁ ସେମାନେ ପାହାଡ଼ି ଝରଣା ଓ ଚୁଆପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପଞ୍ଚାୟତର ପ୍ରାୟ ୧୫ ଖଣି ପ୍ରଭାବିତ ଗ୍ରାମକୁ ଜଳ ଯୋଗାଣ ପାଇଁ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ବେଲଦାଠାରେ ଏକ ପ୍ରକଳ୍ପ କରାଯାଇଛି। ରାସ୍ତା କାମ ସମୟରେ ପ୍ରକଳ୍ପ ପାଇପ ଫାଟିଯିବାରୁ ପ୍ରାୟ ୫ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜଳ ଯୋଗାଣ ବନ୍ଦ ରହିଛି। କେବଳ ବାମେବାରି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରୁଛି। ବାମେବାରିରୁ କାଳିମାଟି, ଖଜୁରଡିହି, ପୁରୁଣାଡିହି, ବସନ୍ତପୁର ପ୍ରଭୃତି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଗ୍ରାମର ପ୍ରାୟ ୧୫ ଶହରୁ ଊଦ୍ଧର୍‌ବ ଲୋକ ପାନୀୟ ଜଳରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଳ ଯୋଗାଣ ବିଭାଗକୁ ଜଣାଇଲେ ସୁଦ୍ଧା କୌଣସି ଫଳ ମିଳି ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟହୋଇ ପାହାଡ଼ରୁ ବହି ଆସୁଥିବା ଝରଣା ପାଶର୍‌ବରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଦୂଷିତ ଜଳ ପିଇ ଶୋଷ ମେଣ୍ଟାଉଛନ୍ତି। ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଦୂଷିତ ଜଳ ବ୍ୟବହାର ଦ୍ୱାରା ହଇଜା, ଆମାଶୟ, ଡାଏରିଆ ରୋଗ ଭଳି ଅନେକ ମାରାତ୍ମକ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମେଗା ପ୍ରୋଜେକ୍ଟର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ନାଏକ କହିଛନ୍ତି, ପିଡବ୍ଲ୍ୟୁଡି ବିଭାଗର ରାସ୍ତା କାର୍ଯ୍ୟ ବେଳେ ଏହି ମେଗା ପ୍ରୋଜେକ୍ଟର ୬ଟି ପାଇପ ଫାଟି ଯାଇଛି; ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ। ଏହାକୁ ରିକଭରି ପାଇଁ ପ୍ରକଳ୍ପ ପକ୍ଷରୁ ଗତ ଅଗଷ୍ଟରେ ଚିଠି କରାଯାଇଛି। ଗତ ବୁଧବାର ଏ ସମ୍ପର୍କରେ ଏକ ବୈଠକ ମଧ୍ୟ ହୋଇଥିଲା। ଆଗାମୀ ୧୦ ଦିନ ମଧ୍ୟରେ କୌଣସିମତେ ପାଇପ ଲାଇନ ସଂଯୋଗ କରାଯିବାର ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପଞ୍ଚାୟତର ଚତୁଃପାର୍ଶ୍ୱରେ ବହୁ ଖଣି ଓ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ରହିଥିଲେ ହେଁ ସେମାନେ ଅଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ଜଳ ଯୋଗାଇବାକୁ ଅଞ୍ଚଳବାସୀ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?