Posted inଖେଳ

ବିଶ୍ୱକପ୍‌ରୁ ଆମେରିକା, ମେକ୍ସିକୋର ବିଦାୟ ପରେ କମିଲା କକ୍ୱାର୍ଟରଫାଇନାଲ ଟିକେଟ ମୂଲ୍ୟ

ନ୍ୟୁୟର୍କ,୧୧ା୭: ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା ଓ ମେକ୍ସିକୋର ବିଦାୟ ପରେ କ୍ୱାର୍ଟରଫାଇନାଲ ମ୍ୟାଚ୍‌ଗୁଡ଼ିକର ଟିକେଟ ମୂଲ୍ୟ ହ୍ରାସ ପାଇଛି। ଫାଇନାଲ ମ୍ୟାଚର ୧,୨୦୦ ଆସନ ଏପର୍ଯ୍ୟନ୍ତ ଖାଲିପଡ଼ିଛି, ଯାହାର ମୂଲ୍ୟ ୭,୩୮୦ ଆମେରିକୀୟ ଡଲାର ହେବ।

ଶୁକ୍ରବାର କାଲିଫର୍ନିଆର ଇଙ୍ଗଲଉଡ୍‌ଠାରେ ଅନୁଷ୍ଠିତ ସ୍ପେନ-ବେଲଜିୟମ ମ୍ୟାଚ୍‌ର ଟିକ୍‌ପିକ୍‌ ସାଇଟ୍‌ର ଟିକେଟ ମୂଲ୍ୟ ସବୁଠାରୁ କମ୍‌ ରହିଥିଲା। ରାଉଣ୍ଡ ଅଫ୍‌ ୧୬ରେ ଯୁକ୍ତରାଷ୍ଟ୍ର ଆମେରିକା ବେଲଜିୟମଠାରୁ ପରାଜିତ ହେବା ପୂର୍ବରୁ ଟିକେଟର ମୂଲ୍ୟ ୩, ୨୬୧ ଡଲାର ରହିଥିବା ବେଳେ ଏହାର ମୂଲ୍ୟ ବର୍ତ୍ତମାନ ୧,୩୮୧ ଡଲାରକୁ ହ୍ରାସ ପାଇଛି।

ଫ୍ଲୋରିଡାର ମାୟାମି ଗାର୍ଡେନ୍ସଠାରେ ମେକ୍ସିକୋକୁ ହରାଇ ଇଂଲଣ୍ଡ କ୍ୱାର୍ଟରଫାଇନାଲରେ ପ୍ରବେଶ ପୂର୍ବରୁ ସେଠାରେ ଟିକେଟର ମୂଲ୍ୟ ୩,୮୬୬ ଡଲାର ଥିଲା। ମାତ୍ର ପରେ ଶନିବାର ଇଂଲଣ୍ଡ-ନରଓ୍ବେ ମ୍ୟାଚ୍‌ ପୂର୍ବରୁ ଟିକେଟର ମୂଲ୍ୟ ୨,୦୪୯ ଡଲାରକୁ ହ୍ରାସ ପାଇଛି।

ମିସୋରିର କାନ୍‌କାସ ସିଟିରେ ଆର୍ଜେଣ୍ଟିନା-ସୁଇଜରଲାଣ୍ଡ ମ୍ୟାଚ ବେଳକୁ ଟିକେଟର ମୂଲ୍ୟ ୧,୧୪୨ ଡଲାରକୁ ହ୍ରାସ ପାଇଛି। ରାଉଣ୍ଡ ଅଫ୍‌ ୧୬ ସମୟରେ ସେଠାରେ ଟିକେଟର ମୂଲ୍ୟ ୨,୩୮୧ ଆମେରିକୀୟ ଡଲାର ଥିଲା।

ଶୁକ୍ରବାର ସୋଫି ଷ୍ଟାଡିୟମ ବାହାରେ ଛିଡ଼ା ହୋଇଥିବା ୬୫ ବର୍ଷୀୟ ଜେକ୍‌ ଭାନ୍‌ ବାର୍ସେଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଅଧିକ ମୂଲ୍ୟ ଯୋଗୁ ସେ ଟିକେଟ କିଣି ଷ୍ଟାଡିୟମରେ ମ୍ୟାଚ ଦେଖିବା ତାଙ୍କ ଇଚ୍ଛା ନ ଥିଲା। ଟିକେଟର ମୂଲ୍ୟ ହ୍ରାସ ପାଇବା ପରେ ସେ ଷ୍ଟାଡିୟମରେ ମ୍ୟାଚ ଦେଖିବା ଲାଗି ମନ ବଳାଇଥିଲେ। ତାଙ୍କ ପୁଅ ଦିନେ ୧,୦୦୦ ଡଲାର ମୂଲ୍ୟର ଦୁଇଟି ଟିକେଟ ଆଣି ଦେଇଥିଲା। ସେ ଓ ତାଙ୍କ ୧୩ ବର୍ଷୀୟ ନାତି ଟିକେଟ ନେଇ ମ୍ୟାଚ ଦେଖିବାକୁ ଯାଇଥିଲୁ


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri