ନିୟମ ଉଲ୍ଲଂଘନ କରି ଚାଲିଛି କ୍ୱାରି

କେନ୍ଦୁଝର,୧୧|୧୧(ସ୍ବ.ପ୍ର.) କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ମୌଜାରେ ୪.୮୫ ହେକ୍ଟର ପରିମିତ ଅଞ୍ଚଳରେ ଚାଲିଥିବା ପଥର ଖଣିରେ ବ୍ୟାପକ ନୀତିନିୟମ ଉଲ୍ଲଂଘନ ହେଉଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି। ଉପଯୁକ୍ତ ତଦାରଖ ଅଭାବରୁ ମାଇନିଂ ପ୍ଲାନର ଉଲ୍ଲଂଘନ କରାଯାଇ ଖଣିଖନନ ଚାଲୁଥିବାରୁ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି।
ଖଣିର ସୀମା ପିଲାର ପୋତା ଯାଇ ନ ଥିବା ଏବଂ ଓଭର ବର୍ଡନ (ବର୍ଜ୍ୟବସ୍ତୁ) ରଖିବା ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇ ନ ଥିବାରୁ ବ୍ୟାପକ ପରିବେଶ ପ୍ରଦୂଷଣ ହେବା ସହ ଖଣି ପରିସର ଅସୁରକ୍ଷିତ ହୋଇପଡିଛି। ଠିକ ପରିଚାଳନା ହେଉ ନ ଥିବାରୁ ଖଣିର ବଡ଼ ବଡ଼ ପଥର ଖଣ୍ଡ ତଳକୁ ଖସି ପଡୁଥିବାରୁ ଚଲାବୁଲା କରୁଥିବା ଗୃହପାଳିତ ପ୍ରାଣୀ ତଥା ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଧୂଳିଧୂଆଁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଧୂଳିଉଡି ଆଖପାଖ ଗ୍ରାମ ଓ ଚାଷ ଜମିରେ ପଡୁଛି। ସେହିପରି ବର୍ଷା ଦିନରେ ଖଣିର ମଇଳା ପାଣି ଗଡ଼ି ନିକଟସ୍ଥ ଚାଷ ଜମି ଓ ନାଳରେ ପଡି ଜଳ ଓ ମୃତ୍ତିକା ପ୍ରଦୂଷିତ କରୁଛି। ଚୁକ୍ତି ଅନୁଯାୟୀ ରାସ୍ତାଘାଟ ତଥା ଖଣି ପରିସରରେ ଜଳ ସିଞ୍ଚନ ହେଉ ନ ଥିବାରୁ ବହୁ ପରିମାଣରେ ବାୟୁ ପ୍ରଦୂଷିତ ହେଉଛି। ସେହିପରି ନିୟମିତ ଯାଞ୍ଚ ହେଉ ନ ଥିବାରୁ କେତେ ପରିମାଣର ପଥର ଉତ୍ତୋଳନ ହେଉଛି ଓ ପରିବହନ ହେଉଛି ଠିକ ତଥ୍ୟ କାହା ପାଖରେ ନାହିଁ। ଫଳରେ ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ଖନନ ପରେ ପଥର ଖଣ୍ଡକୁ ନିର୍ଦ୍ଦିଷ୍ଟ ଜାଗାରେ ଷ୍ଟକ କରି ତାହାର ମାପଚୁପ ପରେ ପରିବହନ କରାଯିବା କଥା। ବାର୍ଷିକ ୮୧୪୫ କ୍ୟୁବିକ ମିଟର ମେଟାଲ ଏବଂ ଗ୍ରାନାଇଟ ଷ୍ଟୋନ ଉତ୍ତୋଳନ କ୍ଷମତା ବିଶିଷ୍ଟ ଏହି ଖଣିରୁ ଅଦ୍ୟାବଧି କେତେ ପଥର ଉତ୍ତୋଳନ ହୋଇ ଚାଲାଣ ହୋଇଛି ତାହାର ଠିକ୍‌ ତଥ୍ୟ ରାଜସ୍ବ ବିଭାଗ ପାଖରେ ନାହିଁ। ଫଳରେ ମାତ୍ରାଧିକ ଖଣି ଖନନ ଯୋଗୁ ବ୍ୟାପକ ରାଜସ୍ବହାନି ଘଟୁଛି ବୋଲି ଅଭିଯୋଗ ହେଉଛି ା ଏହାର ଠିକ ତଥ୍ୟ ଲିଜ୍‌ଧାରୀ ସ୍ଥାନୀୟ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ସୂଚନା ଦେଉ ନ ଥିବା ଆରଆଇ ଯୁଗଳ କିଶୋର ପାତ୍ର କହିଛନ୍ତି। ମହାଦେଇଯୋଡା ଗ୍ରାମର ନାଣ୍ଡୁ ମୁଣ୍ଡା କହିଛନ୍ତି ପଥର ଖଣି ଆରମ୍ଭ ହେବା ପରେ ବାୟୁ ପ୍ରଦୂଷଣ ବଢୁଛି ଏବଂ ଗଛପତ୍ରରେ ଧୂଳିଉଡି ପଡୁଥିବାରୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ସମସ୍ୟା ଦେଖାଦେଇଛି। ଖଣି ଆରମ୍ଭ ହେବା ପୂର୍ବରୁ ଉକ୍ତ ସ୍ଥାନରେ ବହୁ ଗଛ ଥିଲା ଏବେ ସେସବୁ ନଷ୍ଟ ହୋଇଯାଇଛି। ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ.ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଉଲ୍ଲଂଘନ ହୋଇ ଖଣି ଖନନ ହେଉଥିଲେ ପଦକ୍ଷେପ ନିଆଯିବ। ସଦର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ମାଇନିଂ ପ୍ଲାନ ଉଲ୍ଲଘଂନ ବା ଅନ୍ୟ କୌଣସି ବେଆଇନ କାମ ହୋଇଥିଲେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ସେକସନ ହୁଣ୍ଡା ଗ୍ରାମରେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ...

ବର୍ଷା ପାଇଁ ବେକେ ପାଣିରେ ଜପ

ପାଟଣା,୨୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ପ୍ରଭାବିତ ହୋଇଛି। ଶ୍ରାବଣ ମାସରେ ଜମି ଶୁଖିଲା ପଡ଼ିଥିବା ବେଳେ ବିଲରେ...

ବିଲରେ ହଳ କରୁଥିବାବେଳେ ଘୋଷାଡ଼ି ନେଲା ବଳଦ: ଚାଲିଗଲା ଚାଷୀଙ୍କ ଜୀବନ

ପାଟଣା ୨୩।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ନିକଟ ବିଲରେ ମଙ୍ଗଳବାର ସକାଳୁ ହଳ କରୁଥିବାବେଳେ ଅଘଟଣ ଘଟି ଜଣେ ବୃଦ୍ଧ...

ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା,୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲି ଯୋଡ଼ି ଗ୍ରାମରେ ସୋମବାର ବୁଲା ଷଣ୍ଢ ଆକ୍ରମଣରେ ଜଣେ ୭୦...

ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ

ପାଟଣା ,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଜମୁନା ପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ବନ୍ଦ ଘର କୋଠରୀ ଭିତରୁ ରବିବାର ସକାଳେ...

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର

ଆନନ୍ଦପୁର,୧୯।୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ...

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri