ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ: ୩୩ ପ୍ଲଟ୍ ସାଙ୍ଗକୁ ରହିଛି ବିଳାସପୂର୍ଣ୍ଣ ଫାର୍ମହାଉସ, ୨୭ ବର୍ଷର ଚାକିରି, ୨୦ ବର୍ଷ ଗୋଟିଏ…

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧିନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବର ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଏହି ସମୟରେ ଭୁବନେଶ୍ୱରଙ୍କ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାରେ ଲାଗିଛି। ଏଯାବତ ୩୩ଟି ପ୍ଲଟ୍ ସମେତ ୪ ବହୁତଳ କୋଠା,ବିଳାସ ପୂର୍ଣ୍ଣ ଫାର୍ମ ହାଇସ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି। ତେବେ ଭୁବନେଶ୍ୱର ମାତ୍ର ୬ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରଙ୍କ ଭବାନୀପାଟଣା ବ୍ଲକ ଗୋଷାଣୀମୁଣ୍ଡାରେ ୪୫୦୦ ବର୍ଗଫୁଟରେ ଏକ ଦୁଇ ମହଲା କୋଠା, କୁସୁମଖୁଣ୍ଟିରେ ୨୬୨୫ ବର୍ଗଫୁଟରେ ଏକ ଦୁଇ ମହଲା କୋଠା, ସେଠାରେ ୧୩୦୦ ବର୍ଗଫୁଟରେ ଆଉ ଏକ ଦୁଇ ମହଲା କୋଠା ଏବଂ କୋକସରା ମୋଟର ଛକରେ ୪୨୨୮ ବର୍ଗଫୁଟରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ସେହିପରି କୋକସରା ମୋଟର ଛକରେ ୮ଟି କ୍ୟାବିନ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କିଟପଦରରେ ଥିବା ଫାର୍ମ ହାଉସ ଠାବ ହୋଇଛି। ତେବେ ଭବାନୀପାଟଣା ଓ କୋକସରା ଉପକଣ୍ଠରେ ଭୁବନେଶ୍ୱର ୩୩ଟି ପ୍ଲଟ୍ ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ପ୍ଲଟଗୁଡ଼ିକ ମୋଟ୍ ୩୯.୬୪ ଏକର ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ତେବେ କୋଠା, ଫାର୍ମ ହାଉସ, ମାର୍କେଟ୍ କମ୍ପ୍ଲେକ୍ସ ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍ ଉଇଙ୍ଗ୍ ପ୍ରୟାସ ଜାରି ରଖିଛି। ଭୁବନେଶ୍ୱରଙ୍କ ଘରୁ ଗୋଟିଏ ଚାରି ଚକିଆ ଯାନ ଠାବ ହୋଇଛି। ସେହିପରି ଭୁବନେଶ୍ୱରଙ୍କ ବ୍ୟାଙ୍କ୍, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ସଂକ୍ରାନ୍ତରେ ଭିଜିଲାନ୍ସ ଅଧିକ ଖୋଳତାଡ ଚଳାଇଛି। ଭିଜିଲାନ୍ସ ପକ୍ଷରୁ ହେଉଥିବା ଏହି ଚଢ଼ାଉରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଯାଞ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଭୁବନେଶ୍ୱରଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ, ଭୁବନେଶ୍ୱର ୧୯୯୯ ମସିହା ଜୁଲାଇ ୧ରେ ଭୁବନେଶ୍ୱର କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରି କୋରାପୁଟ ଆର ଏଣ୍ଡ ବି ବିଭାଜନ ସୁନାବେଡା ସେକ୍ସନରେ ନିଯୁକ୍ତି ପାଇଥିଲେ। ସେତେବେଳେ ତାଙ୍କର ଦରମା ଥିଲା ମାତ୍ର ୬ ହଜାର। ଏହାପରେ ସେ ୨୦୦୩ରୁ ୨୦୦୬ ଯାଏ ନବରଙ୍ଗପୁର ଆର ଏଣ୍ଡ ବି ଡିଭିଜନରେ କାର୍ଯ୍ୟ କରିଥିଲେ। ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ ଭୁବନେଶ୍ୱର ଭବାନୀପାଟଣା ଆର ଏଣ୍ଡ ବି ସେକ୍ସନ-୨ରେ ରହିଥିଲେ। ୨୦୧୩ରେ ସେ ସହକାରୀ ଯନ୍ତ୍ରୀ ଭାବେ ପଦନ୍ନୋତି ପାଇଥିଲେ। ଏହାପରେ ସେ ସହକାରୀ ଯନ୍ତ୍ରୀ (ଏଇ) ଭାବେ ପଦନ୍ନୋତି ପାଇ ୨୦୧୬ରୁ ୨୦୨୪ ଯାଏ ଧର୍ମଗଡ ଆର ଏଣ୍ଡ ବି ଉପ ବିଭାଜନରେ ଅବସ୍ଥାପିତ ହୋଇଥିଲେ। ୨୦୨୪ ମାର୍ଚ୍ଚରେ ସେ ପୁଣି ସେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏ ଇଇ) ଭାବେ ପଦନ୍ନୋତି ପାଇଥିଲେ। ସେ ଧର୍ମଗଡ଼ରେ କାର୍ଯ୍ୟ କରୁଥିବା ବେଳେ ୨୦୨୫ ଜାନୁଆରୀରୁ ଭବାନୀପାଟଣା ଆର ଏଣ୍ଡ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?