ଲୁହା ରଡ଼ରେ ପିଟି ପିଟି କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ତେରଗୌଞ୍ଜ ଗ୍ରାମର ପ୍ରଦୀପ ଦାସ(୨୮) ଓ ନାରାୟଣ ଦାସ(୪୦)। କାରାଦଣ୍ଡ ସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।

୨୦୨୪ ମାର୍ଚ୍ଚ ୧୩ ତାରିଖରେ ତେରଗୌଞ୍ଜ ଗ୍ରାମର ମୁନା ଦାସ ଗାଁ ମୁଣ୍ଡରେ ଥିବା ଏକ ମଦ ଦୋକାନକୁ ଯାଇଥିଲେ। ସେଠାରେ ପ୍ରଦୀପ ଭିକାରୀ ଦାସଙ୍କ ସହ ଝଗଡ଼ା କରୁଥିଲେ। ମୁନା ଝଗଡା ନ କରିବାକୁ ପ୍ରଦୀପଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଦୀପ ସେଠାରେ ପଡିଥିବା ଲୁହାଛଡ଼ ଆଣି ମୁନାଙ୍କ ମୁଣ୍ଡକୁ ପିଟିିଥିଲେ। ତାଙ୍କ ସହଯୋଗୀ ନାରାୟଣ ଦାସ ମଧ୍ୟ ମୁନାଙ୍କୁ ଆକ୍ରମଣ କରିଥିଲେ। ଭିକାରୀ ଦାସ ଓ କାଳୁ ଦାସ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆହତ ମୁନା, ଭିକାରୀ ଓ କାଳୁଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୁନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୋଲିସ ନଂ.୧୦୮/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଦୀପ ଓ ନାରାୟଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

ତଦନ୍ତକାରୀ ତଥା ତତ୍କାଳୀନ ଏସ୍‌ଆଇ ଲିସାରାଣୀ ସେଠୀ ଉଭୟଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଘଟଣାବେଳେ ଆହତ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ଚାର୍ଜଶିଟ ଆଧାରରେ ୨ ଅଭିଯୁକ୍ତଙ୍କୁ ଜଜ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri