ହିଟଲର-ସଦ୍ଦାମ ହୁସେନଙ୍କୁ ଅନୁସରଣ କରୁଛନ୍ତି ପୁଟିନ୍‌, ଖାଦ୍ୟରେ ଜହର ଅଛି କି ନାହିଁ ହେଉଛି ଯାଞ୍ଚ୍‌…

ମସ୍କୋ, ୨୨।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷୀୟ ସୈନିକଙ୍କୁ ବଳି ପକାଇ ଦେଇଛନ୍ତି। ପୁଟିନ ନିଜେ ଆଗ ଧାଡ଼ିରେ ଅପେକ୍ଷା ତାଙ୍କ ବିଶ୍ୱସ୍ତ ସାଥୀ ଏବଂ ପରାମର୍ଶଦାତାମାନଙ୍କଠାରୁ ଦୂରଇ ଯାଇ ଅଣ୍ଡରଗ୍ରାଉଣ୍ଡରେ ବଙ୍କର ଭିତରେ ରହୁଛନ୍ତି।

ଏବେ ସେ କାହାକୁ ବିଶ୍ୱାସ କରୁ ନାହାନ୍ତି। ଅଜଣା ସ୍ଥାନରେ ଦିନ ବିତାଉଥିବା ପୁଟିନ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ରହୁଛନ୍ତି ଯେ ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଟାର୍ଗେଟ କରିପାରନ୍ତି। ସେ ଭୟ କରୁଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ଯୋଗୁ ତାଙ୍କୁ ଏକଦା ସମର୍ଥନ କରୁଥିବା ଲୋକେମାନେ ତାଙ୍କ ଉପରେ ବିଶ୍ୱାସ ହରାଇଛନ୍ତି।

ଦି ସନ ସମ୍ବାଦ ଅନୁଯାୟୀ, ପୁଟିନଙ୍କ ମନରେ ଏବେ ଚିନ୍ତା ଘାରୁଛି ଯେ, ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି। ଯେଉଁଥିପାଇଁ ସେ ପ୍ରାୟତଃ ଏକାକୀ ରହିବା ଆରମ୍ଭ କରି ଦେଇଛନ୍ତି। କେବଳରୁଷିଆର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିଯୁକ୍ତ ଅଙ୍ଗରକ୍ଷୀଙ୍କୁ ପୁଟିନଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯାଇଛି। ପୁଟିନ ଖାଇବା ପୂର୍ବରୁ ତାଙ୍କ ଖାଦ୍ୟର ସ୍ବାଦ ଏବଂ ଏହା ସୁରକ୍ଷିତ କି ନୁହେଁ ତାହା ଜାଣିବା ପାଇଁ ଏକ ଦଳ ମଧ୍ୟ ନିଯୁକ୍ତ କରାଯାଇଛି। ଖାଦ୍ୟରେ ଜହର ଅଛି କି ନାହିଁ ତାହା ଜାଣିବା ଲାଗି ଏଭଳି କରାଯାଉଛି। ଏହିଭଳି ଏକ ଦଳ ପୂର୍ବରୁ ଇରାକର ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଖାଦ୍ୟ ଯାଞ୍ଚ କରୁଥିଲେ।

ଚର୍ମକୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିବା ପାଇଁ ପୁଟିନ ସ୍ବତନ୍ତ୍ର ଗ୍ଲୋଭସ ଅର୍ଡର ଦେଇଛନ୍ତି ବୋଲି ମଧ୍ୟ ଗୁଜବ ଉଠୁଛି। ବିଷାକ୍ତ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ନ ଆସିବା ପାଇଁ ପୁଟିନ, ପ୍ରତିଦିନ ବହୁ ଥର ଜଳ ପରୀକ୍ଷା କରୁଛନ୍ତି। ଖବର ଅନୁଯାୟୀ ପୁଟିନ ହିଟଲରଙ୍କ ଭଳି ଗୁଣ ଦେଖାଉଛନ୍ତି। ଅତୀତରେ ହିଟଲରଙ୍କ ଯୁଦ୍ଧ ନୀତି ତଥା ସ୍ବାସ୍ଥ୍ୟର ଅବନତି ଆଦି ବହୁକ୍ଷେତ୍ରରେ ହିଟଲରଙ୍କ ସହିତ ପୁଟିନ୍‌ଙ୍କର ବହୁ ସମାନତା ଦେଖାଯାଉଛି।

ପୁଟିନ୍‌ ତାଙ୍କ ବରିଷ୍ଠ ମନ୍ତ୍ରୀ, ପରାମର୍ଶଦାତା ଏବଂ ସହାୟକମାନଙ୍କ ସହ କିଛି ମାସ ଧରି ସାକ୍ଷାତ କରିନାହାଁନ୍ତି। ସେ ବର୍ତ୍ତମାନ କେବଳ ଭିଡିଓ କନଫରେନ୍ସିଂରେ ଉପରେ ସଭା କରୁଛନ୍ତି।

ୟୁନିଭରସିଟି କଲେଜ ଲଣ୍ଡନ ସ୍କୁଲ ଅଫ ସ୍ଲାଭୋନିକ ଏବଂ ଇଷ୍ଟ ୟୁରୋପୀୟ ଷ୍ଟଡିଜର ପ୍ରଫେସର ଗେଲୋଟି କହିଛନ୍ତି ଯେ ପୁଟିନ୍‌ କିଛି ଶୁଣିବାକୁ ଚାହୁଁନାହାଁନ୍ତି। ସେ କହିଥିଲେ ଯେ ସେ ଜଣେ ସାମରିକ ମାଷ୍ଟରମାଇଣ୍ଡ ଅପେକ୍ଷା ଜଣେ ସାମରିକ ପ୍ରଶଂସକ। ହିଟଲରଙ୍କ ପରି ପୁଟିନଙ୍କୁ ମଧ୍ୟ ଯୁଦ୍ଧର ବାସ୍ତବତା ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ପ୍ରାୟ ୭୦ ବର୍ଷିୟ ପୁଟିନଙ୍କ ସ୍ବାସ୍ଥ୍ୟ ଅବନତି ନେଇ ଚର୍ଚ୍ଚା ହେଉଛି। ଯାହା ଆଧାରରେ ବର୍ତ୍ତମାନ ସେ କ୍ଷମତାକୁ ହରାଉଛନ୍ତି ବୋଲି ମଧ୍ୟ ଦାବି ହେଉଛି ବୋଲି ଗଲୋଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri