ଟଙ୍କା ନ ଦେବାରୁ ମା’ଙ୍କୁ ଘରୁ ତଡ଼ିଦେଲେ

ବାଲେଶ୍ୱର ଅଫିସ,୨୨ା୫: ସାମାନ୍ୟ ଟଙ୍କା ପାଇଁ ଜନ୍ମଦାତ୍ରୀ ମା’ଙ୍କୁ ଦୁଇପୁଅ ଘରୁ ତଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଧୀନ ଦକ୍ଷିଣପଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ନ୍ୟାୟ ପାଇଁ ବୃଦ୍ଧା ଜଣକ ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅନୁଯାୟୀ, ଦକ୍ଷିଣପଡ଼ା ଗ୍ରାମର ବାସନ୍ତୀ ପାତ୍ର (୭୨)ଙ୍କର ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ସମସ୍ତେ ବିବାହିତ। ସ୍ବାମୀଙ୍କ ମୃତ୍ୟୁ ପରେ ସମସ୍ତ ଜମିବାଡ଼ିକୁ ଦୁଇପୁଅ ଭାଗବଣ୍ଟା କରି ନେଇଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ବାସନ୍ତୀ ତାଙ୍କ ନାମରେ ୨ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍‌ ରଖିଥିଲେ। ସେଥିରୁ ମିଳୁଥିବା ସୁଧ ଟଙ୍କା ସହ ସେ ପାଉଥିବା ବାର୍ଦ୍ଧକ୍ୟ ଭତ୍ତାକୁ ମଧ୍ୟ ପୁଅମାନେ ନେଇଯାଉଛନ୍ତି। ଏହାପରେ ମଧ୍ୟ ପୁଅମାନେ ତାଙ୍କୁ ଠିକ୍‌ ଭାବେ ଖାଇବାକୁ ନ ଦେଇ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଗତ ୨ମାସ ପୂର୍ବରୁ ପୁଅମାନେ ଉକ୍ତ ଫିକ୍ସଡ ଡିପୋଜିଟ୍‌ ଟଙ୍କାକୁ ଉଠାଇବା ପାଇଁ ବାଧ୍ୟ କରିଥିଲେ। ପ୍ରତିବାଦ କରିବାରୁ ଖାଦ୍ୟପାନୀୟ ବନ୍ଦ କରିବା ସହ ନିର୍ଯାତନା ଦେଇଥିଲେ। ଏନେଇ ସେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ପୁଅମାନଙ୍କୁ ଡାକି ଆପୋଷ ମିଳାମିଶା କରିଦେଇଥିଲେ। ଗତ ଗୁରୁବାର ରାତିରେ ଉକ୍ତ ଟଙ୍କା ଉଠାଣକୁ ନେଇ ପୁଅମାନେ ବୃଦ୍ଧାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଥିଲେ। ସେ କିଛି ଉପାୟ ନ ପାଇ ଘରୁ ବାହାରି ଯାଇ ରାତିସାରା ଗାଁରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ଝିଅ ଘରେ ପହଞ୍ଚତ୍ ଅଭିଯୋଗ ଲେଖି ଉପ-ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ମଟନ ଦେଲେନି ବୋଲି କ୍ୟାଟରିଂ ପିଲାର ବେକ କାଟିଦେଲେ, ୪ ଜଣଙ୍କୁ ଅଟକ ରଖି…

ବାଲେଶ୍ୱର,୨୮ା୬(ବାଞ୍ଛାନିଧି ଦେ): ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୪ ନାବାଳକ। ରେମୁଣା ଥାନା ମନ୍ଦିର ଛକରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏକ ବିବାହ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri