୧୬ ମାସରେ ସରିବ ପୁରୀ ରେଳଷ୍ଟେଶନ କାମ

ପୁରୀ ଅଫିସ, ୧୭ା୪: କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ରବିବାର ପୁରୀ ଗସ୍ତରେ ଆସି ରେଳଷ୍ଟେଶନ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ଛାପ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ୧୬୧ କୋଟି ଟଙ୍କା ବ୍ୟୟରେ ଏହି ପୁନର୍ବିକାଶ କାର୍ଯ୍ୟ ହେଉଛି ଏବଂ ଆଗାମୀ ୧୬ ମାସ ମଧ୍ୟରେ କାମ ଶେଷ ହେବ ବୋଲି ଜର୍ଦ୍ଦୋଶ କହିଛନ୍ତି।
ଜର୍ଦ୍ଦୋଶ ପୁରୀ ରେଳଷ୍ଟେଶନ ନିରୀକ୍ଷଣ ସମୟରେ ଯାତ୍ରୀଙ୍କ ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୌଳିକ ସୁବିଧାଗୁଡ଼ିିକ ଯେପରି ସମସ୍ତ ବର୍ଗର ଯାତ୍ରୀ, ବିଶେଷଭାବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସହାୟକ ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ରେଲଓ୍ବେ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ଆରାମଦାୟକ ଯାତ୍ରା ପାଇଁ ଷ୍ଟେଶନ ପୁନର୍ବିକାଶ କାର୍ଯ୍ୟ ସହିତ ବିଶେଷତଃ ଗରିବ ଓ ସ୍ବଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲା ଭଳି ସେବା ଉପଲବ୍ଧ କରାଇବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ବିସ୍ତୃତ ଚଳପ୍ରଚଳ ସ୍ଥାନ, ପ୍ଲାଟଫର୍ମ, ଆଲୋକୀକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚାଳୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦିର ଉପଲବ୍ଧି ଉପରେ ମଧ୍ୟ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ରେଳରାଷ୍ଟ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ। ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri