ଚୁଆପାଣିରେ ଶୋଷ ମେଣ୍ଟୁଛି

କାଳିଆପାଣି,୩୦।୧୦(ଡି.ଏନ.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପ୍ରାଥମିକତା ରହିଛି। ହେଲେ ତାହା ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଲୋକେ ଚୁଆପାଣିରେ ଶୋଷ ମେଣ୍ଟାଉଛନ୍ତି। ଯାଜପୁର ଜିଲା ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଗଡ଼ ରହିଥିବା ଏହି ଗ୍ରାମରେ ୬୦ ପରିବାର ବସବାସ କରୁଛନ୍ତି। ପାହାଡ଼ ଘେରା ଟିକରପଡ଼ା ଗାଁକୁ ସଡ଼କ ନ ଥିବାରୁ ମାଓବାଦୀ ସେ ସମୟରେ କ୍ୟାମ୍ପ କରି ରହୁଥିଲେ। ଏହାକୁ ଦେଖି ସେ ଅଞ୍ଚଳକୁ ରାସ୍ତା କରାଯାଇଥିଲା। ଟିକରପଡ଼ା ଉପରସାହିରେ ୩୭ ପରିବାର ଓ ତଳସାହିରେ ୨୩ ପରିବାର ଅଛନ୍ତି। ଉପରସାହିରେ ୨୦୧୮ରେ ସ୍କୁଲ ନିର୍ମାଣ କରାଯାଇଥିବା ବେଳେ ଗୋଟିଏ ନଳକୂପ ଖୋଳାଯାଇଛି। ହେଲେ ଏହି ନଳକୂପରେ ଜାନୁୟାରୀରୁ ଜଳସଙ୍କଟ ହୋଇଥାଏ। ଅନ୍ୟପଟେ ତଳସାହିରେ ଏକ ନଳକୂପ ପରିତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ତଳସାହିରେ ଲୋକେ ବର୍ଷ ତମାମ ପାନୀୟ ଜଳ ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି। ନିକଟରେ ବୋହିଯାଇଥିବା ଝରଣା କଡ଼ରେ ଏକ ଗାତ ଖୋଳି ସେଥିରୁ ବାହାରୁଥିବା ପାଣି ବ୍ୟବହାର କରୁଛନ୍ତି। ତେବେ ଚୁଆରେ ଗଛର ପତ୍ର ପଡ଼ି ପତ୍ରପଚି ଯାଉଥିବାରୁ ସେ ପାଣିକୁ ବ୍ୟବହାର କରି ବହୁ ଦୁରାରୋଗବ୍ୟାଧିରେ ପୀଡ଼ିତ ହେଉଛନ୍ତି। ଏପରି କି ଚୁଆ ପାଣି ଶୁଖିଯିବା ପରେ ନାଳର ପାଣି ବ୍ୟବହାର କରିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଗ୍ରାମର ନାରାୟଣ ସଏ, ତିରିଙ୍ଗ ମୁଣ୍ଡା ଓ ନରେନ ସଏ ପ୍ରମୁଖ ଲୋକପ୍ରତିନିଧିଙ୍କୁ ଭେଟି ପାନୀୟ ଜଳ ଯୋଗାଣ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ତାହା ସମାଧାନ ହୋଇ ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ସୁକିନ୍ଦା ଭାରପ୍ରାପ୍ତ ବିଡିଓ ମହାପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri