କୁକୁରଛୁଆଙ୍କ ସୁରକ୍ଷା ଲୋଡ଼ା

ମାନେକା ଗାନ୍ଧୀ

୧୯୮୭ରେ ରାସ୍ତାରେ ବୁଲୁଥିବା ଗୋଟିଏ ମା’କୁକୁରର ମାସକର ଛୁଆମାନଙ୍କୁ ମୁଁ ଖାଇବାକୁ ଦେଉଥିଲି। ସେମାନେ ଭୟଙ୍କର ଭାବେ ମରିବା ଆରମ୍ଭ କରିଦେଲେ। ସେମାନଙ୍କ ମଳରେ ପଡୁଥିବା ରକ୍ତର ନମୁନା ପରୀକ୍ଷା କରିବା ପରେ ତାହା ପରଜୀବୀ କୃମି ବୋଲି ଜଣାପଡିଲା। ଅନଭିଜ୍ଞ ପ୍ରାଣୀ ଚିକିତ୍ସକ ସେମାନଙ୍କୁ କୃମିନାଶକ ଟାବଲେଟ( ଯାହା ଏକ ପ୍ରକାର ବିଷ) ଦେଇଦେଲେ। ସେମାନଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଅବନତି ହେଲା ଓ ୩ ଦିନ ମଧ୍ୟରେ ସମସ୍ତ କୁକୁରଛୁଆ ମରିଗଲେ। ସେମାନଙ୍କର ଅନ୍ତନଳୀରେ ଭୀଷଣ ରକ୍ତସ୍ରାବ ହୋଇଥିଲା। ଭୟାନକ କ୍ୟାନାଇନ୍‌ ପାର୍ଭୋ ଭାଇରସ (ସିପିଭି) ଏଭଳି ମୃତ୍ୟୁର କାରଣ ବୋଲି ଜଣାପଡିଲା। ଏହି ଭାଇରସକୁ ୧୯୭୦ରେ ଚିହ୍ନଟ କରାଯାଇଥିଲା। ଏବେ ଏହା ମହାମାରୀ ରୂପ ନେଲାଣି ଓ ସାରା ଭାରତରେ ଦେଖାଦେଇଥିବା ଜଣାପଡ଼ିଛି। ଏଥିତ୍ରେ ହଜାର ହଜାର କୁକୁରଛୁଆଙ୍କର ମୃତ୍ୟୁ ଘଟିଛି। ସରକାର କୁକୁରଛୁଆମାନଙ୍କୁ ଟିକା ଦେବାକୁ ମନା କରିଦେଇଥିବାରୁ ସରକାରୀ ହସ୍ପିଟାଲଗୁଡ଼ିକ ପାର୍ଭୋ କେସ୍‌ ଉପରେ ଚିକିତ୍ସା କରୁନାହାନ୍ତି। ପ୍ରାଣୀ ଆଶ୍ରୟସ୍ଥଳୀଗୁଡ଼ିକରେ ବେଶି କୁକୁରଛୁଆଙ୍କର ମୃତ୍ୟୁ ହେଉଛି। ବାସ୍ତବରେ ପ୍ରାଣୀମାନଙ୍କ ଖାଦ୍ୟ ଯୋଗାଉଥିବା ଲୋକମାନଙ୍କ ପାଖରେ କୁକୁରଛୁଆମାନଙ୍କୁ ଟିକା ଦେବା ଲାଗି ଅର୍ଥର ଅଭାବ ରହିଛି। ଛୁଆମାନେ ଯେଭଳି ମରୁଛନ୍ତି, ତାକୁ ଦେଖି ଆମେ ଉପାୟଶୂନ୍ୟ ହୋଇ ଯାଇଛୁ। ସାଧାରଣତଃ ବର୍ଷକରେ ଗୋଟିଏ କୁକୁରର ସବୁଛୁଆରୁ କେବଳ ଗୋଟିଏ ଛୁଆ ବଞ୍ଚେ। ଆଉ ସବୁ ରାସ୍ତା ଦୁର୍ଘଟଣା, ଅନାହାର, ବିଷରେ ମରନ୍ତିି। କେତେକଙ୍କୁ ପ୍ଲାଷ୍ଟିକ ଅଖାରେ ବାନ୍ଧି ଫିଙ୍ଗି ଦିଆଯାଏ। ଚଳିତ ବର୍ଷ ପାର୍ଭୋକୁ ଲକ୍ଷ୍ୟ କଲେ ଗୋଟିଏ ବି କୁକୁରଛୁଆ ବଞ୍ଚିବାର ସମ୍ଭାବନା ଦେଖାଯାଉନାହିଁ।
ଡଗ୍‌ ବ୍ରିଡର ଏବଂ ଡଗ୍‌ ଶପ୍‌ରେ ବିକ୍ରି ହେଉଥିବା ଅଧିତ୍କାଂଶ କୁକୁରଛୁଆଙ୍କଠାରେ ପାର୍ଭୋ ଭାଇରସ୍‌ ରହିଛି। ଏହା ଦୁଇଟି କାରଣ ଯୋଗୁ ହେଉଛି। ଗୋଟିଏ ହେଉଛି; ଦୋକାନ ମାଲିକ କିମ୍ବା ବ୍ରିଡରମାନେ ମା’କୁକୁରଠାରୁ ଛୁଆମାନଙ୍କୁ ୩ ସପ୍ତାହ ହୋଇଗଲେ ନେଇଯାଇ ଗ୍ରାହକମାନଙ୍କୁ ବିକ୍ରି କରୁଛନ୍ତି। ଯଦି ମା’କୁକୁର ସେମାନଙ୍କର ଯନତ୍ ନେଇଥାଆନ୍ତା ,ତେବେ ସେମାନଙ୍କଠାରେ ପ୍ରତିରୋଧକ ଶକ୍ତି ବଢ଼ି ଥାଆନ୍ତା ଓ ସେହି ଛୁଆମାନେ ପାର୍ଭୋ ଭାଇରସ୍‌ ବିରୋଧରେ ଲଢ଼ିବାକୁ ପ୍ରତିରୋଧକ ଶକ୍ତି ଜୁଟାଇ ପାରିଥାଆନ୍ତେ। ଦ୍ୱିତୀୟ କାରଣଟିି ହେଉଛି, କୌଣସି ପେଟ୍‌ ଶପ ୍‌ କୁକୁରଛୁଆଙ୍କୁ ଟିକା ଦେଉନାହାନ୍ତି। ସେମାନେ ଛୁଆଙ୍କୁ ବିଭିନ୍ନ ବ୍ରିଡରଙ୍କଠାରୁ ଆଣି ଗୋଟିଏ ପିଞ୍ଜରାରେ ରଖୁଛନ୍ତି। କୁକୁରମାନେ ଅତ୍ୟନ୍ତ ପ୍ରଦୂଷିତ ପରିବେଶରେ ବି ଛୁଆ ଜନ୍ମ କରୁଛନ୍ତି। ବ୍ରିଡିଂ ପ୍ରତିଷ୍ଠାନଗୁଡ଼ିକରେ କୁକୁରମାନଙ୍କୁ ଯନ୍ତ୍ରଣା ଦିଆଯିବା ତଥା ଯନତ୍ରେ ଅବହେଳା ଯୋଗୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଛି ଏବଂ ସେମାନେ ମଧ୍ୟ ସିପିଭିର ପ୍ରଥମ ଶିକାର ହେଉଛନ୍ତି। କ୍ୟାନାଇନ ପାର୍ଭୋ ଭାଇରସ୍‌ର ପାର୍ଭୋଭିରିଡେ ମୂଳ ବଂଶର ଦୁଇଟି ପ୍ରମୁଖ ଷ୍ଟ୍ରେନ୍‌ (ସିପିଭି-୨ଏ ଏବଂ ସିପିଭି-୨ବି) ରହିଛି। ଏହି ଭାଇରସ୍‌ ସଂକ୍ରମିତ ମଳ,ରକ୍ତ, ବାନ୍ତି, ଆଶ୍ରୟସ୍ଥଳୀ, କ୍ଲିନିକ, ସର୍ବସାଧାରଣ ପାର୍କ ଭଳି ସ୍ଥାନରେ ରହିଥାଆନ୍ତି। ଏହା ସହଜରେ କୁକୁରଛୁଆମାନଙ୍କୁ ସଂକ୍ରମିତ କରେ। ବହୁ କ୍ଷେତ୍ରରେ ଏହି ଭାଇରସ୍‌କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରିହୁଏ ନାହିଁ । ପରୀକ୍ଷା କରିବା ପରେ ହିଁ ଏହା ଜଣାପଡିଥାଏ। ଏହି ସଂକ୍ରମଣ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଘାତକ ହୋଇଥାଏ।
ପାର୍ଭୋ ଭାଇରସ୍‌ ଅତ୍ୟନ୍ତ ସଂକ୍ରାମକ। କ୍ଷୁଦ୍ରାନ୍ତ୍ରର କୋଷିକାକୁ ଏହା ଆକ୍ରାନ୍ତ କରେ। ଯାହାଦ୍ୱାରା ଅନ୍ତନଳୀରେ ବ୍ୟାକ୍ଟେରିଆ ବୃଦ୍ଧିପାଏ ଓ ଏହା ରକ୍ତରେ ମିଶିବା ପରେ ସେପ୍‌ସିସ ଆଡ଼କୁ ଗତିକରେ। ଏହାଦ୍ୱାରା ଅଙ୍ଗ ଅଚଳ ହୋଇଯାଏ। ପାର୍ଭୋ ମଧ୍ୟ ଅସ୍ଥିମଜ୍ଜାକୁ ଆକ୍ରାନ୍ତ କରେ, ଫଳରେ ରକ୍ତରେ ଶ୍ୱେତ ରକ୍ତ କଣିକା ସଂଖ୍ୟା ହ୍ରାସ ପାଏ। ଏହାଦ୍ୱାରା କୁକୁରଛୁଆ ସେପ୍‌ସିସ ବିରୋଧରେ ଲଢେଇ କରିବାକୁ ସକ୍ଷମ ହୋଇପାରେନାହିଁ। ପାର୍ଭୋ ଭାଇରସ ସଂକ୍ରମଣର ୧୦-୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ। ପ୍ରଥମରୁ ଏହି ସଂକ୍ରମଣରେ ଜ୍ୱର କିମ୍ବା ଶରୀରର ତାପମାତ୍ରା କମ୍‌ ରହେ(ହାଇପୋର୍ଥମିଆ)। ବାନ୍ତିରେ ରକ୍ତ ଆସେ। ପେଟ ଯନ୍ତ୍ରଣା, ଅରୁଚି, ଡିହାଇଡ୍ରେଶନ ଏବଂ ଆଳସ୍ୟ ଲକ୍ଷଣ ପ୍ରକାଶ ପାଏ। ଲଗାତର ବାନ୍ତି ଓ ପତଳାଝାଡ଼ା ହେବା ଦ୍ୱାରା ଡିହାଇଡ୍ରେସନର ଦେଖାଦିଏ।
କୁକୁରଛୁଆ ସିପିଭିର ଶିକାର ହୋଇଥିତ୍ଲେ ତୁରନ୍ତ ତାକୁ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନିଅନ୍ତୁ। ଆଇଭି ଫ୍ଲୁଇଡ୍‌ (୫୦ ଏମ୍‌ଏଲ୍‌ ଦିନକୁ ଦୁଇଥର) ଏବଂ ବାନ୍ତି ଓ ଝାଡ଼ା ବନ୍ଦ କରିବା ଲାଗି ଓ୍ୟଷଧ ଦେବା ଉଚିତ। ବହୁ ସମୟରେ ସେମାନଙ୍କ ଯନ୍ତ୍ରଣା କମାଇବା ଓ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଓ୍ୟଷଧ ଦେବା ଦରକାର। ଆଣ୍ଟିବାୟୋଟିକ୍ସ ବି ଦିଆଯାଇପାରେ। ଫ୍ଲୁଇଡ୍‌ ଥେରାପୀ ପାଇଁ ଲୋପାରାମାଇଡ, ମେଟ୍ରୋନିଣ୍ଡାଜୋଲ ସହ ଆଣ୍ଟିବାୟୋଟିକ୍ସ ସେଫୋଟକ୍ସିନ, ସେଫାଜୋଲିନ, ଆମ୍ପିସିଲିନ, ଜେଣ୍ଟାମାଇସିନ, ଟାମିଫ୍ଲୁ ଦେବା ପ୍ରଭାବୀ ହୋଇଥାଏ। ୯ ସପ୍ତାହର କୁକୁରଛୁଆ ପାଇଁ ଏହି ସଂକ୍ରମଣ ଦିନେ କି ଦୁଇ ଦିନରେ ଭୟଙ୍କର ଡିହାଇଡ୍ରେଶନ ପରିସ୍ଥିତି ସୃଷ୍ଟି କରେ। ବେକ ଉପର ପାଖରେ କାନ ପଛ ନରମ ଚର୍ମକୁ ଧୀରେ ଧୀରେ ଟାଣି ଛାଡନ୍ତୁ। ଟାଣିବା ପରେ ଯଦି ଏକ ସେକେଣ୍ଡ ଭିତରେ ତାହା ପୂର୍ବସ୍ଥିତିକୁ ଫେରିଯାଏ,ତେବେ କୁକୁରଛୁଆ ଡିହାଇଡ୍ରେଶନର ଶିକାର ହୋଇନାହଁି ଓ ତା’ର ଚିକିତ୍ସା ବି ଭଲ ଚାଲିଛି ବୋଲି ଜାଣିବ। ଯଦି ତ୍ୱଚା ପୂର୍ବସ୍ଥିତିକୁ ଫେରିବାକୁ ଦୁଇ କି ତିନି ସେକେଣ୍ଡ୍‌ ନିଏ ସେଥିରୁ ଡିହାଇଡ୍ରେଶନ ଆରମ୍ଭ ହେଉଥିତ୍ବାର ବୁଝାପଡ଼େ ଏବଂ ଏହାଠାରୁ ଅଧିକ ସମୟ ନେଲେ କୁକୁର ଛୁଆ ଅଧିକ ଡିହାଇଡ୍ରେଶନର ଶିକାର ହୋଇଛି ବୋଲି ଜଣାଯାଏ। ଯଦି କିଛି ସେକେଣ୍ଡ ପରେ ବି ଚର୍ମ ତା’ର ପୂର୍ବାବସ୍ଥାକୁ ନ ଫେରେ , ତେବେ କୁକୁରଛୁଆ ବଞ୍ଚିବାର ସମ୍ଭାବନା କମ୍‌। ଏ କ୍ଷେତ୍ରରେ ତା’ପାଇଁ ଯଥାଶୀଘ୍ର ସାଲାଇନ ଦରକାର। ଯଦି ଏଥିତ୍ପାଇଁ ପ୍ରାଣୀ ଚିକିତ୍ସକ କି କମ୍ପାଉଣ୍ଡର ନ ମିଳନ୍ତି, ତେବେ କିଛି ଘରୋଇ ଉପାୟରେ ଚିକିତ୍ସା କରିବାକୁ ପଡିବ। ଛୁଆକୁ ଉଷ୍ଣ ପରିବେଶରେ ରଖନ୍ତୁ ଓ ପ୍ରତି ଅଧ ଘଣ୍ଟାରେ ତରଳ ଖାଦ୍ୟ ଦିଅନ୍ତୁ। ଯଦି ସେ ନିଜେ ନ ପିଏ, ତେବେ ସିରିଞ୍ଜରେ ପିଆନ୍ତୁ। କେବଳ ଇଲେକ୍ଟୋଲାଇଟ ଦିଅନ୍ତୁ। ସାଦା ପାଣି କେବେ ବି ଦିଅନ୍ତୁ ନାହିଁ। କେବଳ ବିଶୁଦ୍ଧ ପେଡିୟାଲାଇଟ ଦିଅନ୍ତୁ। ଯଦି ସେ ଏହାକୁ ସହିନେଲା, ତେବେ ସଂକ୍ରମଣକୁ ପ୍ରତିହତ କରିବା ଲାଗି ତା’ପାଇଁ କ୍ୟାଲୋରି ଆବଶ୍ୟକ। ଚିକେନ କିମ୍ବା ପରିବା ସୁପ୍‌ରେ ସାମାନ୍ୟ ଲୁଣ ପକାଇ ତାହାକୁ କମ୍‌ ପରିମାଣର ବିକଳ୍ପ ପପି ମିଲ୍କ ସହ ମିଶାଇ ଖାଇବାକୁ ଦିଅନ୍ତୁ। ୧:୩ ଅନୁପାତରେ ସୁପ୍‌୍‌ ସହ କ୍ଷୀର ମିଶାଇବେ । ଗାଈ କ୍ଷୀରରେ ବେବେ ବି ଦେବେ ନାହିଁ।
ସିପିଭି ସଂକ୍ରମିତ କୁକୁରଛୁଆ ପାଇଁ ୩ ରୁ ୬ ଦିନ ଅତ୍ୟନ୍ତ କଠିନ ସମୟ । ଏହି ସମୟରେ ଚିକିତ୍ସା କଲେ ସେ ଆରୋଗ୍ୟ ହୋଇପାରିବ। ପିତ୍ତବାନ୍ତି ବନ୍ଦ ହେବା, ଝାଡ଼ାରେ ରକ୍ତ ନ ଆସିବା ଉପଶମର ଲକ୍ଷଣ। ତା’ର ସକ୍ରିୟତା ବଢ଼ିବା ମଧ୍ୟ ସୁସ୍ଥତାକୁ ସୂଚାଏ। ତେବେ ପାର୍ଭୋରୁ ମୁକ୍ତ ହେବା ଲାଗି ସପ୍ତାହେ ଲାଗିଯାଏ। ଯଦି କୁକୁରଛୁଆ ବଞ୍ଚିଯାଏ ଲଗାତର ଅଳ୍ପ ଅଳ୍ପ କରି ସନ୍ତୁଳିତ ଖାଦ୍ୟ ଦେବା ଉଚିତ। ଖାଦ୍ୟ ଖାଇବା ପରେ ବାନ୍ତି ନ କରିବା ଲାଗି ସପ୍ତାହେ କି ଦୁଇ ସପ୍ତାହ ପର୍ଯ୍ୟନ୍ତ ଓ୍ୟଷଧ ଦେବାକୁ ହେବ। ପ୍ରାଣୀ ଚିକିତ୍ସକ ପରାମର୍ଶରେ ଆଣ୍ଟିବାୟୋଟିକ୍ସର ପୂରା କୋର୍ସ ଦିଅନ୍ତୁ। ଏପରିକି ସାଧାରଣ ଅବସ୍ଥାକୁ ଫେରିବା ପରେ ବି ଏହା ଜାରି ରଖନ୍ତୁ।
ସିପିଭିରୁ ମୁକ୍ତ ହୋଇଥିବା କୁକୁର ଛୁଆଠାରେ ସପ୍ତାହେ କି ମାସେ ପର୍ଯ୍ୟନ୍ତ ପାର୍ଭୋ ଭାଇରସ୍‌ ରହିଥାଆନ୍ତି। ଏଣୁ ଏହି ଛୁଆମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏକାନ୍ତବାସରେ ରଖନ୍ତୁ । ପ୍ରାଣୀ ଚିକିତ୍ସାଳୟ, କ୍ଲିନିକ ବା ଆଶ୍ରୟସ୍ଥଳୀର କ୍ୱାରାଣ୍ଟାଇନ ଓ୍ବାର୍ଡରେ ରଖିବା ବି ଗୁରୁତ୍ୱପୂର୍ଣ୍ଣ । ଏହି ଭୂତାଣୁ ଚଟାଣରେ ବା ମାଟିରେ ୬ ମାସ ରହିଥାଏ। ଏଣୁ ପୁନଃ ସଂକ୍ରମଣ ରୋକିବା ଲାଗି ସିପିଭି ଆକ୍ରାନ୍ତ କୁକୁରଛୁଆ ରହୁଥିବା ଆଶ୍ରୟସ୍ଥଳୀ,କ୍ଲିନିକ ଏବଂ ଘରକୁ ବିଶୋଧକ ଦ୍ୱାରା ସଫା ରଖିବା ଦରକାର। ଆକ୍ରାନ୍ତ ଛୁଆମାନଙ୍କୁ ଧରିବା ପରେ ଭଲ ଭାବେ ହାତ ଧୁଅନ୍ତୁ ଓ ଏମାନଙ୍କୁ ଅନ୍ୟ କୁକୁର କିମ୍ବା ଛୁଆମାନଙ୍କଠାରୁ ଅଲଗା ରଖନ୍ତୁ। ସିପିଭି ସଂକ୍ରମଣ ବିରୋଧରେ ଲଢ଼ିବାକୁ ହେଲେ ଠିକ୍‌ ସମୟରେ ଏବଂ ନିୟମିତ ଟିକାକରଣ ଆବଶ୍ୟକ। ୩ରୁ ୪ ସପ୍ତାହ ଅନ୍ତରରେ ୬ରୁ ୧୬ ସପ୍ତାହ ବୟସ ମଧ୍ୟରେ କୁକୁରଛୁଆମାନଙ୍କୁ ଅତି କମ୍‌ରେ ୩ଟି ପାର୍ଭୋ ଟିକା ଦେବା ଦରକାର। ଟିକା ନେଇ ନ ଥିବା କୁକୁରମାନଙ୍କ କ୍ଷେତ୍ରରେ ୨ଟି ଟିକା ନେବା ଲାଗି ପରାମର୍ଶ ଦିଆଯାଇଥାଏ। ପ୍ରଥମ ଡୋଜ୍‌ର ଏକ ମାସ ପରେ ଆଉ ଏକ ଡୋଜ୍‌ ନେବାକୁ ହୁଏ। ଯେଉଁ କୁକୁରଙ୍କୁ ଟିକା ଦିଆଯାଇଛି, ସେମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ବର୍ଷକୁ ଗୋଟିଏ ଟିକା ଯଥେଷ୍ଟ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri