ସମାଜ ସେବା ଓ ଭଗବତ ପ୍ରେମ

ସୁମନ୍ତ କୁମାର ଭୂୟାଁ

ଗୋଟିଏ ଗାଁରେ ଏକ ଭବ୍ୟ ଶିବ ମନ୍ଦିର ଥିଲା। ସେ ମନ୍ଦିରରେ ଯେଉଁ ପୂଜକ ଥିଲେ ତାଙ୍କର ନିତିଦିନିଆ ଅଭ୍ୟାସ ଅନୁଭୂତି ଯୋଗୁ ସେ ଗୋଟିଏ ହାତରେ ଆରତି କରିପାରୁଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇ ପାରୁଥିଲେ। ସମୟକ୍ରମେ ତାଙ୍କର ପରଲୋକ ପରେ ଜଣେ ଅନ୍ୟ ପୂଜକ ତାଙ୍କ ଦାୟିତ୍ୱରେ ରହିଲେ। କିନ୍ତୁ ତାଙ୍କ ଅଭ୍ୟାସ ନ ଥିବାରୁ ଦୁଇଟି ଯାକ କାମ ଏକ ସଙ୍ଗରେ କରିପାରିଲେ ନାହିଁ। ଯଦି ଗୋଟିଏ ହାତରେ ଘଣ୍ଟି ବଜାଇଲେ ତେବେ ଆର ହାତଟି ଆରତି କରିପାରିଲା ନାହିଁ। ଆରତି ଠିକ୍‌ ଭାବରେ କଲେ, ଘଣ୍ଟି ବାଜିପାରିଲା ନାହିଁ। ଅଭ୍ୟାସର ଅଭାବ ଯୋଗୁ ଏପରି ହେଲା। ତେଣୁ ଭଗବତ ନାମ ଜପର ଅଭ୍ୟାସ ପିଲାଦିନରୁ ଆରମ୍ଭ କରିବା ଉଚିତ। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦର୍ଶନରେ ଆମେମାନେ ଛୋଟ ଛୋଟ ପିଲାଙ୍କୁ ସେହିପରି ବାଳବିକାଶ କାର୍ଯ୍ୟକ୍ରମରେ ସାମିଲ କରିଥାଉ। ପିଲାମାନେ ସେଥିରେ ଭଜନ, ଗପ, ବିଭିନ୍ନ ଶାସ୍ତ୍ର, ବେଦ ସହ ଜୀବନରେ ଆବଶ୍ୟକ ହେଉଥିବା ସଦ୍‌ଗୁଣର ବିଭିନ୍ନ କାହାଣୀ ମାଧ୍ୟମରେ ଭଲ କଥା ଶିଖିବାର ସୁଯୋଗ ପାଇଥାନ୍ତି। ପିଲାଟି ତା’ର ଛୋଟବେଳୁ ଭଲ ମଣିଷ ହେବାର ମୂଳଦୁଆ ସେଇଥିରେ ହିଁ ପଡ଼ିଥାଏ। ସେହିପରି ସୀମାନ୍ତରେ ସକ୍ରିୟ ସେବାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ହେବା ପୂର୍ବରୁ ସୈନ୍ୟମାନଙ୍କୁ କିପରି ସବୁ ବିଷୟରେ ତାଲିମ ନେବାକୁ ପଡ଼େ ସେ ବିଷୟରେ ସମସ୍ତେ ଜାଣିଥାନ୍ତି। ସେନାବାହିନୀରେ ଯୋଗଦାନ କରୁଥିବା ଯେ କୌଣସି ଲୋକଙ୍କୁ ବାଧ୍ୟତାମୂଳକ ଭାବେ ଦୁଇଟି କଥା ପାଇଁ ଯୋଗ୍ୟ ହେବାକୁ ପଡ଼ିବ। ଗୋଟିଏ ହେଉଛି ବନ୍ଧୁକ ଫୁଟାଇବା ଓ ଦ୍ୱିତୀୟଟି ହେଲା ମାର୍ଚ୍ଚିଙ୍ଗ କରିବା। ସେହିପରି ଆଧ୍ୟାତ୍ମିକ କ୍ଷେତ୍ରରେ ବାଧ୍ୟତାମୂଳକ ଭାବେ ଦୁଇଟି କାର୍ଯ୍ୟ କରିବା ଦରକାର ତାହା ହେଲା ଭଗବତ୍‌ ପ୍ରେମ ଓ ସମାଜ ସେବା।
ଏଗୁଡ଼ିକ ଦିବ୍ୟ ଜୀବନର ଦୁଇଟି ମୁଖ୍ୟ ଉପାଦାନ; ଯାହା କି ଭଗବତ ଉପଲବ୍ଧିରେ ସହାୟକ। ଆମ୍ଭମାନଙ୍କୁ ପିଲାଦିନରୁ ଅଭ୍ୟାସ କରିବାକୁ ହେବ। ଆମ୍ଭେମାନେ ସବୁବେଳେ ଏଥିପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ। ଯେଭଳି ଫଟୋଗ୍ରାଫର ଫଟୋ ଉଠାଇବା ଆଗରୁ ଫଟୋ ଉଠାଉଥିବା ଲୋକକୁ ରେଡି ହେବାକୁ କହେ ଏବଂ ତାଙ୍କୁ ସ୍ଥିର କରିବା ପାଇଁ କିଛି ସମୟ ଦିଏ, ଠିକ୍‌ ସେହିପରି ଦିବ୍ୟ ଫଟୋଗ୍ରାଫର ଆମ୍ଭମାନଙ୍କୁ କୌଣସି ସୂଚନା ଦିଅନ୍ତି ନାହିଁ। ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଆମମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେମାନେ ଯଦି ନିଜକୁ ଭଜନ ଓ ଦୈବ ଚିନ୍ତନରେ ନିୟୋଜିତ ରଖିବା ତେବେ କେବେ ବି ଅସୁବିଧାରେ ପଡ଼ିବା ନାହିଁ। ମନେକର ଆମେ ଜଣଙ୍କ ଘରକୁ ଯାଇଛେ, ଯାହାଙ୍କ ଦ୍ୱାର ମୁହଁରେ ଗୋଟିଏ ଦାମୀ ଓ ପ୍ରଶିକ୍ଷଣପ୍ରାପ୍ତ ଆଲ୍‌ଶିସିଆନ୍‌ କୁକୁର ଅଛି କିନ୍ତୁ ଗୃହକର୍ତ୍ତା ଉପର ମହଲାରେ ରହୁଛନ୍ତି, ତାହାଲେ ତାଙ୍କ ପାଖକୁ ପହଞ୍ଚତ୍ବାକୁ ହେଲେ ଦୁଇଟି ଉପାୟ ଅଛି। ଗୋଟିଏ ଉପାୟ ହେଲା କୁକୁର ସହିତ ବନ୍ଧୁତା କରି ଘର ଭିତରକୁ ପ୍ରବେଶ କରିବା ଏବଂ ଦ୍ୱିତୀୟ ଉପାୟ ହେଉଛି ତଳୁ ବଡ଼ ପାଟିରେ ଗୃହକର୍ତ୍ତାଙ୍କୁ ଡାକିବା; ଯାହାଦ୍ୱାରା ସେ ବାହାରକୁ ଆସି ତାଙ୍କ କୁକୁରକୁ ନିୟନ୍ତ୍ରଣ କରି ଆମକୁ ଭିତରକୁ ପାଛୋଟି ନେବେ। ଏଠାରେ ଚିନ୍ତନ ରଖନ୍ତୁ ଯେ ମାୟା ହେଉଛି କୁକୁର ଆଉ ଭଗବାନ ହେଉଛନ୍ତି ମାଲିକ। ଆମକୁ ମାୟାର ନିୟନ୍ତ୍ରଣ କରିବାକୁ ହେବ କିମ୍ବା ଭଗବାନଙ୍କ ନାମ ଜପ ଓ କୀର୍ତ୍ତନ କରିବାକୁ ହେବ; ଯାହାଦ୍ୱାରା ସେ ତଳକୁ ଆସିବେ କିମ୍ବା ଆମ ପାଖରେ ତାଙ୍କ ଦିବ୍ୟ ଉପସ୍ଥିତି ପ୍ରକଟ କରିବେ। ଆମକୁ ହୃଦୟ ଭିତରେ ଭଗବାନଙ୍କୁ ସ୍ଥାପିତ କରିବାକୁ ହେବ କାରଣ ତାହା ହେଉଛି ତାଙ୍କ ଆସ୍ଥାନ। ମହାଭାରତର କାହାଣୀ ମନେପକାନ୍ତୁ ଦୁର୍ଯ୍ୟୋଧନର ରାଜସଭାରେ ଅପମାନିତ ଓ ବିବସ୍ତ୍ର ହେବାକୁ ଯାଉଥିବା ଦ୍ରୌପଦୀ ଭଗବାନ କୃଷ୍ଣଙ୍କୁ କାତରରେ ପ୍ରାର୍ଥନା କରିଥିଲେ। ସେ ଆର୍ତ୍ତ ସ୍ବରରେ କହିଥିଲେ, ‘ହେ ଦ୍ୱାରକାବାସୀ ବୃନ୍ଦାବନ ସଂଚାର ମୋତେ ସାହାଯ୍ୟ କର।’ ସେ କୌଣସି ପ୍ରତିଉତ୍ତର ପାଇଲେ ନାହିଁ ଏବଂ କ୍ଲାନ୍ତ ହୋଇପଡ଼ିଲେ ଏବଂ ଶେଷରେ କ୍ଷୀଣ ସ୍ବରରେ କହିଲେ, ‘ହେ ହୃଦୟବାସୀ ତୁମେ ମୋତେ ରକ୍ଷା କରିବ ନାହିଁ କି?’ ସଙ୍ଗେ ସଙ୍ଗେ କୃଷ୍ଣ ତାଙ୍କର ଦିବ୍ୟ କୃପା ପ୍ରକଟ କରି ତାଙ୍କୁ ସେ ଲଜ୍ଜାଜନକ ପରିସ୍ଥିିତିରୁ ରକ୍ଷା କରିଥିଲେ। ପରେ ସେ କୃଷ୍ଣଙ୍କୁ ପଚାରିଥିଲେ ଏହାର କାରଣ। କୃଷ୍ଣ ଉତ୍ତର ଦେଇଥିଲେ ତୁମେ ଯେତେବେଳେ ମୋତେ ପ୍ରାର୍ଥନାରେ ଦ୍ୱାରକାବାସୀ, ବୃନ୍ଦାବନ ସଂଚାରୀ ଭାବେ ପ୍ରାର୍ଥନା କଲ ତୁମ କଥାକୁ ସମ୍ମାନ ଦେଇ ମୋତେ ତୁମ ହୃଦୟରୁ ଦ୍ୱାରକା ଓ ବୃନ୍ଦାବନ ଆଦି ସ୍ଥାନକୁ ଯିବାକୁ ପଡ଼ିଲା; ଯାହା କି ବହୁତ ବାଟ ଥିଲା। କିନ୍ତୁ ଯେତେବେଳେ ତୁମେ ହୃଦୟବାସୀ ଭାବେ ପ୍ରାର୍ଥନା କଲ ଯେଉଁଠାରେ କି ମୁଁ ପ୍ରକୃତରେ ତୁମ ହୃଦୟ କନ୍ଦରରେ ହିଁ ରହେ ସଙ୍ଗେ ସଙ୍ଗେ ତୁମକୁ ସାହାଯ୍ୟ ପାଇଁ ଉପସ୍ଥିତ ହୋଇପଡ଼ିଲି। ତେଣୁ ଆମେ ସମସ୍ତେ ଆମମାନଙ୍କ ହୃଦୟରେ ପୂର୍ଣ୍ଣ ବିଶ୍ୱାସର ସହିତ ଦିବ୍ୟତ୍ୱକୁ ସ୍ଥାପିତ କରିବା ଉଚିତ। ଭଗବାନ କେବଳ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାରେ ଅଛନ୍ତି ବୋଲି ଆମେ ଭାବିବା ଠିକ୍‌ ନୁହେଁ। ଭଗବାନଙ୍କ ଆସନ ହେଉଛି ଭକ୍ତର ହୃଦୟ।
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ : ୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri