ସମାଜ ସେବା ଓ ଭଗବତ ପ୍ରେମ

ସୁମନ୍ତ କୁମାର ଭୂୟାଁ

ଗୋଟିଏ ଗାଁରେ ଏକ ଭବ୍ୟ ଶିବ ମନ୍ଦିର ଥିଲା। ସେ ମନ୍ଦିରରେ ଯେଉଁ ପୂଜକ ଥିଲେ ତାଙ୍କର ନିତିଦିନିଆ ଅଭ୍ୟାସ ଅନୁଭୂତି ଯୋଗୁ ସେ ଗୋଟିଏ ହାତରେ ଆରତି କରିପାରୁଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇ ପାରୁଥିଲେ। ସମୟକ୍ରମେ ତାଙ୍କର ପରଲୋକ ପରେ ଜଣେ ଅନ୍ୟ ପୂଜକ ତାଙ୍କ ଦାୟିତ୍ୱରେ ରହିଲେ। କିନ୍ତୁ ତାଙ୍କ ଅଭ୍ୟାସ ନ ଥିବାରୁ ଦୁଇଟି ଯାକ କାମ ଏକ ସଙ୍ଗରେ କରିପାରିଲେ ନାହିଁ। ଯଦି ଗୋଟିଏ ହାତରେ ଘଣ୍ଟି ବଜାଇଲେ ତେବେ ଆର ହାତଟି ଆରତି କରିପାରିଲା ନାହିଁ। ଆରତି ଠିକ୍‌ ଭାବରେ କଲେ, ଘଣ୍ଟି ବାଜିପାରିଲା ନାହିଁ। ଅଭ୍ୟାସର ଅଭାବ ଯୋଗୁ ଏପରି ହେଲା। ତେଣୁ ଭଗବତ ନାମ ଜପର ଅଭ୍ୟାସ ପିଲାଦିନରୁ ଆରମ୍ଭ କରିବା ଉଚିତ। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦର୍ଶନରେ ଆମେମାନେ ଛୋଟ ଛୋଟ ପିଲାଙ୍କୁ ସେହିପରି ବାଳବିକାଶ କାର୍ଯ୍ୟକ୍ରମରେ ସାମିଲ କରିଥାଉ। ପିଲାମାନେ ସେଥିରେ ଭଜନ, ଗପ, ବିଭିନ୍ନ ଶାସ୍ତ୍ର, ବେଦ ସହ ଜୀବନରେ ଆବଶ୍ୟକ ହେଉଥିବା ସଦ୍‌ଗୁଣର ବିଭିନ୍ନ କାହାଣୀ ମାଧ୍ୟମରେ ଭଲ କଥା ଶିଖିବାର ସୁଯୋଗ ପାଇଥାନ୍ତି। ପିଲାଟି ତା’ର ଛୋଟବେଳୁ ଭଲ ମଣିଷ ହେବାର ମୂଳଦୁଆ ସେଇଥିରେ ହିଁ ପଡ଼ିଥାଏ। ସେହିପରି ସୀମାନ୍ତରେ ସକ୍ରିୟ ସେବାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ହେବା ପୂର୍ବରୁ ସୈନ୍ୟମାନଙ୍କୁ କିପରି ସବୁ ବିଷୟରେ ତାଲିମ ନେବାକୁ ପଡ଼େ ସେ ବିଷୟରେ ସମସ୍ତେ ଜାଣିଥାନ୍ତି। ସେନାବାହିନୀରେ ଯୋଗଦାନ କରୁଥିବା ଯେ କୌଣସି ଲୋକଙ୍କୁ ବାଧ୍ୟତାମୂଳକ ଭାବେ ଦୁଇଟି କଥା ପାଇଁ ଯୋଗ୍ୟ ହେବାକୁ ପଡ଼ିବ। ଗୋଟିଏ ହେଉଛି ବନ୍ଧୁକ ଫୁଟାଇବା ଓ ଦ୍ୱିତୀୟଟି ହେଲା ମାର୍ଚ୍ଚିଙ୍ଗ କରିବା। ସେହିପରି ଆଧ୍ୟାତ୍ମିକ କ୍ଷେତ୍ରରେ ବାଧ୍ୟତାମୂଳକ ଭାବେ ଦୁଇଟି କାର୍ଯ୍ୟ କରିବା ଦରକାର ତାହା ହେଲା ଭଗବତ୍‌ ପ୍ରେମ ଓ ସମାଜ ସେବା।
ଏଗୁଡ଼ିକ ଦିବ୍ୟ ଜୀବନର ଦୁଇଟି ମୁଖ୍ୟ ଉପାଦାନ; ଯାହା କି ଭଗବତ ଉପଲବ୍ଧିରେ ସହାୟକ। ଆମ୍ଭମାନଙ୍କୁ ପିଲାଦିନରୁ ଅଭ୍ୟାସ କରିବାକୁ ହେବ। ଆମ୍ଭେମାନେ ସବୁବେଳେ ଏଥିପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ। ଯେଭଳି ଫଟୋଗ୍ରାଫର ଫଟୋ ଉଠାଇବା ଆଗରୁ ଫଟୋ ଉଠାଉଥିବା ଲୋକକୁ ରେଡି ହେବାକୁ କହେ ଏବଂ ତାଙ୍କୁ ସ୍ଥିର କରିବା ପାଇଁ କିଛି ସମୟ ଦିଏ, ଠିକ୍‌ ସେହିପରି ଦିବ୍ୟ ଫଟୋଗ୍ରାଫର ଆମ୍ଭମାନଙ୍କୁ କୌଣସି ସୂଚନା ଦିଅନ୍ତି ନାହିଁ। ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଆମମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେମାନେ ଯଦି ନିଜକୁ ଭଜନ ଓ ଦୈବ ଚିନ୍ତନରେ ନିୟୋଜିତ ରଖିବା ତେବେ କେବେ ବି ଅସୁବିଧାରେ ପଡ଼ିବା ନାହିଁ। ମନେକର ଆମେ ଜଣଙ୍କ ଘରକୁ ଯାଇଛେ, ଯାହାଙ୍କ ଦ୍ୱାର ମୁହଁରେ ଗୋଟିଏ ଦାମୀ ଓ ପ୍ରଶିକ୍ଷଣପ୍ରାପ୍ତ ଆଲ୍‌ଶିସିଆନ୍‌ କୁକୁର ଅଛି କିନ୍ତୁ ଗୃହକର୍ତ୍ତା ଉପର ମହଲାରେ ରହୁଛନ୍ତି, ତାହାଲେ ତାଙ୍କ ପାଖକୁ ପହଞ୍ଚତ୍ବାକୁ ହେଲେ ଦୁଇଟି ଉପାୟ ଅଛି। ଗୋଟିଏ ଉପାୟ ହେଲା କୁକୁର ସହିତ ବନ୍ଧୁତା କରି ଘର ଭିତରକୁ ପ୍ରବେଶ କରିବା ଏବଂ ଦ୍ୱିତୀୟ ଉପାୟ ହେଉଛି ତଳୁ ବଡ଼ ପାଟିରେ ଗୃହକର୍ତ୍ତାଙ୍କୁ ଡାକିବା; ଯାହାଦ୍ୱାରା ସେ ବାହାରକୁ ଆସି ତାଙ୍କ କୁକୁରକୁ ନିୟନ୍ତ୍ରଣ କରି ଆମକୁ ଭିତରକୁ ପାଛୋଟି ନେବେ। ଏଠାରେ ଚିନ୍ତନ ରଖନ୍ତୁ ଯେ ମାୟା ହେଉଛି କୁକୁର ଆଉ ଭଗବାନ ହେଉଛନ୍ତି ମାଲିକ। ଆମକୁ ମାୟାର ନିୟନ୍ତ୍ରଣ କରିବାକୁ ହେବ କିମ୍ବା ଭଗବାନଙ୍କ ନାମ ଜପ ଓ କୀର୍ତ୍ତନ କରିବାକୁ ହେବ; ଯାହାଦ୍ୱାରା ସେ ତଳକୁ ଆସିବେ କିମ୍ବା ଆମ ପାଖରେ ତାଙ୍କ ଦିବ୍ୟ ଉପସ୍ଥିତି ପ୍ରକଟ କରିବେ। ଆମକୁ ହୃଦୟ ଭିତରେ ଭଗବାନଙ୍କୁ ସ୍ଥାପିତ କରିବାକୁ ହେବ କାରଣ ତାହା ହେଉଛି ତାଙ୍କ ଆସ୍ଥାନ। ମହାଭାରତର କାହାଣୀ ମନେପକାନ୍ତୁ ଦୁର୍ଯ୍ୟୋଧନର ରାଜସଭାରେ ଅପମାନିତ ଓ ବିବସ୍ତ୍ର ହେବାକୁ ଯାଉଥିବା ଦ୍ରୌପଦୀ ଭଗବାନ କୃଷ୍ଣଙ୍କୁ କାତରରେ ପ୍ରାର୍ଥନା କରିଥିଲେ। ସେ ଆର୍ତ୍ତ ସ୍ବରରେ କହିଥିଲେ, ‘ହେ ଦ୍ୱାରକାବାସୀ ବୃନ୍ଦାବନ ସଂଚାର ମୋତେ ସାହାଯ୍ୟ କର।’ ସେ କୌଣସି ପ୍ରତିଉତ୍ତର ପାଇଲେ ନାହିଁ ଏବଂ କ୍ଲାନ୍ତ ହୋଇପଡ଼ିଲେ ଏବଂ ଶେଷରେ କ୍ଷୀଣ ସ୍ବରରେ କହିଲେ, ‘ହେ ହୃଦୟବାସୀ ତୁମେ ମୋତେ ରକ୍ଷା କରିବ ନାହିଁ କି?’ ସଙ୍ଗେ ସଙ୍ଗେ କୃଷ୍ଣ ତାଙ୍କର ଦିବ୍ୟ କୃପା ପ୍ରକଟ କରି ତାଙ୍କୁ ସେ ଲଜ୍ଜାଜନକ ପରିସ୍ଥିିତିରୁ ରକ୍ଷା କରିଥିଲେ। ପରେ ସେ କୃଷ୍ଣଙ୍କୁ ପଚାରିଥିଲେ ଏହାର କାରଣ। କୃଷ୍ଣ ଉତ୍ତର ଦେଇଥିଲେ ତୁମେ ଯେତେବେଳେ ମୋତେ ପ୍ରାର୍ଥନାରେ ଦ୍ୱାରକାବାସୀ, ବୃନ୍ଦାବନ ସଂଚାରୀ ଭାବେ ପ୍ରାର୍ଥନା କଲ ତୁମ କଥାକୁ ସମ୍ମାନ ଦେଇ ମୋତେ ତୁମ ହୃଦୟରୁ ଦ୍ୱାରକା ଓ ବୃନ୍ଦାବନ ଆଦି ସ୍ଥାନକୁ ଯିବାକୁ ପଡ଼ିଲା; ଯାହା କି ବହୁତ ବାଟ ଥିଲା। କିନ୍ତୁ ଯେତେବେଳେ ତୁମେ ହୃଦୟବାସୀ ଭାବେ ପ୍ରାର୍ଥନା କଲ ଯେଉଁଠାରେ କି ମୁଁ ପ୍ରକୃତରେ ତୁମ ହୃଦୟ କନ୍ଦରରେ ହିଁ ରହେ ସଙ୍ଗେ ସଙ୍ଗେ ତୁମକୁ ସାହାଯ୍ୟ ପାଇଁ ଉପସ୍ଥିତ ହୋଇପଡ଼ିଲି। ତେଣୁ ଆମେ ସମସ୍ତେ ଆମମାନଙ୍କ ହୃଦୟରେ ପୂର୍ଣ୍ଣ ବିଶ୍ୱାସର ସହିତ ଦିବ୍ୟତ୍ୱକୁ ସ୍ଥାପିତ କରିବା ଉଚିତ। ଭଗବାନ କେବଳ ମନ୍ଦିର, ମସ୍‌ଜିଦ୍‌ ବା ଗୀର୍ଜାରେ ଅଛନ୍ତି ବୋଲି ଆମେ ଭାବିବା ଠିକ୍‌ ନୁହେଁ। ଭଗବାନଙ୍କ ଆସନ ହେଉଛି ଭକ୍ତର ହୃଦୟ।
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ : ୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?