ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ଶେଷରେ ଅନେକ ଦମ୍ପତିି ଅଲଗା ହେବାର ନିଷ୍ପତ୍ତି ନେଇଥାନ୍ତି। ମାତ୍ର ବିଚ୍ଛେଦ ଜଣଙ୍କର ଜୀବନରେ ଦୁଃଖ ଆଣିପାରେ। ଫଳରେ ଅନେକେ ଦୁଃଖରେ ରହିବା ସହ ନିଜକୁ ସମୟ ଦେଇ ନଥାନ୍ତିି। ତେବେ ଏହି ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ କିଛି ପାଦ ଆଗକୁ ନେବାକୁ ପଡିଥାଏ। ଏଥିଲାଗି ନିମ୍ନୋକ୍ତ ଦିଗପ୍ରତି ଧ୍ୟାନ ଦେଇପାରିବେ..

ଭାବପ୍ରବଣତାର ପରିବର୍ତ୍ତନ: ଯଦି ଆପଣ କାହାସହ ଭାବାତ୍ମକ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି, ସେମାନଙ୍କଠାରୁ ସମ୍ପର୍କ ଶେଷ କରିବା ବହୁ କଷ୍ଟକର ହୋଇଥାଏ। ଛାଡପତ୍ର ପରେ କେହି ଏହାକୁ ବିଶ୍ୱାସ କରିପାରି ନ ଥାନ୍ତି। ସମ୍ପର୍କ ଶେଷ ହେବାପରେ କେହି କେହି ନିଜ ଭିତରେ ଦୋଷ ଦୁର୍ବଳତା ଖୋଜିବାରେ ଲାଗି ପଡିଥାନ୍ତି। ଯେତେବେଳେ ମନର ରାଗ ଶାନ୍ତ କରିବେ, ସେତେବେଳେ ଆପଣ ଏହାର ସତ୍ୟତାକୁ ଗ୍ରହଣ କରିପାରିବେ। ଧୀରେ ଧୀରେ ଆଗକୁ ବଢ଼ିପାରିବେ।

କ୍ୟାରିୟର ଉପରେ ଧ୍ୟାନ: ଯଦି ଛାଡପତ୍ର ପୂର୍ବରୁ ପାର୍ଟନରଙ୍କ ଉପରେ ନିର୍ଭରଶୀଳ ଥିଲେ, ତେବେ ଅଲଗା ହେବା ପରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତୁ । କାହିଁକିନା ଆପଣଙ୍କୁ ଏହା ଆଗକୁ ବଢ଼ାଇବା ସହ ନିଜର ଆବଶ୍ୟକତାକୁ ପୂରଣ କରିବାକୁ ସାହାଯ୍ୟ କରିବ। ଏଥିସହ ନିଜ ହିସାବରେ ବଞ୍ଚିବାକୁ ସୁଯୋଗ ଦେଇଥାଏ।

ନିଜ ମନକୁ ଶକ୍ତ କରିବା: ପରମ୍ପରା ଅନୁଯାୟୀ ଛାଡପତ୍ର ଦେଇଥିବା ମହିଳାଙ୍କୁ ସମାଜ ଭିନ୍ନ ନଜରରେ ଦେଖିଥାଏ। ତେଣୁ ସମାଜରେ ଚଳିବାକୁ ହେଲେ ନିଜକୁ ମାନସିକ ଓ ଶାରୀରିକ ଭାବରେ ଶକ୍ତ କରନ୍ତୁ।

ପିଲାର ଖୁସି: ଯଦି ଆପଣଙ୍କର ପିଲା ଅଛି ଏବଂ ଛାଡ଼ପତ୍ର ପରେ ସେ ଆପଣଙ୍କ ପାଖେ ରହୁଛି, ତେବେ ପିଲାର ଖୁସି ପାଇଁ ଖୁସି ହେବାକୁ ଚେଷ୍ଟା କରନ୍ତୁ। ପିଲାଙ୍କୁ କୌଣସି ପ୍ରକାର ସମସ୍ୟା ଭିତରେ ରଖନ୍ତୁନାହିଁ । କାରଣ ସେ ତା’ର କୋମଳ ଶୈଶବକୁ ହରାଇପାରେ। ଏପରିକି ମନରେ ଉଭୟ ମା’ବାପାଙ୍କ ପ୍ରତି ଘୃଣାଭାବ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri